ETV Bharat / state

ନିଲାମ ହେବ ଶାରଳା ରିୟଲକନ୍‌ର ସମ୍ପତ୍ତି, ଟଙ୍କା ଫେରି ପାଇବେ ଜମାକାରୀ

author img

By

Published : Nov 21, 2022, 5:56 PM IST

ପ୍ଲଟ୍‌ ଓ ଫ୍ଲାଟ୍ ଦେବା ନାମରେ ଠକେଇ କରିଥିବା ପ୍ରାଇଭେଟ ସଂସ୍ଥା ଶାରଳା ରିଅଲକନ୍‌ର (Sarala Realcon Private Limited) ସମ୍ପତ୍ତି ବିକ୍ରି ପାଇଁ ଅନୁମତି ଦେଇଛନ୍ତି OPID କୋର୍ଟ (Odisha Protection of Interests of Depositors Court) । ଏଗୁଡ଼ିକୁ ବିକ୍ରି କରିବା ପରେ ବିକ୍ରି ଟଙ୍କାକୁ ନିବେଶକଙ୍କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

ନିଲାମ ହେବ ଶାରଳା ରିୟଲକନ୍‌ର ସମ୍ପତ୍ତି, ଟଙ୍କା ଫେରି ପାଇବେ ଜମାକାରୀ
ନିଲାମ ହେବ ଶାରଳା ରିୟଲକନ୍‌ର ସମ୍ପତ୍ତି, ଟଙ୍କା ଫେରି ପାଇବେ ଜମାକାରୀ

ଭୁବନେଶ୍ବର: ଫେରିବ ନିବେଶକଙ୍କ ପରିଶ୍ରମର ଜମା ପୁଞ୍ଜି । ଟଙ୍କା ଫେରିପାଇବେ ଶାରଳା ରିଅଲକନ୍‌ରେ (Sarala Realcon Private Limited) ନିବେଶ କରିଥିବା ଜମାକାରୀ । ସଂସ୍ଥାର ଜବତ ହୋଇଥିବା ସମ୍ପତ୍ତିକୁ ବିକ୍ରି ପାଇଁ ଅନୁମତି ଦେଇଛନ୍ତି OPID କୋର୍ଟ । ପ୍ଲଟ୍‌ ଓ ଫ୍ଲାଟ୍ ଦେବା ନାମରେ ୨୩୮ ଜଣ ହିତାଧିକାରୀଙ୍କଠାରୁ ୧୭ କୋଟି ଟଙ୍କା ଠକେଇ ହୋଇଥିବା କ୍ରାଇମ ବ୍ରାଞ୍ଚ EOWରେ ଅଭିଯୋଗ ହୋଇଥିଲା ।

ଦୀର୍ଘଦିନ ଧରି ଶାରଳା ରିଅଲକନ୍‌ରେ ନିବେଶ କରି ହତାଶ ହୋଇଥିବା ନିବେଶକଙ୍କ ପାଇଁ ଆସିଛି ଖୁସି ଖବର । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଟିମ୍ ଏନେଇ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛି । ସୂଚନା ମୁତାବକ କ୍ରାଇମବ୍ରାଞ୍ଚ ଅର୍ଥ ନୈତିକ ଅପରାଧ ଶାଖା ଜବତ କରିଥିବା ଶାରଳା ରିଅଲକନ୍‌ ସମ୍ପତ୍ତିକୁ ବିକ୍ରି ପାଇଁ ଅନୁମତି ଦେଇଛନ୍ତି OPID କୋର୍ଟ (Odisha Protection of Interests of Depositors Court) । ଏନେଇ ଶାରଳା ରିଅଲକନ୍‌ ପ୍ରାଇଭେଟ୍ ଲିମିଟେଡର ସମ୍ପତ୍ତି ନିଲାମ ପାଇଁ ଅନୁମତି ମିଳିବା ପରେ ପ୍ରକ୍ରିୟା ଆରମ୍ଭ କରିବ EOW (Economic Offences Wing) ।

ସମ୍ପତ୍ତି ଜବତ ତାଲିକାରେ ଅଛି ୯୫ ଏକର ଜମି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ । ଏହା ସହିତ ୧୩ ଲକ୍ଷରୁ ଅଧିକ ବ୍ୟାଙ୍କ ବାଲାନ୍ସ, ଜବତ ହୋଇଥିବା ନଗଦ ୩ ଲକ୍ଷ ୨୫ ହଜାର ଟଙ୍କା ଏବଂ ସ୍କର୍ପିଓ, ପାଜିରୋ, ବିଏମ୍‌ଡବ୍ଲ୍ୟୁ ଓ ଟୟୋଟା ଫର୍ଚ୍ୟୁନର୍‌ ଭଳି ୪ଟି ଦାମୀ ଗାଡି । ତେବେ ଜବତ ହୋଇଥିବା ସମ୍ପତ୍ତିକୁ ବିକ୍ରି କରିବା ଲାଗି ଅନୁମତି ମିଳିଛି । ଏଗୁଡ଼ିକୁ ବିକ୍ରି କରିବା ପରେ ବିକ୍ରି ଟଙ୍କାକୁ ନିବେଶକଙ୍କୁ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ତେବେ ଓପିଆଇଡି କୋର୍ଟର ଅନୁମତି ପରେ ଶାରଳା ରିଅଲକନ୍ ପ୍ରାଇଭେଟ୍ ଲିମିଟେଡ଼କୁ ଶକ୍ତ ଧକ୍କା ଲାଗିଛି । ପ୍ଲଟ ଓ ଫ୍ଲାଟ ଦେବା ନାମରେ ଠକେଇ କରିଥିଲା ଶାରଳା ରିଅଲକନ ପ୍ରାଇଭେଟ୍ ଲିମିଟେଡ‌ । ୨୩୮ ଜଣ ହିତାଧିକାରୀଙ୍କଠାରୁ ୧୭ କୋଟି ଠକେଇ ହୋଇଥିବା କ୍ରାଇମ ବ୍ରାଞ୍ଚ EOWରେ ଅଭିଯୋଗ ହୋଇଥିଲା । ଯାହାକୁ ଭିତ୍ତିକରି ଶାରଳା ରିୟଲକନ୍‌ ସଂସ୍ଥା, ଏହାର ଏମ୍‌ଡି ଗୟାଧର ଜେନା ଏବଂ ଅନ୍ୟ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ‌।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.