ETV Bharat / state

ଏଣିକି 30 ନୁହେଁ 90 ଦିନ ଖୋଲା ରହିବ କାଳିଆ ଅଭିଯୋଗ ପୋର୍ଟାଲ - ଅନଲାଇନ୍ ଅଭିଯୋଗ ପୋର୍ଟାଲ

କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି କୃଷି ବିଭାଗର ବଡ଼ ପଦକ୍ଷେପ । ଅନଲାଇନ୍ ଅଭିଯୋଗ ପୋର୍ଟାଲ ଖୋଲା ରହିବାର ପଦ୍ଧତିରେ ପରିବର୍ତ୍ତନ । ଆବେଦନ ସମୟସୀମା ବଦଳିଲା । ଅଧିକ ପଢନ୍ତୁ

application  period  extend
application period extend
author img

By

Published : Jun 14, 2023, 7:27 AM IST

ଭୁବନେଶ୍ବର: ସମସ୍ତ କାଳିଆ ହିତାଧିକାରୀଙ୍କ ପାଇଁ ଖୁସି ଖବର । କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି କୃଷି ବିଭାଗର ବଡ଼ ପଦକ୍ଷେପ । କାଳିଆ ସହାୟତା ଅନଲାଇନ ଅଭିଯୋଗ ପୋର୍ଟାଲ ଖୋଲା ରହିବାର ପଦ୍ଧତିରେ ପରିବର୍ତ୍ତନ କରିଛନ୍ତି । ଏହା ସହିତ ସମୟ ସୀମାକୁ ୩୦ଦିନରୁ ୯୦ ଦିନକୁ ବୃଦ୍ଧି କରାଯାଇଛି । ଏ ସଂପର୍କିତ ସଂଶୋଧିତ ଆଦେଶନାମା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କରିଛନ୍ତି ।

ଗତ ୨୦୨୧ ମେ ୫ ତାରିଖରେ ଜାରି ହୋଇଥିଲା ସଂଶୋଧିତ ଆଦେଶନାମା । ଏହି ଅଦେଶନାମାକୁ ସଂଶୋଧନ କରାଯାଇଛି । ହିତାଧିକାରୀଙ୍କୁ ସଂଶୋଧିତ ଆଦେଶନାମା କାଳିଆ ସହାୟତା ପ୍ରଦାନ କରାଯିବ । ଏହା ସହିତ ପୋର୍ଟାଲ ଖୋଲା ରହିବା ଦିନ ବୃଦ୍ଧି ହୋଇଛି । ଏହି ପୋର୍ଟାଲ ପୂର୍ବରୁ ୩୦ ଦିନ ଖୋଲା ରହୁଥିବା ବେଳେ ନୂତନ ନିର୍ଦ୍ଦେଶନାମା ଅନୁସାରେ ପୋର୍ଟାଲ ୯୦ ଦିନ ପର୍ଯ୍ୟନ୍ତ ଖୋଲା ରହିବ । ସମସ୍ତ ଅଭିଯୋଗ ଗୁଡ଼ିକୁ ୪୫ ଦିନ ମଧ୍ୟରେ କ୍ଷେତ୍ର ସ୍ତରରେ ଯାଞ୍ଚ କରାଯିବ ।

ସେହିପରି ଗତ ୨୦୨୩ ଏପ୍ରିଲ ୧ ଏବଂ ମେ ୨୩ ତାରିଖରେ ହିତାଧିକାରୀ ଚାଷୀମାନଙ୍କୁ ଖରିଫ ୨୦୨୩ ନିମନ୍ତେ ପ୍ରଦାନ କରାଯାଇଛି କାଳିଆ ସହାୟତା । ଏଥିପାଇଁ ଏହି ଆଦେଶନାମା ଜାରି କରାଯାଇଛି । ଏହା ସଙ୍ଗେ ସଙ୍ଗେ ପୋର୍ଟାଲ ମଧ୍ୟ ଖୋଲାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ କାଳିଆ ସହାୟତା ପ୍ରଦାନକୁ ଦୃଷ୍ଟିରେ ରଖି ଏହା ୨୦୨୩ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଏହି ସଂଶୋଧିତ ପଦ୍ଧତି ପରବର୍ତ୍ତୀ ଫସଲ ଋତୁ ଏବଂ ବର୍ଷଗୁଡ଼ିକରେ ମଧ୍ୟ ଅନୁସରଣ କରାଯିବା ନେଇ ଆଦେଶନାମାରେ ଏହା ଉଲ୍ଲିଖିତ ହୋଇଛି । ଏହି ସଂଶୋଧିତ ଆଦେଶନାମା ଜାରି ହେବା ଦିନ ଠାରୁ କାର୍ଯ୍ୟକାରୀ ହେବ ।

ଏନେଇ କୃଷି ବିଭାଗ ନିଷ୍ପତ୍ତି ନେଇଛି ଯେ, ପ୍ରତି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ କାଳିଆ ସେଣ୍ଟର । କାଳିଆ ଓ ଅନ୍ୟ ପ୍ରମୁଖ ଯୋଜନାର ସଫଳ ରୂପାୟନ ପାଇଁ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ଲେଖାଏଁ କାଳିଆ ସେଣ୍ଟର ପ୍ରତିଷ୍ଠା କରାଯିବ । ଗୋଟିଏ ଛାତ ତଳେ ଚାଷୀଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବ । କୃଷି କ୍ଷେତ୍ରରେ ନୂତନ ସୁଯୋଗର ଉନ୍ମେଷ ଦିଗରେ ଚାଷୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ୱାନ ଷ୍ଟପ ସେଣ୍ଟର ଭାବରେ କାର୍ଯ୍ୟ କରିବ । ଏହି କେନ୍ଦ୍ରରେ କାଳିଆ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଗୋସୁଗମ, ସଫଲ, କୃଷକ ଓଡ଼ିଶା କାର୍ଯ୍ୟକାରିତାରେ ଚାଷୀ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସହାୟତା ଯୋଗାଇ ଦିଆଯିବ ।

କାଳିଆ ସେଣ୍ଟର ପ୍ରତ୍ୟେକ ସରକାରୀ କାର୍ଯ୍ୟ ଦିବସରେ ସକାଳ ୧୦ ରୁ ଅପରାହ୍ନ ୫.୩୦ ମିନିଟ ପର୍ଯ୍ୟନ୍ତ ଖୋଲା ରହିବ । କାଳିଆ ସେଣ୍ଟର ଚାଷୀମାନଙ୍କ ନିମନ୍ତେ କାଳିଆ ସମେତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ସଫଲ, ଗୋସୁଗମ, କୃଷକ ଓଡ଼ିଶା ଆଦି କାର୍ଯ୍ୟକ୍ରମ ନିମନ୍ତେ ୱାନ ଷ୍ଟପ ସେଣ୍ଟର ଭାବେ କାର୍ଯ୍ୟ କରିବ । ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ପ୍ରତି କେନ୍ଦ୍ରରେ ବୈଷୟିକ ଦକ୍ଷତା ସଂପନ୍ନ କର୍ମଚାରୀ ନିୟୋଜିତ ହେବେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିତିଦିନିଆ କାର୍ଯ୍ୟର ତଦାରଖ ନିମନ୍ତେ ଜଣେ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯିବ । କେନ୍ଦ୍ରକୁ ଆସୁଥିବା କୃଷକମାନଙ୍କର ସମସ୍ୟା ଓ ଏ ଦିଗରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଓ ପରାମର୍ଶ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ରେକର୍ଡ କରାଯିବ ।

ତେବେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ମସିହାରୁ କାର୍ଯ୍ୟକାରୀ ହେଉଛି କାଳିଆ ଯୋଜନା । ଭୂମିହୀନ କୃଷି ପରିବାର ଓ ପ୍ରକୃତ ଭାଗ ଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ଏହାର ଅନ୍ୟତମ ବୈଶିଷ୍ଟ୍ୟ । କାଳିଆ ଯୋଜନା ଆରମ୍ଭ ହେବା ଦିନ ଠାରୁ ଅଦ୍ୟାବଧି ୪୩,୦୪,୮୭୬ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ବା ପ୍ରକୃତ ଚାଷୀ ଏବଂ ୧୭,୭୧,୭୫୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୧୧,୬୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.