ଖୋର୍ଦ୍ଧା: କୋରୋନା ସଂକ୍ରମଣ ଜିଲ୍ଲାରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ତତ୍ପର ହୋଇଛି ପୌର ପ୍ରଶାସନ। ଆଜି(ମଙ୍ଗଳବାର) ଖୋର୍ଦ୍ଧାରେ ଥିବା ଘରୋଇ ନର୍ସିଂହୋମରେ ପୌର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି ।
କୋଭିଡ ନିୟମ ପାଳନ ହେଉଛି କି ନାହିଁ ସେନେଇ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି । କୋଭିଡ ନିୟମ ଅବମାନନା କରୁଥିବା ଜଣାପଡିବା ପରେ ଜୀବନରେଖା ଓ ନନ୍ଦିଘୋଷ ହସ୍ପିଟାଲକୁ 7 ଦିନ ପାଇଁ ସିଲ କରିଛି ପୌର ପ୍ରଶାସନ ।
ସେହିପରି ନନ୍ଦିଘୋଷ ହସ୍ପିଟାଲ ଉପରେ 50 ହଜାର ଟଙ୍କା ଜୋରିମାନା ମଧ୍ୟ ଲଗାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ