ETV Bharat / state

ତାପଙ୍ଗ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ 3 ଗୁରୁତର - ତାପଙ୍ଗ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଦ୍ରୁତ ଗତିରେ ଆସି ଟ୍ରକକୁ ଧକ୍କା ଦେଲା କାର । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ । ଅଧିକ ପଢନ୍ତୁ

one young man died after accident in khordha

author img

By

Published : Feb 13, 2023, 11:10 AM IST

ଖୋର୍ଦ୍ଧା: ତାପଙ୍ଗ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଟ୍ରକକୁ କାର ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଦୁର୍ଘଟଣା ଘଟିଥିବା ବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣଙ୍କ ହେଉଛନ୍ତି ପଲ୍ଲା ଅଞ୍ଚଳର ସୋମନାଥ ବାରିକ । ଆହତ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ପରିଚୟ ମିଳିପାରିଛି । ଜଣେ ପ୍ରେମାନନ୍ଦ ବରାଳ ଓ ଅନ୍ୟଜଣେ ଗଣେଶ ସାହୁ ।

ମିଳିଥିବା ସୂଚନା ଅନୁଯାୟୀ, ପଲ୍ଲା ଅଞ୍ଚଳର ସୋମନାଥ ବାରିକ, ପ୍ରେମାନନ୍ଦ, ଗଣେଶ ଓ ଅନ୍ୟ ଜଣେ ଯୁବକ ଏକ କାରରେ ଜଙ୍କିଆରେ ଏକ ଭୋଜିରେ ଯୋଗ ଦେଇ ଖୋର୍ଦ୍ଧା ପଟକୁ ଆସୁଥିଲେ । ଏହି ସମୟରେ ତାପଙ୍ଗ ଛକ ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକକୁ କାରଟି ଦ୍ରୁତ ବେଗରେ ଆସି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୋମନାଥଙ୍କ ସମେତ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ସୋମନାଥଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ତିନିଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ପରିଚୟ ଜଣାପଡ଼ିଛି, ଜଣେ ପ୍ରେମାନନ୍ଦ ବରାଳ ଓ ଅନ୍ୟଜଣେ ଗଣେଶ ସାହୁ । ଏନେଇ ସଦର ଥାନା ଆଇଆଇସି ବିଦିତା ନାୟକ କହିଛନ୍ତି ଯେ, ''ଦୁର୍ଘଟଣା ସ୍ଥଳରେ କେବଳ ଦୁର୍ଘଟଣାଗ୍ରସ୍ତ କାରଟିକୁ ପୋଲିସ ଜବତ କରିଛି । ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି । ''

ଗତକାଲି କୋଣାର୍କ ବେଳାଭୂମି ରାସ୍ତା ମୁଦୁଲି ଛକରେ ସିରିଜ ଦୁର୍ଘଟଣା ଘଟିଥିଲା । ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିଲେ । ଦୁର୍ଘଟଣାରେ ଟ୍ରାଭେରା, ବାଇକ ଏବଂ ଅଟୋ ଚୁରମାର ହୋଇଥିଲା । ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୨ଜଣ ମୃତକଙ୍କ ମଧ୍ୟରୁ ଜଣେ ଆନ୍ଧ୍ରପ୍ରଦେଶର ପର୍ଯ୍ୟଟକ ହୋଇଥିବା ସୂଚନା ରହିଛି । ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶ ଚିତ୍ତୋର ଓ ନେଲୋର୍ ଜିଲ୍ଲାର ଶ୍ରଦ୍ଧାଳୁ କୋଣାର୍କରୁ ଅଟୋ ଯୋଗେ ପୁରୀ ଅଭିମୁଖେ ଫେରୁଥିଲେ । ଏହି ସମୟରେ ପୁରୀ-କୋଣାର୍କ ବେଳାମାର୍ଗରେ ଟ୍ରାଭେରା, ବାଇକ, ଅଟୋ ସିରିଜ ଦୁର୍ଘଟଣା ଘଟିଥିଲା।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.