ETV Bharat / state

ହାତୀ ଆକ୍ରମଣରେ ଯୁବକ ଗୁରୁତର

ଖୋର୍ଦ୍ଧା ଜିଲ୍ଲାରେ ମାତିଛନ୍ତି ହାତୀପଲ । ଫସଲ ଜଗି ଥିବା ବେଳେ ହାତୀ ହାବୁଡରେ ପଡି ଯୁବକ ଗୁରୁତର । ଅଧିକ ପଢନ୍ତୁ...

author img

By

Published : Dec 23, 2020, 9:34 AM IST

ହାତୀ ଆକ୍ରମଣରେ ଯୁବକ ଗୁରୁତର
ହାତୀ ଆକ୍ରମଣରେ ଯୁବକ ଗୁରୁତର

ଖୋର୍ଦ୍ଧା: ଜିଲ୍ଲାର ଟାଙ୍ଗି ରେଞ୍ଜ ଅଞ୍ଚଳରେ ଲାଗି ରହିଛି ହାତୀ ଉପଦ୍ରବ । ଧାନ ବିଲ ଜଗି ରହିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଜଣେ ଯୁବକ ଗୁରୁତର । ଯୁବକ ଜଣକ ହେଲେ ଚନ୍ଦନ ପୁର ଗ୍ରାମର ଦିଲ୍ଲୀପ କୁମାର ବେହେରା ।

ସୂଚନାଅନୁସାରେ, କିଛି ଦିନ ହେବ ଟାଙ୍ଗୀ ଅଞ୍ଚଳରେ ହାତୀ ଆତଙ୍କ ଖେଳାଇବାରେ ଲାଗିଛି । ଅନେକ ଚାଷୀଙ୍କ ଫସଲ ଉଜାଡୁଛନ୍ତି ହାତୀ । ଚନ୍ଦନପୁର ଗାଁର ଦିଲ୍ଲୀପ ତାଙ୍କ ଧାନ ଫସଲକୁ ହାତୀ କବଳରୁ ରକ୍ଷା କରିବା ପାଇଁ ନିଜ ବିଲରେ ଜଗିଥିଲେ । ସେହି ସମୟରେ ସେ ହାତୀ ହାବୁଡରେ ପଡିଥିଲେ । ହାତୀ ଦିଲ୍ଲୀପଙ୍କୁ ଦଳି ଦେଇଥିଲା । ଫଳରେ ସେ ଗୁରୁତର ଭାବରେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ହାତୀ ଆକ୍ରମଣରେ ଯୁବକ ଗୁରୁତର

ତେବେ କିଛି ଦିନ ହେବ ଟାଙ୍ଗୀ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଲାଗିରହିଥିବା ବେଳେ ବନବିଭାଗ ହାତୀ ଘଉଡେଇବାରେ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଶୀଘ୍ର ବନବିଭାଗ ଏ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଆଶା ରଖିଛନ୍ତି ଗାଁ ଲୋକ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.