ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ 100 କୋଟି ଟଙ୍କା ପ୍ରଦାନ କଲା OMC

author img

By

Published : Apr 1, 2023, 1:58 PM IST

ହରିଶ୍ଚନ୍ଦ୍ର ଓ ମହାପ୍ରୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ 100 କୋଟି ଦେଲା ଓଏମସି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ 100 କୋଟି ଟଙ୍କା ପ୍ରଦାନ କଲା ଓଡ଼ିଶା ଖଣି ନିଗମ । ଏହି ଟଙ୍କା ହରିଶ୍ଚନ୍ଦ୍ର ଓ ମହାପ୍ରୟାଣ ଯୋଜନା ପାଇଁ ସିଏମଆରଏଫରୁ ଖର୍ଚ୍ଚ କରାଯିବ । ସିଏସଆର ପାଣ୍ଠି ବାବଦକୁ ଓଏମସି ସିଏମଆରଏଫକୁ ଏହି ଅର୍ଥ ପ୍ରଦାନ କରିଛି । ଖଣି ଏବଂ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଅର୍ଥ ରାଶି ସମ୍ବଳିତ ଚେକ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପୂରଣ ହେବ ରାଜ୍ୟବାସୀଙ୍କ ସ୍ୱପ୍ନ ! ଟ୍ୱିନ୍ ସିଟିରେ ପ୍ରସ୍ତାବିତ ମେଟ୍ରୋ ଚଳାଚଳ ପାଇଁ ପ୍ରକ୍ରିୟା ଆରମ୍ଭ

ହରିଶ୍ଚନ୍ଦ୍ର ଯୋଜନା ଅଧୀନରେ ଗରିବ ଏବଂ ଅସହାୟ ଲୋକମାନେ ସହାୟତା ପାଇଥାନ୍ତି । ମୃତକଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ସେହିପରି ମହାପ୍ରୟାଣ ଯୋଜନାରେ ମରଶରୀରକୁ ମୃତ୍ୟୁ ସ୍ଥାନରୁ ନିଜର ବାସସ୍ଥାନ ପର୍ଯ୍ୟନ୍ତ ନେବା ପାଇଁ ସହାୟତା ପ୍ରଦାନ କରାଯାଉଛି । ଏଥିରେ ମହାପ୍ରୟାଣ ଗାଡିରେ ମାଗଣାରେ ମୃତଦେହ ପହଞ୍ଚାଯାଏ । ଖଣି ଓ ଇସ୍ପାତ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଚେକ ପ୍ରଦାନ କରିବା ବେଳେ ଓଏମସି ଅଧ୍ୟକ୍ଷ ଦେଓରଞ୍ଜନ କୁମାର ସିଂ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ, ଓଏମସିର ପରିଚାଳନା ନିର୍ଦ୍ଦେଶକ ବଲୱନ୍ତ ସିଂ ଏବଂ ଓଏମସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ-ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କଲେ 5ଟି ସଚିବ, ଉନ୍ନତି ସଂପର୍କରେ କଲେ ସମୀକ୍ଷା

ରାଜ୍ୟବାସୀଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଓଏମସି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରାଯାଉଛି । ଏହା ସହିତ ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ଓଏମସିର ଯଥେଷ୍ଟ ଅବଦାନ ରହିଛି । ନିଜର ସିଏସଆର ପାଣ୍ଠି ବିନିଯୋଗ କରି ଓଏମସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛି । କୋଭିଡ଼ ସମୟରେ ରାଜ୍ୟରେ ସ୍ୱାସ୍ଥ୍ୟ ଭିର୍ତ୍ତିଭୂମି ପ୍ରତିଷ୍ଠାରେ ଓଏମସିର ବଳିଷ୍ଠ ଭୂମିକା ରହିଛି । ବିଭିନ୍ନ କୋଭିଡ ହସ୍ପିଟାଲକୁ ଓଏମସି ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା । ବିଭିନ୍ନ ଶିଳ୍ପ ଓ ଖଣି ଅଞ୍ଚଳରେ କୋଭିଡ଼ ନିରାକରଣ ଲାଗି ଓଏମସି ବହୁ ପଦକ୍ଷେପ ନେଇଥିଲା । ସେହିପରି ଖଣି ଅଞ୍ଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ସ୍କୁଲ, ହସ୍ପିଟାଲ, ପାନୀୟ ଜଳ, ରାସ୍ତା ବିକଶିତ କରାଯାଇଛି । ଯାହାର ସୁଫଳ ସ୍ଥାନୀୟ ଲୋକେ ଉପଭୋଗ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.