ଭୁବନେଶ୍ବର: ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ରାମ୍ ସାରା ଓଡିଶାର ୫୧ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । କିଛି ବର୍ଷର ବିରତି ପରେ ବଡ ପରଦାକୁ କମବ୍ୟାକ୍ କରିଛନ୍ତି ଓଲିଉଡ ଷ୍ଟାର ଅରିନ୍ଦମ । ତେବେ ଅରିନ୍ଦମଙ୍କ ଫିଲ୍ମ ପରଦାକୁ ଆସିଥିବାରୁ ପ୍ରେକ୍ଷାଳୟ ସାମ୍ନାରେ ଫ୍ୟାନଙ୍କର ଭିଡ଼ ଜମିଥିଲା । ପ୍ରଥମେ କଟକର ବୃନ୍ଦାବନ ଓ ଭୁବନେଶ୍ବରର ସ୍ତୁତିରେ ‘ରାମ’ର ପ୍ରିମିୟର ହୋଇଥିଲା । ‘ରାମ୍’ରେ ଓଲିଉଡ଼ର ଦୁଇ ମେଗା ଆକ୍ସନ ଷ୍ଟାର ଅରିନ୍ଦମ ଏବଂ ଅନୁଭବ ନଜର ଆସିଥିବାରୁ ପ୍ରଥମ ଦିନରେ ଓଡ଼ିଶାର ପ୍ରାୟ ସବୁ ପ୍ରେକ୍ଷାଳୟ ଫୁଲ୍ ଥିଲା । ତାଙ୍କ ସହିତ ବଲିଉଡ ତଥା ଟଲିଉଡର ଦୁର୍ଦ୍ଦାନ୍ତ ଖଳନାୟକ ଅଭିନେତା ରାହୁଲ ଦେବ ଅଭିନୟ କରିଛନ୍ତି ।
ଅରିନ୍ଦମଙ୍କ ସହିତ ବାଙ୍ଗୀୟ ସୁନ୍ଦରୀ ନାୟିକା ରୁପ୍ସାଙ୍କ ଯୋଡି ବେଶ ଆକର୍ଷିତ କରିଛି ଦର୍ଶକଙ୍କୁ । ସହ କଳାକାର ଭାବେ ଓଲିଉଡ଼ର ଅନେକ ଅଭିଜ୍ଞ ଅଭିନେତାଙ୍କୁ ବେଶ ଭଲ ବ୍ରେକ୍ ମିଳିଛି ଚଳଚ୍ଚିତ୍ରରେ । ନିର୍ଦ୍ଦେଶକ ଅଶୋକ ପତିଙ୍କ ଦମଦାର ନିର୍ଦ୍ଦେଶନା ଯୁବପିଢ଼ିଙ୍କୁ ବେଶ ପ୍ରଭାବିତ କରିଛି । ଆକ୍ସନ ସାଙ୍ଗକୁ ରୋମାନ୍ସ, କମେଡି ଓ ଟ୍ରାଜେଡି ଭରପୁର ରହିଛି ‘ରାମ୍’ରେ ବୋଲି କହିଛନ୍ତି ଅଭିନେତା ଅରିନ୍ଦମ । ରତ୍ନା ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମ ରୟଙ୍କ ପ୍ରଯୋଜିତ ‘ରାମ୍’ ଚଳଚ୍ଚିତ୍ର ଏକ ବିଗ ବଜେଟର ଚଳଚ୍ଚିତ୍ର । ତେବେ ଫିଲ୍ମର ଗୀତଗୁଡିକୁ ସଜାଡିଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମ ଏବଂ ଲିଙ୍କନ l
ଅନ୍ୟପଟେ ଦଶହରା ପୂଜା ବଜାରରେ ୩ଟି ଓଡ଼ିଆ ଚଳଚ୍ଚିତ୍ର ଆସିଥିବା ବେଳେ ଦର୍ଶକ ‘ରାମ୍’କୁ ଢେର ଭଲ ପାଇବା ଦେଉଥିବା ପରିଲକ୍ଷିତ ହୋଇଥିଲା । ଆକ୍ସନ ରୋମାନ୍ସ ସହ ପାରିବାରିକ କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଥିବା ବେଳେ ଅରିନ୍ଦମଙ୍କ କାମବ୍ୟାକ ଦର୍ଶକଙ୍କ ଓ ତାଙ୍କ ଫ୍ୟାନ୍ସଙ୍କୁ ବେଶ ଆକର୍ଷଣ କରିଛି । ଏହାସହ ଗୋଟିଏ ଫିଲ୍ମରେ ଦୁଇଟି ସୁପରଷ୍ଟାରଙ୍କ କାମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ...Ganpath: ଟାଇଗର ଶ୍ରଫଙ୍କ ଗଣପଥ ରିଲିଜ, ରଜନୀକାନ୍ତଙ୍କ ସମେତ ଏହି ତାରକା ଜଣାଇଲେ ଶୁଭେଚ୍ଛା
ତେଣୁ ପାର୍ବଣରେ ପୂଜାରେ ଓଡ଼ିଆ ସିନେମାର ଏହି ନିଆରା ମିଳନକୁ ନେଇ ଅରିନ୍ଦମ କହିଛନ୍ତି, ‘‘ମୋର ପ୍ରତିଟି ଓଡ଼ିଆ ସିନେପ୍ରେମୀ ହଲ୍କୁ ଆସନ୍ତୁ ଆଉ ସିନେମା ଦେଖିନ୍ତୁ, ପୁଣି ପୂର୍ବ ପରି ଭଲପାଇବା ଦିଅନ୍ତୁ । ଫିଲ୍ମ ନିଶ୍ଚୟ ରୂପେ ଆପଣଙ୍କୁ ବେଶ ପସନ୍ଦ କରିବେ । ’’
ଇଟିଭି ଭାରତ, ଭୁବନେଶ୍ବର