ETV Bharat / state

ରିଲ ନୁହେଁ ରିଅଲ ହିରୋ ସିଦ୍ଧାନ୍ତ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ବଞ୍ଚାଇଲେ ଜୀବନ - ସିଦ୍ଧାନ୍ତ ମହାପାତ୍ର

ଦୁର୍ଘଟଣାଗ୍ରସ୍ତ ଆହତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଦେଲେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ଠିକ ସମୟରେ ମେଡିକାଲରେ ପହଞ୍ଚାଇ ବ୍ୟକ୍ତିଙ୍କ ପାଇଁ ସାଜିଲେ ଦେବଦୂତ। ଅଭିନେତାଙ୍କ ଏହି ମହାନ କାମକୁ ସବୁଆଡେ ପ୍ରଶଂସା କରାଯାଉଛି। ଅଧିକ ପଢନ୍ତୁ,

ରିଲ ନୁହେଁ ରିଅଲ ହିରୋ ସିଦ୍ଧାନ୍ତ ମହାପାତ୍ର, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ବଞ୍ଚାଇଲେ ଜୀବନ

author img

By

Published : Jul 3, 2023, 4:32 PM IST

Updated : Jul 3, 2023, 6:01 PM IST

ରିଲ ନୁହେଁ ରିଅଲ ହିରୋ ସିଦ୍ଧାନ୍ତ

ଭୁବନେଶ୍ବର: ସଡ଼କ ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ପହଞ୍ଚାଇବା ସମ୍ଭାବନା ବହୁତ କମ ରହିଥାଏ । ଏହି ପରିସ୍ଥିତିରେ ଲୋକେ ପୋଲିସର ଭୟ କିମ୍ବା ଅନ୍ୟ କୌଣସି କାରଣରୁ ନୀରବଦ୍ରଷ୍ଟା ସାଜିଥାନ୍ତି । ଏଭଳି ସମୟରେ ଜଣେ ଦୁର୍ଘଟଣାଗ୍ରସ୍ତ ଆହତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇ ମେଡିକାଲ ପହଞ୍ଚାଇଛନ୍ତି ଓଲିଉଡ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର । ଏହି ମହାନ କାମ ଯୋଗୁଁ ସବୁଆଡୁ ତାଙ୍କୁ ପ୍ରଶଂସା କରାଯାଉଛି । ଅଭିନେତାଙ୍କ ଏହି ବଦାନ୍ୟତା ପାଇଁ ରାଜ୍ୟ ପରିବହନ ବିଭାଗ ମଧ୍ୟ ସିଦ୍ଧାନ୍ତଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟ ପରିବହନ ବିଭାଗ କଲା ପ୍ରଶଂସା

ଖୋର୍ଦ୍ଧା ଜିଲ୍ଲା ପାହାଳ ଥାନା ଅନ୍ତର୍ଗତ ନରଣପୁରସ୍ଥିତ କେଏମବିବି ଯୁକ୍ତ ଦୁଇ ବିଜ୍ଞାନ କଲେଜର ଏକ କାର୍ଯ୍ୟକ୍ରମର ଉଦଘାଟକ ଭାବେ ଯୋଗଦେଇ ଭୁବନେଶ୍ୱର ଫେରୁଥିଲେ ସିଦ୍ଧାନ୍ତ । ଏହି ସମୟରେ ସେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି । କେବଳ ଏତିକି ନୁହେଁ ନିଜ ଗାଡ଼ି ଅଟକାଇ ଗୁରୁତର ଆହତ ବ୍ୟକ୍ତିଙ୍କୁ ପ୍ରଥମେ ମେଡିକାଲ ପହଞ୍ଚାଇଥିଲେ । ପରେ ଉକ୍ତ ବ୍ୟକ୍ତିଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକେ ମେଡିକାଲରେ ନପହଞ୍ଚିବା ଯାଏଁ ମେଡିକାଲରେ ରହିଥିଲେ ଅଭିନେତା । ସିଦ୍ଧାନ୍ତ କେବଳ ରିଲ୍‌ ହିରୋ ନୁହନ୍ତି ବରଂ ଜଣେ ରିଅଲ ଲାଇଫ ହିରୋ ବୋଲି ପ୍ରମାଣିତ କରିଛନ୍ତି । ଏଥିପାଇଁ ତାଙ୍କୁ ସାଧୁବାଦ ଜଣାଇଛି ରାଜ୍ୟ ପରିବହନ ବିଭାଗ ।

ଏହା ମଧ୍ୟ ପଢନ୍ତୁ: ବାଇକରେ ସଚେତନତା ବାର୍ତ୍ତା, ସାମିଲ ହେଲେ ଅଭିନେତା ସିଦ୍ଧାନ୍ତ

ଟ୍ବିଟରରେ ରାଜ୍ୟ ପରିବହନ ବିଭାଗ ଏକ ପୋଷ୍ଟ ସେୟାର କରି ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା କରିଛି । ଟ୍ୱିଟ୍‌ ମାଧ୍ୟମରେ ପରିବହନ ବିଭାଗ କହିଛି, "ଜଣେ ସାହାଯ୍ୟକାରୀ ସିଦ୍ଧାନ୍ତ ମହାପାତ୍ରଙ୍କ ଭଳି ହେବା ଆବଶ୍ୟକ । ଆପଣ ଆମ୍ଭ ମାନଙ୍କ ପାଇଁ ଏକ ପ୍ରେରଣା ଉତ୍ସ । ଜଣେ ଆଦର୍ଶ ହୋଇଥିବାରୁ ଆପଣଙ୍କ ଧନ୍ୟବାଦ । ବିଳମ୍ବ ଏବଂ ଭୟ ନକରି ସଡକ ଦୁର୍ଘଟଣା ପରେ ପ୍ରାଥମିକ ସମୟରେ (Golden Hour) ଆହତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ । ଆପଣଙ୍କ ସାହାଯ୍ୟ କାହାର ଜୀବନ ବଞ୍ଚାଇ ପାରେ । ଏଭଳି ସାହାଯ୍ୟକାରୀଙ୍କ ସୁରକ୍ଷା ଆଇନ ଦ୍ୱାରା ସୁନିଶ୍ଚିତ ।"

ସୂଚନା ଥାଉ କି, ରବିବାର ଅପରାହ୍ନ ୨ଟା ସମୟରେ ସିଦ୍ଧାନ୍ତଙ୍କ କାର ପାଖରୁ ପ୍ରାୟ କୋଡିଏ ମିଟର ଦୂରରେ ଏକ ଭ୍ୟାନ ଜଣେ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଦେବା ପରେ ସେହି ବ୍ୟକ୍ତିଙ୍କୁ ଗାଡିଟି ଘୋଷାଡ଼ି ନେଇଥିଲା । ଫଳରେ ବାଇକ ଆରୋହୀଙ୍କ ଗୋଟିଏ ଗୋଡ କଟିଯାଇଥିଲା । ଆହତ ବ୍ୟକ୍ତି ଜଣକ ଆଇନଜୀବୀ ମଦନ ସ୍ବାଇଁ ବୋଲି ଜଣାପଡିଛି । ଏପରି ସ୍ଥିତିରେ ସିଦ୍ଧାନ୍ତ ମଦନଙ୍କ ପାଇଁ ଦେବଦୂତ ସାଜି ମୃତ୍ୟୁମୁଖରୁ ରକ୍ଷା କରିଛନ୍ତି । ଅଭିନେତାଙ୍କ ଏଭଳି ମହାନ ଏବଂ ସାହସିକ କାର୍ଯ୍ୟ ପାଇଁ ପ୍ରଶଂସା କରାଯାଉଛି । ଏଭଳି ସମୟରେ ଗୁରୁତରଙ୍କ ଜୀବନ ବଞ୍ଚାଇ ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛନ୍ତି ଓଲିଉଡ୍‌ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ।

Last Updated : Jul 3, 2023, 6:01 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.