ETV Bharat / state

ବଜାରରୁ ଫେରିବାବେଳେ ପୋଖରୀରେ ପଡି ଜଣେ ମୃତ - ବଜାରରୁ ଫେରିବାବେଳେ ପୋଖରୀରେ ଖସିପଡି ବୃଦ୍ଧ ମୃତ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ପାଞ୍ଚୟତରେ ଘଟିଛି ଏହି ଅଭାବନୀୟ ଘଟଣା । ପୋଖରୀରେ ପଡି ଚାଲିଗଲା ଜଣଙ୍କ ଜୀବନ । ଅଧିକ ପଢନ୍ତୁ...

old-man-death-in-ponds-in-khordha
ବଜାରରୁ ଫେରିବାବେଳେ ପୋଖରୀରେ ଖସିପଡି ବୃଦ୍ଧ ମୃତ
author img

By

Published : Jun 27, 2020, 5:08 PM IST

ଖୋର୍ଦ୍ଧା:ପୋଖରୀରେ ପଡି ଜଣେ ମୃତ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ପାଞ୍ଚୟତରେ ଘଟିଛି ଏହି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ଅଗ୍ନୀଶମ ବିଭାଗ ପହଞ୍ଚି ଉଦ୍ଧାର କରିଛି ।

ବଜାରରୁ ଫେରିବାବେଳେ ପୋଖରୀରେ ପଡି ଜଣେ ମୃତ

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ପାଞ୍ଚୟତ ସିଙ୍ଗିପୁର ଗାଁର ଶନିବାର ସକାଳ ସମୟରେ ଶରତ ନାୟକ (୫୫) ସାଇକେଲ ଯୋଗେ ବଜାରକୁ ଯାଇଥିଲେ । ବଜାରରୁ କାମ ସାରି ଘରକୁ ଫେରୁଥିବା ସମୟରେ ନାଚୁଣି ସ୍କୁଲ ଦେଇ ଯାଇଥିବା ରାସ୍ତା କଡରେ ଏକ ପୋଖରୀରେ ହଠାତ ଶରତ ପଡ଼ିଯାଇଥିଲେ । ଏନେଇ ସ୍ଥାନୀୟ ଲୋକମାନେ ଦେଖି ସଙ୍ଗେ ସଙ୍ଗେ ଗଙ୍ଗାଧରପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଶରତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲକୁ ନେଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶରତ ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବରୁ ଶରତଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.