ETV Bharat / state

କିଡନୀ ରୋଗରେ ପୀଡ଼ିତ ପତ୍ନୀ, ସରକାରୀ ସହାୟତା ଅପେକ୍ଷାରେ ଅସହାୟ କୁବେର - ଡ଼ବେରଣା ଗ୍ରାମର ଅସହାୟ କୁବେର ପ୍ରଧାନ

ସରକାରୀ ସହାୟତା ଅପେକ୍ଷାରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମର ଅସହାୟ କୁବେର ପ୍ରଧାନ ଓ ତାଙ୍କ ପତ୍ନୀ । ଅଧିକ ପଢନ୍ତୁ

couple need government assistance
author img

By

Published : Jun 21, 2023, 2:33 PM IST

Updated : Jun 21, 2023, 7:54 PM IST

ସରକାରୀ ସହାୟତା ଅପେକ୍ଷାରେ ଅସହାୟ କୁବେର

ଖୋର୍ଦ୍ଧା: କଥାରେ ଅଛି ବିପଦ ଆସିଲେ ସେ ତାର ବନ୍ଧୁବାନ୍ଧବ, ସାଥୀମାନଙ୍କୁ ନେଇ ଆସେ । ଗରୀବ ଅସହାୟଙ୍କୁ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ପୁଳାପୁଳା ଯୋଜନା । ହେଲେ ବାସ୍ତବରେ ଏହି ଯୋଜନା ଲୋକଙ୍କ କାମରେ ଆସୁନି । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବଡ଼ବେରଣା ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଆମେ କହୁଛୁ ଅସହାୟ କୁବେର ପ୍ରଧାନ ଓ ତାଙ୍କ ପତ୍ନୀଙ୍କ କଥା । ଦଇବକୁ ଗୁହାରି କରିବେ ନା ଭାଗ୍ୟକୁ ନିନ୍ଦିବେ ? ବୟସର ଅପରାହ୍ନରେ ପହଞ୍ଚିଥିବା ବେଳେ ଆହା ପଦେ କହିବାକୁ କେହି ନାହାନ୍ତି । ଆଉ ତାରି ଭିତରେ ରୋଗିଣା ସ୍ତ୍ରୀର ସେବା କରି ଭାଙ୍ଗି ପଡିଲେଣି କୁବେର ।

ଏମାନଙ୍କ ପାଖରେ ନାଁ ଅଛି ଅର୍ଥ ନା ମିଳୁଛି ସରକାରୀ ଯୋଜନାରେ କୌଣସି ସହାୟତା । ବଞ୍ଚିବା ପାଇଁ ଦିନରାତି ସଂଘର୍ଷ କରୁଛନ୍ତି । ଦୁଃଖ ଓ ଯନ୍ତ୍ରଣାର ପାହାଡ଼ ମୁଣ୍ଡେଇ ମୁଣ୍ଡେଇ ଥକି ଗଲେଣି ସେ । ସାତ ଜନ୍ମ ପାଇଁ ସାଥି କରିଥିବା ପତ୍ନୀଙ୍କ ଦୁରାରୋଗ ତାଙ୍କ ପାଇଁ ସମସ୍ୟା ପାଲଟିଛି । ଯେଉଁ ବୟସରେ ଅନ୍ୟଠୁ ସେବା ପାଇବା କଥା ସେ ବୟସରେ ସ୍ତ୍ରୀର ସେବା କରି ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି । କୁବେର ପ୍ରଧାନଙ୍କ ବୟସ 70 ଟପିଲାଣି ତଥାପି ପର ପାଖରେ ମୂଲ ଲାଗିଲେ ଚୁଲି ଜଳେ । ଯାହା ପଇସା ମିଳେ ସେଥିରେ ଦୁଇ ପ୍ରାଣୀଙ୍କ ପେଟ ପୁରେନି । ଯେଉଁଥି ପାଇଁ ଓଳିଏ ଖାଇଲେ ଓଳିଏ ଉପାସ ରହିବାକୁ ବି ପଡ଼େ ।

ସେହିପରି କୁବେର ଓ ତାଙ୍କ ପତ୍ନୀଙ୍କ ଅସହାୟ ଅବସ୍ଥା ଦେଖି ପଡୋଶୀ ତାଙ୍କୁ ପ୍ରାୟତଃ ସମୟରେ ଖାଦ୍ୟର ବ୍ୟବସ୍ଥା କରିଥାନ୍ତି । ଅତି ସରଳ ଓ ନିଷ୍କପଟ ମଣିଷଟିଏ କୁବେର । କିନ୍ତୁ କାହିଁକି କେଜାଣି ଭଗବାନ ତାଙ୍କ ପ୍ରତି କାହିଁକି ଏତେ ନିଷ୍ଠୁର । ପିଲାଛୁଆ କେହି ନ ଥିବାରୁ ବୟସର ଅପରାହ୍ନରେ ତାଙ୍କ ପାଇଁ ସାହାର ପାଲଟିବାକୁ କେହି ନାହାନ୍ତି । ସେପଟେ ଭଙ୍ଗା ମାଟି କାନ୍ଥ ଓ ବାଉଁଶ ଉପରେ ଥୁଆ ହୋଇଥିବା ଆଜବେଷ୍ଟସ କେତେବେଳେ ଅଘଟଣକୁ ଡାକି ନଆଣିବ ସେକଥା କିଏ କହିବ । ବେସାହାରା ନିଃସନ୍ତାନ ବୃଦ୍ଧ ଦମ୍ପତି ଜୀବନ ବଞ୍ଚିବାକୁ ନୀତିଦିନ ସଂଘର୍ଷ କରୁଛନ୍ତି । ବୃଦ୍ଧବସ୍ଥାରେ ପରଦୁଆର ହାତରନ୍ଧା ଖାଦ୍ୟ କୁ ଅନାଇ ପେଟ ପୋଷୁଛନ୍ତି ଦୁଇପ୍ରଣୀ ।

ଆଖିକୁ ଭଲରେ ଦିଶୁନାହିଁ କି କାନକୁ ଠିକ ସେ ଶୁଭୁନାହିଁ । ହାତ ଓ ଗୋଡ଼ରେ ବଳନାହିଁ ତଥାପି କୁବେର ନିଜ ହାତରେ ରୋଗିଣୀର ସ୍ତ୍ରୀର ସେବା କରୁଛନ୍ତି । ଗରିବ ଅସହାୟ ଲୋକଙ୍କ ପାଇଁ ରାଜ୍ୟ ସରକାର ମାଳମାଳ ଯୋଜନା କରୁଛନ୍ତି । ହେଲେ ଏହି ବୃଦ୍ଧ ଦମ୍ପତିଙ୍କ ପାଖରେ ସେ ଯୋଜନା କାହିଁକି ପହଞ୍ଚି ପାରୁନି ତାହାକୁ ନେଇ ଏବେ ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଏଭଳି କ୍ଷେତ୍ରରେ ଏହି ବୃଦ୍ଧ ଦାମ୍ପତିଙ୍କୁ ତୁରନ୍ତ ସରକାରୀ ଯୋଜନାରେ ସ୍ବାସ୍ଥ୍ୟ ସେବା ସହ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ l ସେହିପରି କୁବେରଙ୍କୁ ସହାୟତା ପାଇଁ ବେସରକାରୀ ସଂସ୍ଥା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଗେଇ ଆସି ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ଗ୍ରାମବାସୀ । ସେପଟେ ଗୁହାରି ଶୁଣି ତଦନ୍ତ କରି ଖୁବଶୀଘ୍ର ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଆଯିବା ନେଇ ବିଡିଓ ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jun 21, 2023, 7:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.