ETV Bharat / state

OJEE 2023 Registration: ଆଜିଠୁ ଓଜେଇଇ ଆବେଦନ ପ୍ରକ୍ରିୟା ଆରମ୍ଭ, ମାର୍ଚ୍ଚ 20 ଶେଷ ତାରିଖ

author img

By

Published : Feb 10, 2023, 10:45 AM IST

ଆଜିଠାରୁ ଓଜେଇଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାର୍ଚ୍ଚ 20 ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିକ ପଢନ୍ତୁ

ojee 2023 application process starts
ଆଜିଠାରୁ ଓଜେଇଇ ଆବେଦନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଆଜିଠାରୁ ଓଜେଇଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତ ବର୍ଷ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ଲାଗି ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିବ । ଅନ୍‌ଲାଇନରେ ଆବେଦନ ପରୀକ୍ଷା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

ତେବେ ଓଜେଇଇ ପରୀକ୍ଷା ଲାଗି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ମଇ ପ୍ରଥମ କିମ୍ବା ଦିତୀୟ ସପ୍ତାହ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଓଜେଇଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ରାଜ୍ୟର ବିଭିନ୍ନ ବୈଷୟିକ କଲେଜ ଗୁଡିକରେ ବିଫାର୍ମ, ଏମ୍‌ସିଏ, କମ୍ପ୍ୟୁଟର ସାଇନ୍ସ, ଏମ୍‌ବିଏ, ଇଣ୍ଟିଗ୍ରେଟେଡ ଏମ୍‌ବିଏ, ବି.କ୍ୟାଟ୍‌, ଏମ୍‌ଟେକ୍‌, ଏମ୍ ଆର୍କିଟେକ୍‌, ଏମ୍ ପ୍ଲାନ୍‌, ଏମ୍‌ଫାର୍ମା, ଲାଟେରାଲ ଏଣ୍ଟ୍ରି (ବିଟେକ୍‌, ବିଫାର୍ମା) ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପରୀକ୍ଷା ସିବିଟି ମାଧ୍ୟମରେ କରାଯିବ ।

ଏହା ବି ପଢନ୍ତୁ.... ମୃତ୍ୟୁର ଆଭାସ ପାଇଥିଲେ କି ନବ ? ହତ୍ୟାକୁ ବିତିଲା 13 ଦିନ, ଆଜିବି ଗୁଞ୍ଜରିତ ଶେଷ ଅଭିଭାଷଣ

ତେବେ ରାଜ୍ୟରେ ବୈଷୟିକ ଶିକ୍ଷା ଲାଗି ୩ଟି ବିଶ୍ବବିଦ୍ୟାଳୟ, ୮ଟି ସରକାରୀ ବୈଷୟିକ କଲେଜ ଏବଂ ୭୯ଟି ଘରୋଇ ବୈଷୟିକ କଲେଜ ରହିଛି । ମୋଟ୍ ୪୦ ହଜାର ସିଟ୍‌ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା କରାଯିବ। ସିବିଟି ମାଧ୍ୟମରେ ହେବ ଏହି ପରୀକ୍ଷା। ତେବେ ଛାତ୍ରଛାତ୍ରୀ ୱେବସାଇଟ୍‌ www.ojee.nic.in ରେ ଫର୍ମ ପୂରଣ କରିପାରିବେ । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍‌ www.ojee.nic.in ଓ www.odishajee.com ମାଧ୍ୟମରେ ଅଧିକ ତଥ୍ୟ ପାଇପାରିବେ ।

ପ୍ରକାଶ ଥାଉ କି, 8 ତାରିଖ ଦିନ ଜେଇ ମେନ ପ୍ରଥମ ସେସନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଗତବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଓଡିଆ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଅମୃତାଂଶୁ ମହାନ୍ତି ଓଡିଶା ଜେଇଇ ଟପ୍ପର ହୋଇଥିଲେ । ଜାନୁଆରୀ 24ରୁ 31 ଯାଏ ପ୍ରଥମ ସେସନ ପରୀକ୍ଷା ହୋଇଥିଲା । ଏ ବର୍ଷ ଓଡ଼ିଆ ଭାଷାରେ ଜେଇଇ ମେନ୍ ପରୀକ୍ଷା ହେବ । ଓଡ଼ିଆ ଭାଷାକୁ ମିଶାଇ ମୋଟ ୧୩ଟି ଭାଷାରେ ପରୀକ୍ଷା ହୋଇଥିଲା । ଦ୍ବିତୀୟ ସେସନ ଏପ୍ରିଲ ମାସରେ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.