ETV Bharat / state

ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ଘଟଣା, ଡିଜିପିଙ୍କୁ ରିପୋର୍ଟ ମାଗିଲେ OHRC - ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ ରାୟ

ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ପତ୍ନୀଙ୍କ ନିର୍ଯାତନାର ଶିକାର ହୋଇ ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ମାମଲା ରୁଜୁ କରିଛି ରାଜ୍ୟ ମାନବାଧିକାର କମିଶନ । ଅଧିକ ପଢନ୍ତୁ

ମହିଳା ହୋମଗାର୍ଡଙ୍କୁ ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ଘଟଣା
women homeguard harassed by dig family
author img

By ETV Bharat Odisha Team

Published : Aug 23, 2023, 8:14 AM IST

Updated : Aug 23, 2023, 1:21 PM IST

ଭୁବନେଶ୍ବର: ମହିଳା ହୋମଗାର୍ଡଙ୍କୁ ଡିଆଇଜିଙ୍କ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ ଘଟଣା । ନିଜ ଆଡୁ ମାମଲା ରୁଜୁ କରିଛି ରାଜ୍ୟ ମାନବାଧିକାର କମିଶନ ( OHRC) । ମାମଲା ରୁଜୁ କରିବା ସହ ତଦନ୍ତ କରି ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ହୋଇଛି ।

ଘଟଣାରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରି ପୋଲିସ ଡିଜିଙ୍କୁ ଏ ସମ୍ପର୍କରେ ସବିଶେଷ ବିବରଣୀ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ସେପ୍ଟେମ୍ବର 15 ତାରିଖ ସୁଦ୍ଧା ପୋଲିସ ଡିଜି ଏହା ଉପରେ ଜବାବ ରଖିବାକୁ କମିଶନ ସଦସ୍ୟ ଅମିତାଭ ଦାଶ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପୀଡିତାଙ୍କୁ 30 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ଅଘଟଣ ପାଇଁ ଦାୟୀ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରି ଓଏଚଆସସିରେ ମାମଲା ରୁଜୁ ହୋଇଛି ।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ପୋଲିସର ଡିଆଜିଙ୍କ ବାସଭବନରେ କାର୍ଯ୍ୟ କରୁଥିବା ହୋମଗାର୍ଡଙ୍କୁ ନିର୍ଯାତନା ଦିଆଯାଉଥିଲା। ଯାହାକୁ ସେ ସହି ନପାରି ଜୀବନ ହାରିବାକୁ ଚେଷ୍ଟା କରୁଥିଲେ । ତାଙ୍କ ଜୀବନ ବଞ୍ଚି ଯାଇଥିଲା ହେଲେ ଦୁଇ ଗୋଡ ହରାଇଥିଲେ ହୋମଗାର୍ଡ । ବର୍ତ୍ତମାନ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।''

ଏହା ବି ପଢନ୍ତୁ...ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ଘଟଣା: ତୀବ୍ର ନିନ୍ଦା କଲା ବିଜେପି, ଡିଆଇଜି ବ୍ରିଜେଶ ରାୟଙ୍କ ବଦଳି

ଏହା ବି ପଢନ୍ତୁ...ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି

କିଛି ଦିନ ପୂର୍ବେ ଅନୁଗୋଳ ଜିଲ୍ଲାରେ ମହିଳା ହୋମଗାର୍ଡ ଶୈରିନ୍ଦ୍ରୀ ସାହୁ ଉତ୍ତରାଞ୍ଚଳ ଡିଆଇଜି ବ୍ରିଜେଶ ରାୟଙ୍କ ଘରୋଇ କାର୍ଯ୍ୟରେ ନିୟୋଜିତ ଥିଲେ । ବରିଷ୍ଠ ପୋଲିସ ଅଧିକାରୀଙ୍କ ପତ୍ନୀଙ୍କ ନିର୍ଯାତନା ସହିନପାରି ମହିଳା ହୋମଗାର୍ଡ ଜଣଙ୍କ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ସିଡିଏସ୍ଥିତ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଆଇସିୟୁରେ ଅଛନ୍ତି । ସେ ବଞ୍ଚିଯାଇଥିଲେ ମଧ୍ୟ ଦୁଇଟି ଯାକ ଗୋଡ଼ ହରାଇଛନ୍ତି । ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଘଟଣା ପରେ ଡିଆଇଜି ବ୍ରିଜେଶ ରାୟଙ୍କର ବଦଳି ମଧ୍ୟ ହୋଇଛି । ଘଟଣାକୁ ବିରୋଧୀ ବିଜେପି ଓ କଂଗ୍ରେସ ତୀବ୍ର ନିନ୍ଦା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 23, 2023, 1:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.