ETV Bharat / state

Waste Dumping Issue: BMCକୁ ମାନବାଧିକାର କମିଶନଙ୍କ ନୋଟିସ, ଧିରୁକୁଟ ବସ୍ତିରେ ବ୍ୟାପୁଛି ଚର୍ମରୋଗ - OHRC seeks report from BMC

ମଞ୍ଚେଶ୍ୱର ନିକଟରେ ଆବର୍ଜନା ଗଦାକୁ ନେଇ BMCକୁ ରିପୋର୍ଟ ତଲବ କରିଛନ୍ତି ମାନବାଧିକାର କମିଶନ । ଅନ୍ୟପଟେ ଭୁବନେଶ୍ୱର ଗାଡ଼କଣ ସ୍ଥିତ ଧିରିକୁଟି ବସ୍ତିରେ ବ୍ୟାପିଛି ଚର୍ମ ରୋଗ । ଅଧିକ ପଢନ୍ତୁ

OHRC seeks report from BMC
ଧିରୁକୁଟ ବସ୍ତିରେ ବ୍ୟାପିଛି ଚର୍ମରୋଗ
author img

By ETV Bharat Odisha Team

Published : Nov 6, 2023, 5:38 PM IST

ଭୁବନେଶ୍ବର: BMCକୁ ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ । ମଞ୍ଚେଶ୍ୱର ନିକଟରେ ଆବର୍ଜନା ଗଦାକୁ ନେଇ ରିପୋର୍ଟ ତଲବ କରିଛନ୍ତି ମାନବାଧିକାର କମିଶନ । ପୂର୍ବରୁ ମଞ୍ଚେଶ୍ୱର ରେଲୱେ କଲୋନୀର ଜଣେ ବାସିନ୍ଦା OHRCଙ୍କ ଦ୍ୱାରସ୍ଥ ହୋଇଥିଲେ । BMC ଦ୍ୱାରା ମଞ୍ଚେଶ୍ୱର ଅଞ୍ଚଳରେ ଆବର୍ଜନା ଗଦା କରାଯାଉଛି । ଫଳରେ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଗୁରୁତର ସହ ନେଇ ନୋଟିସ କରିଛନ୍ତି OHRC । ଆସନ୍ତା ଡିସେମ୍ବର ୧୧ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଡିସେମ୍ବର ୧୪ ତାରିଖରେରେ ପରବର୍ତ୍ତୀ ଶୁଣାଣି ନେଇ ତାରିଖ ଧାର୍ଯ୍ୟ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ ।

ଅନ୍ୟପଟେ ଭୁବନେଶ୍ୱର ଗାଡ଼କଣ ସ୍ଥିତ ଧିରିକୁଟ ବସ୍ତିରେ ବ୍ୟାପିଛି ଚର୍ମ ରୋଗ । ଘରେ ଘରେ ବଢିଲାଣି ଚର୍ମ ରୋଗୀଙ୍କ ସଂଖ୍ୟା । ଏହି ସମୟରେ 'ଆଞ୍ଚଳିକ ସୁରକ୍ଷା ମଞ୍ଚ' ନାମକ ଏକ ସାମାଜିକ ସଂଗଠନ ସ୍ଥାନୀୟ ବାସିନ୍ଦାଙ୍କୁ ମଲମ ବାଣ୍ଟୁଥିବା ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ ବା ଡାକ୍ତର ଏହି ଅଞ୍ଚଳରେ ପହଞ୍ଚି ନଥିବାବେଳେ ମଲମ ବାଣ୍ଟୁଛନ୍ତି ସ୍ବେଚ୍ଛାସେବୀ ।

ସୈନିକ ସ୍କୁଲ ପାଖ ଡମ୍ପିଂୟାର୍ଡରୁ ବାହାରୁଥିବା ଦୁର୍ଗନ୍ଧ ପାଇଁ ବସ୍ତି ବାସିନ୍ଦା ଅନେକ ପ୍ରକାର ସମସ୍ୟା ଭୋଗୁଛନ୍ତି । ଦୁର୍ଗନ୍ଧରେ ରହିବା କଷ୍ଟକର ହୋଇପଡିଥିବାବେଳେ ଏବେ ଚିନ୍ତା ବଢାଇଛି ଚର୍ମ ରୋଗ । ଡମ୍ପିଂୟାର୍ଡ ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ । ସେପଟେ ଚର୍ମରୋଗ ମାଡ଼ିଥିବାବେଳେ ଏ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇନଥିବାରୁ ଅସନ୍ତୋଷ ଦେଖା ଦେଇଛି ।

ଏହା ବି ପଢନ୍ତୁ...ଦୁର୍ଗନ୍ଧରେ ଫାଟିପଡୁଛି ରାଜଧାନୀ; ଗାଡକଣ ଡମ୍ପିଂୟାର୍ଡ ଯାଇ ସ୍ଥିତି ନିରୀକ୍ଷଣ କଲା ବିଜେପି

ଗୋଟିଏପଟେ ଭୁବନେଶ୍ବରରେ ପୃଥକ ଅଳିଆ ନଦେଲେ ଲୋକମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ଯେଉଁମାନେ ଅଳିଆ ଗୁଡିକୁ ପୃଥକୀକରଣ କରୁନାହାନ୍ତି କିମ୍ବା ଓଦା ଓ ଶୁଖିଲା ଅଳିଆ ପୃଥକ ଭାବେ ଦେଉନାହାନ୍ତି ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କଡ଼ା ଚେତାବନୀ ଦେଇଥିଲେ । ଅନ୍ୟପଟେ ଗାଡକଣରେ ଅଳିଆ ଗଦା ହେବା ଯୋଗୁ ସେଠାରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ ସ୍ଥାନୀୟବାସିନ୍ଦା । ଖୁବଶୀଘ୍ର ଗାଡକଣରେ ଅଳିଆ ସମସ୍ୟା ସମାଧାନ କରାଯିବ ବୋଲି କମିଶନର ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ବର୍ତ୍ତମାନସୁଦ୍ଧା ସମସ୍ୟାର ସମାଧାନ ହୋଇନଥିବାରୁ ମଞ୍ଚେଶ୍ୱର ନିକଟରେ ଆବର୍ଜନା ଗଦାକୁ ନେଇ ବିଏମସିକୁ ରିପୋର୍ଟ ତଲବ କରିଛନ୍ତି ମାନବାଧିକାର କମିଶନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.