ETV Bharat / state

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣା: ୧୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ OHRC - ରାଜ୍ୟ ମାନବାଧିକାର କମିଶନ

ଗୋବିନ୍ଦ ସାହୁ ଆତ୍ମହତ୍ୟା ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛନ୍ତି OHRC (Odisha Human Rights commission) । ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ ଡିଜି ଓ ବଲାଙ୍ଗୀର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ । ଅଧିକ ପଢ଼ନ୍ତୁ

୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ OHRC

author img

By

Published : Dec 20, 2022, 4:58 PM IST

୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ OHRC
୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ OHRC

ଭୁବନେଶ୍ବର: ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛନ୍ତି । ଆଜି ସେ JMFC କୋର୍ଟରେ ହାଜର ହେବାର ଥିଲା । ଏହା ପୂର୍ବରୁ କଣ୍ଟାବାଞ୍ଜି ଜେଲ୍‌ ଭିତରେ ଆତ୍ମହତ୍ୟା କରିଛନ୍ତି ଗୋବିନ୍ଦ ସାହୁ । ତେବେ ଏନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି OHRC (Odisha Human Rights commission) । ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଜେଲ ଡିଜି ଓ ବଲାଙ୍ଗୀର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ ।

କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିବା ଗୋବିନ୍ଦ ସାହୁ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରହିଥିଲେ । ତେବେ ଏଭଳି ସମ୍ବେଦନଶୀଳ ହତ୍ୟା ମାମଲାର ଅଭିଯୁକ୍ତ ଜେଲରେ ଆତ୍ମହତ୍ୟା କରିବା ଘଟଣାରେ ଦୃଷ୍ଟି ଆକର୍ଷଣ କରାଯାଇଛି । ଯେହେତୁ ଏହା ହେପାଜତ ମୃତ୍ୟୁର ଏକ ମାମଲା, ଘଟଣାକୁ ଗୁରୁତ୍ଵ ସହ ବିଚାରକୁ ନେଇ ରାଜ୍ୟ ମାନବାଧିକାର କମିଶନ ଏହି ମାମଲା ନିଜ ଆଡୁ ରୁଜୁ କରିଛନ୍ତି । ଏହି ଘଟଣାରେ ୧୫ ଦିନ ମଧ୍ୟରେ କମିଶନଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ଜେଲ ଡିଜି ଓ ବଲାଙ୍ଗୀର ଏସପିଙ୍କୁ ନୋଟିସ୍ ଜାରି କରିଛନ୍ତି OHRC । ଜାନୁଆରୀ ୧୦ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.