ETV Bharat / state

ଏଇପିଏସର ସଫଳ ରୂପାୟନ ପାଇଁ ତତ୍ପର ହୁଅନ୍ତୁ ଅଧିକାରୀ: ମନ୍ତ୍ରୀ

author img

By

Published : Apr 18, 2023, 9:50 PM IST

କୃଷି ଭବନରେ ଆୟୋଜିତ ହୋଇଛି ଉଭୟ ବିଭାଗର ସମନ୍ୱୟ ବୈଠକ । ବୈଠକରେ ମନ୍ତ୍ରୀ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ସହଯୋଗୀ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ହିତାଧିକାରୀମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟ ନିମନ୍ତେ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୋଜନା କାର୍ଯ୍ୟକାରୀ ହୋଇପାରିବ । ଅଧିକ ପଢନ୍ତୁ

ଏଇପିଏସର ସଫଳ ରୂପାୟନ ପାଇଁ ତତ୍ପର ହୁଅନ୍ତୁ ଅଧିକାରୀ: ମନ୍ତ୍ରୀ
ଏଇପିଏସର ସଫଳ ରୂପାୟନ ପାଇଁ ତତ୍ପର ହୁଅନ୍ତୁ ଅଧିକାରୀ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ଜନଜାତି ଅଧ୍ୟୁଷିତ ଜିଲ୍ଲାରେ ନୂତନ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି କୃଷି ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନା ବା ଏଇପିଏସ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏଇପିଏସର ସଫଳ ରୂପାୟନ ନିମନ୍ତେ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବାକୁ ପଡିବ । ଏଥି ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ ବିଭାଗର ଅଧିକାରୀ ପ୍ରତି ମାସରେ ସମନ୍ୱୟ ବୈଠକ କରି ମାର୍ଗଦର୍ଶିକା ଅନୁଯାୟୀ ହିତାଧିକାରୀ ଚୟନ ଓ ପ୍ରଶିକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ କହିଛନ୍ତି ।

କୃଷି ଭବନରେ ଆୟୋଜିତ ହୋଇଛି ଉଭୟ ବିଭାଗର ସମନ୍ୱୟ ବୈଠକ । ବୈଠକରେ ମନ୍ତ୍ରୀ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ସହଯୋଗୀ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ହିତାଧିକାରୀମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟ ନିମନ୍ତେ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯୋଜନା କାର୍ଯ୍ୟକାରୀ ହୋଇପାରିବ । କୃଷି ଉଦ୍ୟୋଗୀ ପ୍ରୋତ୍ସାହନ ଯୋଜନାରେ ରାଜ୍ୟର ୧୨ଟି ଜନଜାତି ଅଧ୍ୟୁଷିତ ଜିଲ୍ଲାର ୪୦ଟି ବ୍ଲକରେ ଏକ ହଜାର ନୂତନ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଚିହ୍ନଟ କରାଯାଇଥିବା ହିତାଧିକାରୀମାନଙ୍କୁ ବିଭିନ୍ନ ଯୋଜନାରେ କୃଷିକ୍ଷେତ୍ରରେ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠା, ବିହନ ଉତ୍ପାଦନ, କଷ୍ଟମ ହାୟାରିଂ କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ କୃଷି ଯନ୍ତ୍ରପାତି ଭଡ଼ାରେ ଦେବା ବ୍ୟବସ୍ଥା ହେବ । ଛେଳି ଓ କୁକୁଡ଼ା ପାଳନ, ମାଛ ଜାଅଁଳ ଉତ୍ପାଦନ ଆଦି କାର୍ଯ୍ୟକ୍ରମ କରିବା ପାଇଁ ପ୍ରଶିକ୍ଷଣ ସହିତ ବିକ୍ରିବଟାର ସୁବିଧା ଏବଂ ବିଭିନ୍ନ ଅର୍ଥଲଗାଣ ସଂସ୍ଥା ମାଧ୍ୟମରେ ଋଣ ପ୍ରଦାନ ଆଦିର ବ୍ୟବସ୍ଥା କରାଯାଉଛି ।

ପ୍ରଶିକ୍ଷଣ ପରେ ହିତାଧିକାରୀଙ୍କୁ କୃଷି ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ବିଭାଗ ପକ୍ଷରୁ ବର୍ଷକ ପର୍ଯ୍ୟନ୍ତ ଇନକ୍ୟୁବେସନ ସହାୟତା ଯୋଗାଇ ଦିଆଯାଉଛି । ଏହି ଯୋଜନା ରାଜ୍ୟର କୋରାପୁଟ, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ସମ୍ବଲପୁର, ବୌଦ୍ଧ, ଝାରସୁଗୁଡ଼ା, କନ୍ଧମାଳ ଓ ଢେଙ୍କାନାଳ, କନ୍ଧମାଳ ଓ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି । ଯୋଜନାର ସଫଳ ରୂପାୟନ ଫଳରେ ରାଜ୍ୟର ଗ୍ରାମୀଣ ଅର୍ଥନୀତିରେ ବିକାଶ ଘଟିବା ସହିତ ରାଜ୍ୟର କୃଷି କ୍ଷେତ୍ରରେ ଏକ ଔଦ୍ୟୋଗିକ ବାତାବରଣ ସୃଷ୍ଟି ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ବୈଠକରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧୁରୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ପ୍ରଦାନ ଓ ୱାସାନର କମକର୍ତ୍ତାମାନେ ଯୋଗଦେଇଥିବାବେଳେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ୧୨ଟି ଜିଲ୍ଲାର କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରର ଜିଲ୍ଲା ଓ ବ୍ଳକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.