ETV Bharat / state

ସ୍ୱୟଂ ସହାୟିକାରୁ ଉଦ୍ୟୋଗୀ ହେବେ ଓଡିଶାର ନାରୀଶକ୍ତି: ମିଶନ ଶକ୍ତି ସଚିବ - Secretary Mission Shakti

ମହିଳା ଉଦ୍ୟୋଗୀରେ ପରିଣତ ହେବ ଓଡିଶାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି କ୍ରମେ ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ଦିବସରେ ମିଶନ ଶକ୍ତି ବିଭାଗ ଦ୍ୱାରା ୫ଟି ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ସହିତ ଆଗାମୀ ଦିନରେ ଆହୁରି ୫ଟି ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ମିଶନ ଶକ୍ତି ସମିଶନ ଶକ୍ତି ସଚିବଚିବ
ମିଶନ ଶକ୍ତି ସଚିବ
author img

By

Published : Dec 3, 2022, 11:00 PM IST

ଭୁବନେଶ୍ବର: ମହିଳା ଉଦ୍ୟୋଗୀରେ ପରିଣତ ହେବ ଓଡିଶାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି କ୍ରମେ ମେକ ଇନ ଓଡ଼ିଶା କନକ୍ଲେଭର ତୃତୀୟ ଦିବସରେ ମିଶନ ଶକ୍ତି ବିଭାଗ ଦ୍ୱାରା ୫ଟି ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହା ସହିତ ଆଗାମୀ ଦିନରେ ଆହୁରି ୫ଟି ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ ସୂଚନା ଦେଇଛନ୍ତି ।

କମିଶନର ତଥା ଶାସନ ସଚିବ ସୁଜାତା କାର୍ତ୍ତିକେୟନ କହିଛନ୍ତି ଯେ, ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ, ସ୍ୱରୋଜଗାରକ୍ଷମ ଓ ଆର୍ଥିକ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ସେମାନଙ୍କ ଉପରେ ଧାନସଂଗ୍ରହ, ମିଟର ରିଡିଂ, ଆହାର କେନ୍ଦ୍ର ପରିଚାଳନା, ମତ୍ସ୍ୟଚାଷ, ମଧ୍ୟାହ୍ନ ଭୋଜନ ଆଦି ବିଭିନ୍ନ କାର୍ଯ୍ୟକଳାପର ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ।

ସେମାନଙ୍କୁ ଅଧିକରୁ ଅଧିକ ସଶକ୍ତ କରିବା ପାଇଁ ଓଡ଼ିଶାର ୨୯ଟି ଜିଲ୍ଲାରୁ ୧୫୦୦ ମହିଳା ଉଦ୍ୟୋଗୀଙ୍କୁ ନେଇ ଆୟୋଜିତ ଆଜିର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସମ୍ମିଳନୀରେ ପ୍ରତ୍ୟେକ ଜିଲ୍ଲା ଫେଡେରେସନକୁ ଏକ କୋଟି ଟଙ୍କାର ଏବଂ ବ୍ଲକ ଫେଡେରେସନ୍‌କୁ ୫୦ ଲକ୍ଷ ଟଙ୍କାର ଆବର୍ତ୍ତନ ପାଣ୍ଠି ଯୋଗାଇ ଦିଆଯିବ । ଏହା ସହିତ ଗ୍ରାମପଞ୍ଚାୟତର ନିଜସ୍ୱ ଗୃହ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ଏଥି ସହିତ ପ୍ରତ୍ୟେକ ଜିଲ୍ଲାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ମାଇକ୍ରୋ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବାକୁ ଯାହାସବୁ ସାହାଯ୍ୟ, ସହଯୋଗ ଓ ବୈଷୟିକ ପରାମର୍ଶ ଆବଶ୍ୟକ ସେସବୁ ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ । ଏହି ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ବ୍ୟୁଟି ଓ ୱେଲ୍‌ନେସ୍‌, ରବର, ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜିନେସ୍‌, ଏନ୍‌ଟିଏଫ୍‌ସି ପ୍ରଡୁ୍ୟସ୍‌ ଏବଂ ‘ପ୍ରଦାନ’ ସଂସ୍ଥା ସହିତ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.