ETV Bharat / state

ଫାଇଲେରିଆରୁ ମୁକୁଳିଲା 9 ଜିଲ୍ଲା, ‘2027 ସୁଦ୍ଧା ମୁକ୍ତ ହେବ ଓଡିଶା’ - ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

2027 ସୁଦ୍ଧା ଓଡ଼ିଶା ହେବ ଫାଇଲେରିଆ ମୁକ୍ତ । ରାଜ୍ୟର 9 ଜିଲ୍ଲା ଫାଲେରିଆମୁକ୍ତ ଘୋଷଣା ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ବଳକା 21 ଜିଲ୍ଲାରେ କରାଯାଉଛି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

Odisha will be filaria free
Odisha will be filaria free
author img

By ETV Bharat Odisha Team

Published : Sep 14, 2023, 8:37 AM IST

Odisha will be filaria free

ଭୁବନେଶ୍ବର: ଫାଇଲେରିଆ ମୁକ୍ତ ହେବ ଓଡିଶା । 2027 ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲା ଫାଇଲେରିଆ ମୁକ୍ତ ହେବ । 9 ଜିଲ୍ଲା ଫାଇଲେରିଆ ମୁକ୍ତ ଘୋଷଣା ପାଇଁ ଯୋଗ୍ୟତା ହାସଲ କରିଥିବା ବେଳେ ବଳକା 21 ଜିଲ୍ଲାରେ ଫାଇଲେରିଆ ମୁକ୍ତ ପାଇଁ ସାମୁହିକ ଔଷଧ ସେବନ ବା ଏମଡିଏ କାର୍ଯ୍ୟକ୍ରମ ଜାରି ରହିଛି । ଚଳିତ ବର୍ଷ ଫେବୃଆରୀ ଓ ଅଗଷ୍ଟ ମାସରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟର 2 କୋଟି 73 ଲକ୍ଷ ଲୋକଙ୍କୁ ଏମଡିଏ ଅଧୀନରେ ଔଷଧ ବିତରଣ କରାଯାଇ ଫାଇଲେରିଆ ମୁକ୍ତ ଅଭିଯାନକୁ ଆଉ ପାଦେ ଆଗକୁ ନେଇଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶୁଭାଶିଷ ମହାନ୍ତି ।

ଏହା ମଧ୍ୟ ପଢନ୍ତୁ-ଫାଇଲେରିଆ ନିରାକରଣ ଅଭିଯାନ: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଔଷଧ ଖାଇବେ ଲୋକେ

ସେ କହିଛନ୍ତି ଯେ, ଫାଇଲେରିଆ ମୁକ୍ତ ଓଡ଼ିଶା ଲକ୍ଷ୍ୟ ହାସଲ ପାଇଁ ଏବେ ସରକାର ବ୍ଲକ ସ୍ତରରେ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଫାଇଲେରିଆ ପାଇଁ ପ୍ରତିବର୍ଷ 21ଟି ଜିଲ୍ଲାରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯାଏ । ଫେବୃଆରୀ ମାସରେ 10 ଟି ଜିଲ୍ଲାରେ କରାଯାଇଥିଲା । ପାଖାପାଖି ଏକ କୋଟି 23 ଲକ୍ଷ ଲୋକଙ୍କୁ ଔଷଧ ପ୍ରଦାନ କରାଯାଇଥିଲା । ଅଗଷ୍ଟ ମାସରେ 11ଟି ଜିଲ୍ଲାରେ ନାଇଟ ଏମଡିଏ କାର୍ଯ୍ୟକ୍ରମ କରାଯାଇଥିଲା । ସେଠାରେ 1.5 କୋଟି ଲୋକଙ୍କୁ ଔଷଧ ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଲିମ୍ଫାଟିକ ଫାଇଲେରିଆ ମୂଳୋତ୍ପାଟନ ଲକ୍ଷ୍ୟ, 10ରୁ ସାମୂହିକ ଔଷଧ ସେବନ ଅଭିଯାନ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଖୁବଶୀଘ୍ର ରାଜ୍ୟର 9 ଜିଲ୍ଲା ପୁରୀ, ଗଜପତି, ମାଲକାନଗିରି, ନବରଙ୍ଗପୁରରେ, କୋରାପୁଟ, କେନ୍ଦ୍ରାପଡା, ବୌଦ୍ଧ ,ଜଗତସିଂହପୁର ଓ ଦେବଗଡ଼କୁ ଫାଇଲେରିଆ ମୁକ୍ତ ଘୋଷଣା କରାଯିବ । ବର୍ତ୍ତମାନ 21ଟି ଜିଲ୍ଲାରେ ଫାଇଲେରିଆ ନିରାକରଣ ପାଇଁ ଚାଲୁ ରହିଛି ଫାଇଲେରିଆ ନିରାକରଣ ଅଭିଯାନ । 2027 ସୁଦ୍ଧା ଓଡିଶା ଫାଇଲେରିଆ ମୁକ୍ତ ହେବ ବୋଲି ଲକ୍ଷ୍ୟ ରହିଛି । ଏମଡିଏ ପର୍ଯ୍ୟାୟରେ ଦଶଟି ଜିଲ୍ଲାରେ ଲୋକମାନେ କିଭଳି ଫାଇଲେରିଆ ନିରୋଧୀ ଔଷଧ କିପରି ଖାଇବେ ସେଥିପାଇଁ ପଦକ୍ଷେପ ନିଆଯିବ । 2 ବର୍ଷରୁ କମ୍‌ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଗୁରୁତର ଭାବରେ ଅସୁସ୍ଥ ଥିବା ଲୋକଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏହି ଔଷଧ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ନିଶ୍ଚିତ ଭାବରେ ଖାଇପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.