ETV Bharat / state

ଲଘୁୁଚାପ ବର୍ଷାରେ ଭିଜିବ ସାରା ଓଡିଶା - ପାଣି ପାଗ ବିଭାଗ ଓଡିଶା

ରାଜ୍ୟରେ ସ୍ଵାଭାବିକ ସ୍ଥିତିକୁ ଫେରୁଛି ମୌସୁମୀ । ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । କିଛି ଜିଲ୍ଲାକୁ ରେଡ, ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରିଛି ପାଣି ପାଗ ବିଭାଗ । ଅଧିକ ପଢନ୍ତୁ

ଲଘୁୁଚାପ ବର୍ଷାରେ ଭିଜିବ ସାରା ଓଡିଶା
ଲଘୁୁଚାପ ବର୍ଷାରେ ଭିଜିବ ସାରା ଓଡିଶା
author img

By ETV Bharat Odisha Team

Published : Sep 12, 2023, 6:22 PM IST

ଲଘୁୁଚାପ ବର୍ଷାରେ ଭିଜିବ ସାରା ଓଡିଶା

ଭୁବନେଶ୍ବର: ଲଘୁୁଚାପ ବର୍ଷାରେ ଭିଜିବ ସାରା ଓଡିଶା । ପୁଣି ସ୍ଵାଭାବିକ ସ୍ଥିତିକୁ ଫେରୁଛି ମୌସୁମୀ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା । କିଛି ଜିଲ୍ଲାକୁ ରେଡ, ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରିଛି ପାଣି ପାଗ ବିଭାଗ । ସମ୍ଭାବ୍ୟ ଲଘୁଚାପ ଓ ସକ୍ରିୟ ଘୁର୍ଣ୍ଣିବଳୟକୁ ନେଇ ରାଜ୍ୟରେ ସ୍ଵାଭାବିକ ସ୍ଥିତିକୁ ଫେରୁଛି ମୌସୁମୀ । ବର୍ତ୍ତମାନ ସକ୍ରିୟ ଘୂର୍ଣ୍ଣିବଳୟଟି ପୂର୍ବକେନ୍ଦ୍ରୀୟ ବୋଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୩.୧ ରୁ ୭.୬ କିମି ମଧ୍ୟରେ ରହିଛି । ଏହି ସକ୍ରିୟ ଘୁର୍ଣ୍ଣିବଳୟଟି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏହି ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହେବା ସହ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଦ୍ରପ୍ରଦେଶ ଉପକୁଳ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି ।

ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଭାରି ବର୍ଷା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏନେଇ ୬ ଜିଲ୍ଲାକୁ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ,୯ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଓ ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରେଡ ଆଲର୍ଟ ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି ,କୋରାପୁଟ, କଳାହାଣ୍ଡି ,ନବରଙ୍ଗପୁର ବଲାଙ୍ଗୀର, କନ୍ଧମାଳ । ସେହିପରି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଅର୍ଥାତ ଆସନ୍ତାକାଲି ଠାରୁ ବଢିବ ବର୍ଷାର ବିସ୍ତୃତି ଓ ପରିମାଣ । ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ।

ଏହା ମଧ୍ୟ ପଢନ୍ତୁ...ଅସରାଏ ବର୍ଷାରେ ଉବୁଟୁବୁ ସରକାରୀ ବିଦ୍ୟାଳୟ, ପାଠ ପଢା ଠପ

ଅନ୍ୟପଟେ ୧ ଜୁନ ରୁ ୧୨ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ମୌସୁମୀ ବର୍ଷା ସମୁଦାୟ ୯୦୪.୫ ମିମି ବର୍ଷା ହୋଇଥିବା ବେଳେ ସ୍ଵାଭାବିକ ବର୍ଷା ୧୦୨୮.୨ ମିମି ବର୍ଷା ହୋଇଛି ।ଏହାରି ମଧ୍ୟରେ ୧୦ ଜିଲ୍ଳାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୨୦ ଜିଲ୍ଲାରେ ସ୍ଵାଭାବିକ ବର୍ଷା ରେକର୍ଡ କରାଯାଇଛି ।ସେହିପରି ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାର ସେମିଳିଗୁଡା ଠାରେ ୨୦୮ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଜୟପୁରରେ ୧୬୧.୭ ମିମି, ପାପଡାହାଣ୍ଡି (ନବରଙ୍ଗପୁର)୧୪୬ମିମି, କୋରାପୁଟ ସହରରେ ୧୦୧ ମିମି ରେକର୍ଡ କରାଯାଇଛି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.