ETV Bharat / state

ଡିଜିଟାଲି ହେବ ଫସଲ ସର୍ବେକ୍ଷଣ, ତାଲୁକସ୍ତରୀୟ ପ୍ରଶିକ୍ଷକଙ୍କୁ ତାଲିମ - ରାଜ୍ୟରେ ଆରମ୍ଭ ହେବ ଡିଜିଟାଲ ଫସଲ ସର୍ବେକ୍ଷଣ

ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ଫସଲ ସର୍ବେକ୍ଷଣ । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଡିଜିଟାଲ ଫସଲ ସର୍ଭେ ବ୍ୟବସ୍ଥା ଲାଗୁ ହେବ । ଏହା ପୂର୍ବରୁ ଓଡ଼ିଶାର ୪ଟି ଜିଲ୍ଲାରେ ଖରିଫ ୨୦୨୩ ପାଇଁ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

digital crop survey
ଡିଜିଟାଲ ଫସଲ ସର୍ବେକ୍ଷଣ
author img

By

Published : Jul 12, 2023, 10:48 PM IST

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଡିଜିଟାଲ ଫସଲ ସର୍ବେକ୍ଷଣ । ପାଇଲଟ ପ୍ରକଳ୍ପ ଭାବେ ନୟାଗଡ଼, ଭଦ୍ରକ, ନୂଆପଡ଼ା ଏବଂ ଦେବଗଡ଼ ଜିଲ୍ଲାରେ ଏହା ଆରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ ସଫଳ ରୂପେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରର କୃଷି ଏବଂ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶିକ୍ଷଣର ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଡିଜିଟାଲ ଫସଲ ସର୍ବେକ୍ଷଣ ସମ୍ବନ୍ଧୀୟ ତାଲୁକସ୍ତରୀୟ ପ୍ରଶିକ୍ଷକମାନଙ୍କ ଆୟୋଜିତ ପ୍ରଶିକ୍ଷଣ କର୍ମଶାଳାରେ ଏନେଇ ସୂଚନା ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ।

digital crop survey
ଡିଜିଟାଲ ଫସଲ ସର୍ବେକ୍ଷଣ

ଆୟୋଜିତ କର୍ମଶାଳାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଉଦଘାଟନ କରିଛନ୍ତି । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ ଓ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା ଡିଜିଟାଲ୍‌ ଫସଲ ସର୍ଭେର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଛନ୍ତି । କର୍ମଶାଳାରେ ଯୋଗ ଦେଇଥିବା ପ୍ରାୟ ୧୫୦ ଜଣ ପ୍ରଶିକ୍ଷକଙ୍କୁ ଡିଜିଟାଲ ଫସଲ ସର୍ଭେର ସଫଳ ପରିଚାଳନା ସଂପର୍କରେ ବିସ୍ତୃତ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଡିଜିଟାଲ ଫସଲ ସର୍ଭେ ବ୍ୟବସ୍ଥା ଲାଗୁ ହେବ । ଏହା ପୂର୍ବରୁ ଓଡ଼ିଶାର ୪ଟି ଜିଲ୍ଲା ସମେତ ୧୦ଟି ଚିହ୍ନଟ ରାଜ୍ୟରେ ଖରିଫ ୨୦୨୩ ପାଇଁ ପାଇଲଟ ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାରମ୍ଭିକ ସ୍ତରରେ ଏହି ପାଇଲଟ ପ୍ରକଳ୍ପ ରାଜ୍ୟର ନୟାଗଡ଼, ଭଦ୍ରକ, ନୂଆପଡ଼ା ଏବଂ ଦେବଗଡ଼ ଜିଲ୍ଲାରେ ଆରମ୍ଭ ହୋଇଛି । ସର୍ଭେର ଉଦ୍ଦେଶ୍ୟ ପ୍ରତ୍ୟେକ ଯାଞ୍ଚ ହୋଇଥିବା ଜମିରେ ପ୍ରତ୍ୟେକ ଫସଲ ଋତୁରେ ଚାଷ କରାଯାଇଥିବା ପ୍ଲଟସ୍ତରୀୟ ଫସଲକୁ ଆକଳନ କରିବା । ଏଥିସହ ଜିଓ ଟ୍ୟାଗ ହୋଇଥିବା ଫଟୋ ଗୁଡ଼ିକର କ୍ଷେତ୍ରସ୍ତରୀୟ ପରିଦର୍ଶନ ମାଧ୍ୟମରେ ତଥ୍ୟକୁ ପ୍ରାମାଣିକ କରିବା । ଡିଜିଟାଲ ଫସଲ ସର୍ବେକ୍ଷଣ ପ୍ରଣାଳୀରେ ଜମିର ସୀମା ଭିତରୁ ପ୍ରତ୍ୟେକ ଚାଷଜମି ପ୍ଲଟର ଫସଲ ସୂଚନା ସଂଗ୍ରହ କରିବାରେ ସକ୍ଷମ ହୋଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ: ଖରିଫ ଋତୁରେ ୪ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ବିହନ ଯୋଗାଣ ଲକ୍ଷ୍ୟ: କୃଷି ସଚିବ

ସର୍ବେକ୍ଷଣ ଯୋଜନା ପ୍ରସ୍ତୁତ କରିବା ଓ ଏହାର ସଫଳ ପରିଚାଳନା କରିବା ପାଇଁ ବିଭିନ୍ନ ଅଂଶୀଦାରମାନଙ୍କୁ ଏଥିରେ ନିୟୋଜିତ କରାଯାଇଛି । ଗ୍ରାମୀଣ ସ୍ତରରେ ନିୟୋଜିତ ସର୍ବେକ୍ଷକ ଗୋଟିଏ ମୋବାଇଲ ଆପ୍ଲିକେସନର ଉପଯୋଗ କରି କ୍ଷେତ୍ରସ୍ତରରେ ଫସଲର ସର୍ବେକ୍ଷଣ ନିମନ୍ତେ ଦାୟୀ ରହିବେ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପେ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ଓ ବ୍ଲକ ସ୍ତରର କୃଷି ଏବଂ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି ।

ଏହି ପରିପ୍ରେକ୍ଷୀରେ ମୋବାଇଲ ଆପ୍ଲିକେସନରେ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଛି । ପ୍ରଶିକ୍ଷଣ କର୍ମଶାଳାରେ ଫସଲ ସର୍ବେକ୍ଷଣର ଗୁରୁତ୍ୱ, ମୋବାଇଲ ଆପ୍ଲିକେସନ ଏବଂ ୱେବପୋର୍ଟାଲ ଉପରେ ସବିଶେଷ ତଥ୍ୟ ପ୍ରଦର୍ଶନ କରାଯାଇଛି । ଏଥି ସହିତ ବିଭିନ୍ନ ଅଂଶୀଦାରର ଭୂମିକା ଓ ଦାୟିତ୍ୱ ଏବଂ ମୋବାଇଲ ଆପ୍ଲିକେସନର ବ୍ୟବହାର ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଛି । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଖରିଫ ୨୦୨୩ ଋତୁରେ ରାଜ୍ୟର ୪ଟି ଜିଲ୍ଲାରେ ଡିଜିଟାଲ ଫସଲ ସର୍ବେକ୍ଷଣର ସଫଳ ରୂପାୟନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହାର ଅଭିଜ୍ଞତା ଆଧାରରେ କୃଷିବର୍ଷ ୨୦୨୪-୨୫ରୁ ସାରା ରାଜ୍ୟରେ ଡିଜିଟାଲ ସର୍ବେକ୍ଷଣ କାର୍ଯ୍ୟକାରୀ କରାଯିବ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.