ETV Bharat / state

ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ସାମିଲ ହେବ ଓଡ଼ିଶା, ଉଠିବ ୧୦ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ - ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ସାମିଲ ହେବ ଓଡ଼ିଶା

ନଭେମ୍ବର ୫ ତାରିଖରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ସାମିଲ ହେବ ଓଡ଼ିଶା । ଏଥିରେ ରାଜ୍ୟର ୧୦ ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉତ୍‌ଥାପନ କରାଯିବ ବୋଲି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା । ଅଧିକ ପଢ଼ନ୍ତୁ

ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ସାମିଲ ହେବ ଓଡ଼ିଶା, ଉଠିବ ୧୦ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ

author img

By

Published : Oct 30, 2022, 10:45 AM IST

ଭୁବନେଶ୍ବର: ଆସନ୍ତା ନଭେମ୍ବର ୫ ତାରିଖରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ସାମିଲ ହେବ ଓଡ଼ିଶା । ବୈଠକରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରାୟ ୧୦ଟି ପ୍ରସଙ୍ଗ ଉତ୍‌ଥାପନ କରାଯିବ ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ।

ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ସାମିଲ ହେବ ଓଡ଼ିଶା, ଉଠିବ ୧୦ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ

ଅତିରିକ୍ତ ଶାସନ ସଚିବଙ୍କ ସୂଚନା ଅନୁସାରେ, ଖଣିରୁ କୋଇଲା ନିଷ୍କାସନ ପରେ ଉକ୍ତ ଜମି ରାଜ୍ୟକୁ ଫେରାଇ ଦେବା ପ୍ରସଙ୍ଗ ଉଠାଇବ ରାଜ୍ୟ । ସେହିପରି ଯେଉଁ ଜମିରେ ଲୁଣ ମରା ହେଉନି, ତାହା ରାଜ୍ୟକୁ ଫେରାଇବା କଥା ମଧ୍ୟ ଉଠିବ । ଲୁଣ ମାରିବା ଲାଗି ଉକ୍ତ ଜମିକୁ ରାଜ୍ୟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି । କେନ୍ଦ୍ର ସରକାର ଉକ୍ତ ଜମି ଫେରାଇବାକୁ କହୁଛନ୍ତି । କିନ୍ତୁ ଜମି ଫେରାଇବା ବେଳେ ଏହାର ଦାମ ଅଧିକ ରହୁଛି । ସେ ସମ୍ପର୍କରେ ମଧ୍ୟ ରାଜ୍ୟ ଆଲୋଚନା କରିବ । ଅନେକ ଜାତିଙ୍କୁ ଆଦିବାସୀ ମାନ୍ୟତା ଦେବା ପାଇଁ ରାଜ୍ୟ ପକ୍ଷରୁ କେନ୍ଦ୍ର ନିକଟରେ ଦାବି ହୋଇଛି । ହେଲେ ଏଯାଏଁ କେନ୍ଦ୍ର କୌଣସି ନିଷ୍ପତ୍ତି ନେଇନାହିଁ । ଏହି ସବୁ ଏଜେଣ୍ଡାକୁ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକରେ ଦୃଢ଼ ଭାବେ ଉଠାଇବ ଓଡ଼ିଶା ।

ଅନ୍ୟପଟେ ବିପର୍ଯ୍ୟୟ ପାଣ୍ଠି ଓ ମାଓବାଦୀ ମୁକାବିଲା ପାଣ୍ଠି ବୃଦ୍ଧି ନେଇ ରାଜ୍ୟ ଦାବି ଉପସ୍ଥାପନ କରିବ । ସୀମା ବିବାଦ, ମାଓ ମୁକାବିଲା, ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକ ଉପରେ ଗୁରୁତ୍ବ ଦେବ ଓଡ଼ିଶା । ବୈଠକରେ ସାମିଲ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ନଭେମ୍ବର ୪ ତାରିଖରେ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ଆସନ୍ତା ନଭେମ୍ବର ୫ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ପଶ୍ଚିମବଙ୍ଗ ସଚିବାଳୟ ନବାନ୍ନାରେ ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ ବସିବ । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ଯୋଗଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.