ଭୁବନେଶ୍ବର: ଆସନ୍ତା ଅକ୍ଟୋବର ମାସରେ ବାଘ ଗଣନା କରିବେ ରାଜ୍ୟ ସରକାର । ଦୁଇ ମାସ ମଧ୍ୟରେ ବାଘ ଗଣନା କରି ଜାନୁୟାରୀ 2024ରେ ତଥ୍ୟ ପ୍ରକାଶ କରାଯିବ। ବାଘ ସଂଖ୍ୟା ବୃଦ୍ଧି ବା ହ୍ରାସ ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା କେବଳ ଆକଳନ ବୋଲି ବନ୍ୟପ୍ରାଣୀ ପିସିସିଏଫ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ୭ ରୁ ୮ ମହାବଳ ଶାବକ ଅଛନ୍ତି । ଯେଉଁମାନଙ୍କର ବୟସ ଏବେ ୧ ବର୍ଷରୁ ଅଧିକ । ୨୦୨୧-୨୨ରେ କେନ୍ଦ୍ର ସରକାରଙ୍କ ବାଘ ଗଣନା ବେଳେ ସେମାନଙ୍କ ବୟସ ୧ ବର୍ଷରୁ କମ ଥିବାରୁ ସେମାନଙ୍କୁ ଗଣନାରେ ସାମିଲ କରାଯାଇ ନଥିଲା । ଏବେ ରାଜ୍ୟ ସରକାର କରିବାକୁ ଥିବା ବାଘ ଗଣନାରେ ଏସବୁ ବାଘ ଶାବକ ସାମିଲ ହେବେ । ଫଳରେ ରାଜ୍ୟରେ ନିଶ୍ଚୟ ବାଘ ସଂଖ୍ୟା ବଢ଼ିଥିବା ଜଣାପଡ଼ିବ। ଅକ୍ଟୋବରରେ ରାଜ୍ୟ ସରକାର ବାଘ ଗଣନା କରିବେ । ଦୁଇ ମାସ ଭିତରେ ବାଘ ଗଣନା କରି ଜାନୁୟାରୀ 2024ରେ ତଥ୍ୟ ପ୍ରକାଶ କରାଯିବ । ବାଘ ସଂଖ୍ୟା ବୃଦ୍ଧି ବା ହ୍ରାସ ନେଇ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା କେବଳ ଆକଳନ କରାଯାଇଥିବା ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି କହିଛନ୍ତି । ସାତକୋଶିଆରେ ଏବେ କୌଣସି ବାଘ ନାହାଁନ୍ତି । କିନ୍ତୁ ଶିମିଳିପାଳରେ ମହାବଳ ସଂଖ୍ୟା ୮ରୁ ୧୬କୁ ବଢ଼ିଛି । ଏବେ କେନ୍ଦୁଝରକୁ ଗୋଟିଏ ବାଘ ଯାଇଛି । ସାତକୋଶିଆକୁ ବାଘ ଟ୍ରାନ୍ସଲୋକେସନ ନେଇ ତର୍ଜମା କରାଯିବ ।
ଏହା ମଧ୍ୟ ପଢ଼ନ୍ତୁ: International Tiger Day: ରାଜ୍ୟରେ କମିଲା ବାଘ ସଂଖ୍ୟା, ଶିମିଳିପାଳରେ ବୃଦ୍ଧି
ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଓଡ଼ିଶାରେ ବାଘ ସଂଖ୍ୟା କମିଛି । ରାଜ୍ୟରେ ୨୦ଟି ମହାବଳ ବାଘ ଥିବା ନେଇ ସୂଚନା ରହିଛି । ୨୦୨୧-୨୨ ବର୍ଷର ଗଣନା ଅନୁସାରେ ବାଘ କମିଥିବା ରିପୋର୍ଟ ପ୍ରକାଶ ପାଇଛି । ତେବେ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୮ ଗଣନା ଅନୁସାରେ ରାଜ୍ୟରେ ମହାବଳ ବାଘ ସଂଖ୍ୟା ୨୮ ରହିଥିଲା । ସେପଟେ ଶିମିଳିପାଳ ଜଙ୍ଗଲରେ ବାଗ ସଂଖ୍ୟା ବୃଦ୍ଧି ଘଟିଥିଲେ ମଧ୍ୟ ଏପଟେ ରାଜ୍ୟରେ ବାଘଙ୍କ ସଂଖ୍ୟା କମିଛି । ଚଳିତ ବର୍ଷ ଗଣନାରେ ରାଜ୍ୟରେ ମାତ୍ର ୨୦ଟି ବାଘ ରହିଥିବା ଗଣନାରୁ ଜଣାପଡ଼ିଛି । ପୂର୍ବ ଗଣନାରେ ରାଜ୍ୟରେ ୨୮ଟି ବାଘ ରହିଥିଲା । ଅନ୍ୟପଟେ ରାଜ୍ୟ ସରକାର ନିଜର ବାଘ ଓ ହାତୀ ଗଣନା କରିବେ । ଅକ୍ଟୋବରରୁ ବାଘ ଗଣନା ଆରମ୍ଭ ହେବ ହେବ । ଦୁଇଟି ପର୍ଯ୍ୟାୟରେ ଗଣନା ହେବ। ଟ୍ରାଞ୍ଜାକ୍ଟ ଆନାଲିସିସ ଓ କ୍ୟାମେରା ଟ୍ରାପ ଜରିଆରେ ହେବ ବାଘ ଗଣନା । ଟ୍ରାଞ୍ଜାକ୍ଟ ଆନାଲିସିସରେ ପାଦ ଚିହ୍ନ, ସ୍କ୍ରାଚ ମାର୍କ ଆଦି ଆଧାରରେ ଗଣନା କରାଯିବ।
ଇଟିଭି ଭାରତ, ଭୁବନେଶ୍ବର