ETV Bharat / state

ଶିମିଳିପାଳରେ ବଢିଛି, ରାଜ୍ୟରେ କମିଛି ବାଘ ସଂଖ୍ୟା: ବ୍ୟାଘ୍ର ସଂରକ୍ଷଣ ଯୋଜନାକୁ ନେଇ ବିରୋଧୀଙ୍କ ପ୍ରଶ୍ନ - drastic decline in tiger population

ଓଡ଼ିଶାରେ ବାଘ ସଂଖ୍ୟା କମୁଥିବା ନେଇ ସାଙ୍ଘାତିକ ତଥ୍ୟ ଆସିଛି । ରାଜ୍ୟରେ କେବଳ ଶିମିଳିପାଳ ଏବଂ ନନ୍ଦନକାନନରେ ବାଘ ଥିବା ଜଣାପଡିଛି । ଅଧିକ ପଢନ୍ତୁ

ଓଡିଶାରେ କମିଛି ବାଘ ସଂଖ୍ୟା
ଓଡିଶାରେ କମିଛି ବାଘ ସଂଖ୍ୟା
author img

By

Published : Jul 30, 2023, 7:52 PM IST

ଓଡିଶାରେ କମିଛି ବାଘ ସଂଖ୍ୟା

ଭୁବନେଶ୍ବର: ଓଡ଼ିଶାରେ ଦିନକୁ ଦିନ ବାଘ ସଂଖ୍ୟା ହ୍ରାସ ପାଉଥିବାବେଳେ ଏବେ ବ୍ୟାଘ୍ର ସଂରକ୍ଷଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି । ଗତ 12 ବର୍ଷ ଭିତରେ ବ୍ୟାଘ୍ର ସଂରକ୍ଷଣ ଯୋଜନା ବାବଦରେ 100 କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ବାଘ ବଂଶ ହ୍ରାସ ଏବେ ଚିନ୍ତାକୁ ଦ୍ବିଗୁଣିତ କରିଛି । ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

କେବଳ ଯୋଜନାରେ ଅଟକିଛି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ । 12 ବର୍ଷ ମଧ୍ୟରେ ଯୋଜନା ବାବଦକୁ 100 କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବାଘ ବଂଶ ବଢିବା ବଦଳରେ ଦିନକୁ ଦିନ ଲୋପ ପାଇବାକୁ ବସିଲାଣି । ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶିମିଳିପାଳରେ ଗତ 2018 ମସିହାରେ 8ଟି ବାଘ ଥିଲା । ହେଲେ ବର୍ତ୍ତମାନ ଏହା 16କୁ ବୃଦ୍ଧି ପାଇଛି । ତେବେ ସାମଗ୍ରିକ ଭାବେ ଦେଖିଲେ ଜଙ୍ଗଲରେ ବାଘ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି । ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁଯାୟୀ, 2004ରେ ରାଜ୍ୟରେ 192ଟି ବାଘ ଥିଲା । 2016 ବେଳକୁ ଏହା 40କୁ ଖସି ଆସିଛି । ସେହିପରି ଗତ 12 ବର୍ଷ ମଧ୍ୟରେ 75ଟି ବାଘ କମିଥିବା ଜଣାପଡିଛି । ସେପଟେ Wildlife PCCI କହିଛନ୍ତି, "ରାଜ୍ୟ ପକ୍ଷରୁ ମଧ୍ୟ ବାଘ ଗଣନା କରାଯିବ ।"

ଏହା ବି ପଢନ୍ତୁ...International Tiger Day: ରାଜ୍ୟରେ କମିଲା ବାଘ ସଂଖ୍ୟା, ଶିମିଳିପାଳରେ ବୃଦ୍ଧି

ତେବେ ବ୍ୟାଘ୍ର ବଂଶ ସଙ୍କଟରେ ଥିବା ନେଇ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଓଡ଼ିଶାରେ ବାଘ ସଂଖ୍ୟା କମୁଥିବା ନେଇ ସାଙ୍ଘାତିକ ତଥ୍ୟ ଆସିଛି । ଓଡ଼ିଶାରେ କେବଳ ଶିମିଳିପାଳ ଏବଂ ନନ୍ଦନକାନନରେ ବାଘ ଥିବା ଜଣାପଡିଛି । ସେପଟେ ଦେବ୍ରିଗଡ଼ରେ ନୂଆ ସମ୍ଭାବନା ଦେଖାଦେଇଛି । ଅପରପକ୍ଷେ, ବାଘ ସଂଖ୍ୟା ହ୍ରାସ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ନବୀନ ବାବୁ ଏତେ ଯୋଜନା କରୁଛନ୍ତି ହେଲେ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଉଦାସୀନତା କ'ଣ ପାଇଁ ?" ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ସୁର ରାଉତରାୟ । ଏହାସହ ସେ କହିଛନ୍ତି, "ବାଘ, ହାତୀ ଆଜି ବିପଦରେ ଥିବାବେଳେ ଶିକାରୀଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବଞ୍ଚାଅ ଆନ୍ଦୋଳନ ଡାକରା ଆସିଲାଣି । ଯୋଜନାରେ କୋଟିକୋଟି ଟଙ୍କା ବ୍ୟୟ ହେଉଛି ହେଲେ ବାଘ ସଂଖ୍ୟା ବୃଦ୍ଧି ପାଉନାହିଁ ।"

ବିଧାୟକ ସୁର ରାଉତରାୟ ଆହୁରି ମଧ୍ୟ କହିଛନ୍ତି, "ସାତକୋଶିଆରେ ବାଘ ଗୋଟିଏ ବି ନାହାଁନ୍ତି । ବିନା ବାଘରେ ଚାଲିଛି ସାତ କୋଶିଆ ବ୍ୟାଘ୍ର ପ୍ରକଳ୍ପ । ଜୈବ ବିବିଧତା ରକ୍ଷା କରିବାରେ ବାଘ ବଂଶର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବାଘ ବଂଶକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ହେଲେ ବାସ୍ତବରେ ତୃଣମୂଳ ସ୍ତରରେ ଏହି ଯୋଜନା କେତେ କାର୍ଯ୍ୟକାରୀ କରାଯାଉଛି ତାହା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ସ୍ପଷ୍ଟ ଅନୁମେୟ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.