ETV Bharat / state

ଓଡିଶା ହେବ ପୂର୍ବ କେନ୍ଦ୍ରୀୟ ଉତ୍ତରପୂର୍ବ ଭାରତର ଡିଜିଟାଲ ହବ: IT ମନ୍ତ୍ରୀ - ବିଭାଗୀୟ ସଚିବ ମନୋଜ ମିଶ୍ର

ବିଭାଗୀୟ ସଚିବ ମନୋଜ ମିଶ୍ର କହିଛନ୍ତି ‘‘ରାଜ୍ୟର ବିକାଶରେ ଇଲେକଟ୍ରନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଓଡିଶା ଏକ ଜ୍ଞାନ ଆଧାରିତ ଅର୍ଥନୀତି ରାଜ୍ୟରେ ପରିଗଣିତ ହେବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବାସ ରଖିଛନ୍ତି । ତେଣୁ ଇଲେକଟ୍ରନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା କମ୍ପାନୀ ଗୁଡିକୁ ରାଜ୍ୟକୁ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି । ସରକାର 4ଟି ନୂଆ ନୀତି ଅନୁମୋଦନ କରିଛନ୍ତି । ସେଗୁଡିକ ହେଲା ଇଲେକ୍ଟ୍ରୋନିକ୍ସ ନୀତି, ପ୍ରଯୁକ୍ତିବିଦ୍ୟା ନୀତି, ବିପିଓ ନୀତି ଓ ଡାଟା ସେଣ୍ଟର ନୀତି । ଅଧିକ ପଢନ୍ତୁ

ଓଡିଶା ହେବ ପୂର୍ବ କେନ୍ଦ୍ରୀୟ ଉତ୍ତରପୂର୍ବ ଭାରତର ଡିଜିଟାଲ ହବ: IT ମନ୍ତ୍ରୀ

author img

By

Published : Mar 4, 2023, 7:52 PM IST

ଓଡିଶା ହେବ ପୂର୍ବ କେନ୍ଦ୍ରୀୟ ଉତ୍ତରପୂର୍ବ ଭାରତର ଡିଜିଟାଲ ହବ: IT ମନ୍ତ୍ରୀ

ଭୁବନେଶ୍ବର: ବିଗତ 4 ବର୍ଷ ମଧ୍ୟରେ ରାଜ୍ୟ ଆଇଟି ବଜେଟ 2018-19ରେ 125 କୋଟିରୁ ବୃଦ୍ଧି ପାଇ 2022-23ରେ 1000 କୋଟିରେ ପହଞ୍ଚିଛି । ଏହା ଦ୍ବାରା ନୂତନ ନିଯୁକ୍ତି ସୃଷ୍ଟି ହୋଇପାରିଛି । ଅଧିକ ନିଯୁକ୍ତି ସୃଷ୍ଟିର ସମ୍ଭାବନା ତଥା ସରକାରୀ ସେବା ସେବାକୁ ସରଳୀକରଣ କରି ସହଜରେ ଲୋକମାନଙ୍କ ପାଖରେ ଉପଲବ୍ଧ କରାଇବା ପାଇଁ ଚଳିତବର୍ଷ ଇଲେକ୍ଟ୍ରୋନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବଜେଟକୁ 356 କୋଟିକୁ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଡାଟାର ନିର୍ଭର ଯୋଗ୍ୟତା ଏବଂ ସୁଲଭତା ପାଇଁ ପୁରୀଠାରେ ସମୁଦ୍ର ଭିତରେ ଏକ କେବୁଲ ଲ୍ୟାଣ୍ଡିଂ ଷ୍ଟେସନ ପ୍ରତିଷ୍ଠାର ଯୋଜନା କରଯାଇଛି । ଏହି ଲ୍ୟାଣ୍ଡିଂ ଷ୍ଟେସନର ପ୍ରତିଷ୍ଠା ଡାଟା ସେଣ୍ଟର, ଚିତ୍ତବିନୋଦନ, ଦୂରସଂଚାର ଏବଂ ଫିନଟେକର ବଜାରକୁ ସଶକ୍ତ କରିବ । ତେଣୁ ଓଡିଶା ଆଗାମୀ ଦିନରେ ପୂର୍ବ, କେନ୍ଦ୍ରୀୟ ଏବଂ ଉତ୍ତରପୂର୍ବ ଭାରତ ପାଇଁ ଡିଜିଟାଲ ହବ ଭାବେ ଉଭା ହେବ । ଚଳିତ 2023-24 ଆର୍ଥିକ ବର୍ଷର ବଜେଟ ଆବଣ୍ଟନ ପରେ ଆଇଟି ବିଭାଗକୁ ମିଳିଥିବା ଅନୁଦାନ ଓ ଯୋଜନା ସମ୍ପର୍କରେ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଏହାବି ପଢନ୍ତୁ- ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗର ଶେଷ ନିଷ୍ପତି ଓଡିଶା ସରକାର ନେବେ: କେନ୍ଦ୍ର ଆଇନ ମନ୍ତ୍ରୀ

ବିଭାଗୀୟ ସଚିବ ମନୋଜ ମିଶ୍ର କହିଛନ୍ତି ‘‘ରାଜ୍ୟର ବିକାଶରେ ଇଲେକଟ୍ରନିକ୍ସ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଓଡିଶା ଏକ ଜ୍ଞାନ ଆଧାରିତ ଅର୍ଥନୀତି ରାଜ୍ୟରେ ପରିଗଣିତ ହେବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବାସ ରଖିଛନ୍ତି । ତେଣୁ ଇଲେକଟ୍ରନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା କମ୍ପାନୀ ଗୁଡିକୁ ରାଜ୍ୟକୁ ଆଣିବା ଉପରେ ଗୁରୁତ୍ବ ଦିଆଯାଇଛି । ସରକାର 4ଟି ନୂଆ ନୀତି ଅନୁମୋଦନ କରିଛନ୍ତି । ସେଗୁଡିକ ହେଲା ଇଲେକ୍ଟ୍ରୋନିକ୍ସ ନୀତି, ପ୍ରଯୁକ୍ତିବିଦ୍ୟା ନୀତି, ବିପିଓ ନୀତି ଓ ଡାଟା ସେଣ୍ଟର ନୀତି । ଏହି ନୀତିଗୁଡିକ ଗୁରୁତ୍ବପୂର୍ଣ୍ଣ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ ।’’ ଗତ କିଛି ମାସ ମଧ୍ୟରେ ସରକାର ମେକ ଇନ ଓଡ଼ିଶା କନକ୍ଲେଭ ସମୟରେ ସ୍ବାକ୍ଷରିତ ପୁଞ୍ଜି ବିନିଯୋଗ ଉଦ୍ଦେଶ୍ୟ ହାସଲ କରିବାରେ ସକ୍ଷମ ହୋଇଛନ୍ତି । ଆଇବିଏମ, ଡେଲୋଏଟ, ହାପିଷ୍ଟ ମାଇଣ୍ଡସ ଏବଂ ଅନ୍ୟାନ୍ୟ ଆଇଟି କମ୍ପାନି ଓଡିଶାରେ ସେମାନଙ୍କର କେନ୍ଦ୍ର ଖୋଲି ସାରିଛନ୍ତି । ଆହୁରି ଅନେକ କମ୍ପାନି ଓଡିଶାରେ ସେମାନଙ୍କ କେନ୍ଦ୍ର ପ୍ରତିଷ୍ଠା ପ୍ରକ୍ରିୟାରେ ଅଛନ୍ତି ।

ସରକାର ଆଇଟି କମ୍ପାନି ଗୁଡିକ ପାଇଁ 2 ନିୟୁତ ବର୍ଗଫୁଟ ପ୍ରସ୍ତୁତ ନିର୍ମିତ ସ୍ଥାନ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି । ଇଲେକ୍ଟ୍ରୋନିକ୍ସ ଡିଜାଇନ ଏବଂ ଉତ୍ପାଦନ କ୍ଷେତ୍ରରେ ଏକ ବାତାବରଣ ସୃଷ୍ଟି କରିବାକୁ 30 କୋଟି ବିନିଯୋଗରେ ଓଡିଶା ଚିପ ପୋଗ୍ରାମ ଆରମ୍ଭ କରାଯାଉଛି । ଏହା ନିକଟ ଭବିଷ୍ୟତରେ 5ହଜାରରୁ ଅଧିକ ଉଚ୍ଚମାନର ନିଯୁକ୍ତି ସୃଷ୍ଟି କରିବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମେସିନ ଲର୍ନିଂ ଜ୍ଞାନକୌଶଳର ସୁଯୋଗ ନେବା ପାଇଁ ଓଡିଶା ଫରଏଆଇ ନାମରେ ଏକ ନୂଆ ଯୋଜନା ଘୋଷଣା କରାଯାଇଛି ।

ରାଜ୍ୟର 133ଟି ବ୍ଲକରେ ମୌଳିକ ଭିତ୍ତିଭୂମି ମାଧ୍ୟମରେ ଇଣ୍ଟରନେଟ ଲିଜ ଲାଇନର ଉପଲବ୍ଧତା ପାଇଁ ରାଜ୍ୟ ସରକାର 26.6 କୋଟି ଟଙ୍କା ପ୍ରଦାନ କରିଛନ୍ତି । ଯାହାଦ୍ବାରା ଗ୍ରାମାଞ୍ଚଳର ନାଗରିକମାନଙ୍କର ଡିଜିଟାଲ ଯୁଗରେ ପ୍ରବେଶ ସହଜ ହେବ । ଯେଉଁଠାରେ ଟେଲିକମ ସେବା ନାହିଁ ସେହି ଅଞ୍ଚଳରେ ମୋବାଇଲ ନେଟଓ୍ବାର୍କ ଯୋଗାଇବା ପାଇଁ ସରକାର ମୋବାଇଲ ଟାଓ୍ବାର ପ୍ରତିଷ୍ଠା ପାଇଁ ମାଗଣାରେ ଜମି ଦେବେ । ମାର୍ଚ୍ଚ 2024 ସୁଦ୍ଧା ରାଜ୍ୟର ସବୁ ସ୍ଥାନରେ ମୋବାଇଲ ସେବା ଉପଲବ୍ଧ ହେବା ନିଶ୍ଚିତ କରିବାକୁ ରାଜ୍ୟର ସମସ୍ତ ମୋବାଇଲ ଅପରେଟରଙ୍କ ସହ କାମ କରାଯାଉଛି । ସରକାରୀ ସେବା ଗୁଡିକ ଜନସାଧାରଣଙ୍କ ମଧ୍ୟରେ ବିତରଣ ସୁନିଶ୍ଚିତ କରିବା ପାଇଁ ସରକାର ମୋ ସେବା କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଚଳିତ ବର୍ଷ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୁଡିକରେ ମୋ ସେବା କେନ୍ଦ୍ର ଖୋଲି 10,000କୁ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି । ସେହିପରି ଓଡିଶା ଓ୍ବାନ ନାମକ ଏକୀକୃତ ଓ୍ବେବସାଇଟ ସୃଷ୍ଟି କରାଯାଇଛି । ଏଥିରେ ନାଗରିକମାନଙ୍କ ପାଇଁ 550ରୁ ଅଧିକ ସେବା ଉପଲବ୍ଧ ଅଛି । ଆଜି ଓଡିଶା ଏକ ମାତ୍ର ରାଜ୍ୟ ଯେଉଁଥିରେ oswas ଓସଓ୍ବାସ ପରି ଏକ ଏଣ୍ଟରପ୍ରାଇଜ ପ୍ଲାଟଫର୍ମ ଅଛି । ଏହା ଉଦ୍ଦେଶ୍ୟ ହେଉଛି ଶାସନରେ ଉନ୍ନତି ଆଣିବା ଟେକ୍ନୋଲୋଜିର ଦକ୍ଷ ଉପଯୋଗ କରିବା । ବଜେଟରେ ଏଥିପାଇଁ 19.75 କୋଟି ଆବଣ୍ଟନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.