ETV Bharat / state

ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ

author img

By ETV Bharat Odisha Team

Published : Aug 28, 2023, 4:44 PM IST

ଛାତ୍ର ସଂସଦ ନିର୍ବାଚନ ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ବାସଭବନ ଘେରାଉ କଲା ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ ସଂଗଠନ । ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିବାକୁ କଲା ଦାବି । ଅଧିକ ପଢ଼ନ୍ତୁ

student union protest over student election
ଛାତ୍ର ସଂସଦ ନିର୍ବାଚନ ଦାବି
ଛାତ୍ର ସଂସଦ ନିର୍ବାଚନ ଦାବି

ଭୁବନେଶ୍ବର: ରାଜ୍ୟରେ ଥମୁନି ଛାତ୍ର ସଂସଦ ନିର୍ବାଚନ ତାତି । ନିର୍ବାଚନର ତାରିଖ ଘୋଷଣା କରିବା ନେଇ ସରକାରଙ୍କ ନିକଟରେ ବାରମ୍ବାର ଦାବି ଜଣାଇବା ପରେ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର ସଂଗଠନ । ନିର୍ବାଚନ କରିବା ଦାବିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଭୁବନେଶ୍ବର ସ୍ଥିତ ବାସଭବନ ଆଗରେ ଗର୍ଜିଲା ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ ସଂଗଠନ ।

ଏହା ମଧ୍ୟ ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ପାଇଁ ସରକାରଙ୍କ ନିକଟରେ ଦାବି କଲା AVBP

ଆଜି ସଂଗଠନ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଛି । ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସଂଗଠନ ପକ୍ଷରୁ କୁହାଯାଇଛି ଯେ, "ଶିକ୍ଷାନୁଷ୍ଠାନରେ ସରକାର ବିରୋଧି ହାଓ୍ବା ସୃଷ୍ଟି ଭୟରେ ନିର୍ବାଚନ ବାତିଲ କରାଯାଇଛି । ୫T ସରକାରଙ୍କ ଗସ୍ତ ସମୟରେ ସମସ୍ତ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ସମ୍ପୃକ୍ତ କରାଯାଉଛି । କିନ୍ତୁ କଲେଜରେ ନିର୍ବାଚନ ପାଇଁ ସରକାର ମନା କରୁଛନ୍ତି । ବିଭିନ୍ନ ଆଳ ଦେଖାଇ ଦୀର୍ଘ ୬ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ଫଳର କଲେଜ ପରିସରରେ ବିଭିନ୍ନ ବିଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଳିଛି । ଛାତ୍ରଛାତ୍ରୀ ମାନଙ୍କ ଲାଗି ରହିଥିବା ସମସ୍ୟା ଠିକ ଭାବରେ ସମାଧାନ ହୋଇ ପାରୁନାହିଁ । କଲେଜ ପରିସରରେ ଅଣଛାତ୍ରଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳୁଛି । ସରକାର ତୁରନ୍ତ ଏହି ବିଷୟ ଉପରେ ଧ୍ୟାନ ଦିଅନ୍ତୁ । ଛାତ୍ରମାନଙ୍କ ହକ୍ ଛଡେଇ ନେବାକୁ ରାଜ୍ୟ ସରକାର ଯେଉଁ ଅପଚେଷ୍ଟା ଜାରି ରଖିଛନ୍ତି, ତୁରନ୍ତ ଏହାକୁ ବନ୍ଦ କରି କଲେଜ ଗୁଡିକରେ ନିର୍ବାଚନ ଲାଗୁ କରନ୍ତୁ ।''

ଏହା ମଧ୍ୟ ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ତାତି: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଗର୍ଜିଲେ ଛାତ୍ର

ଏହା ମଧ୍ୟ ପଢ଼ନ୍ତୁ: ଛାତ୍ର ସଂସଦ ନିର୍ବାଚନ ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ, ଅଣ୍ଡାମାଡ଼ ଉଦ୍ୟମ ପଣ୍ଡ

ରାଜ୍ୟର ବିଭିନ୍ନ ପ୍ରମୁଖ କଲେଜ ଗୁଡ଼ିକରେ ଛାତ୍ର ବିଶୃଙ୍ଖଳା ଦେଖିବାକୁ ମିଳୁଛି । ଯାହାଫଳରେ ସାଧାରଣ ଛାତ୍ରଛାତ୍ରୀ କଲେଜ ଯିବାକୁ ଭୟ କରୁଛନ୍ତି । ଏଥିପାଇଁ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରନ୍ତୁ ନଚେତ ଆଗାମୀ ଦିନରେ ବଡ଼ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଦେଇଛି ଅଲ୍ ଓଡିଶା ଷ୍ଟୁଡେଣ୍ଟ ଭଏସ । ପୂର୍ବରୁ ମଧ୍ୟ ଛାତ୍ର ସଂସଦ ନିର୍ବାଚନ ନେଇ ଏହି ସଂଗଠନ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଦାବି ପୂରଣ ନହେବାରୁ ଛାତ୍ର ସଂଗଠନ ପୁଣି ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.