ETV Bharat / state

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା, ୪ ଜିଲ୍ଲାପାଳଙ୍କୁ ଚିଠି କଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ - ଶିଶୁ ଓ କିଶୋରଙ୍କ ସୁରକ୍ଷାକୁ ଗୁରୁତ୍ବ

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଶିଶୁ ଓ କିଶୋରଙ୍କ ସୁରକ୍ଷାକୁ ଗୁରୁତ୍ବ । ୪ ଜିଲ୍ଲାପାଳଙ୍କୁ ଚିଠି କଲେ OSCPCR । ଅଧିକ ପଢନ୍ତୁ

୪ ଜିଲ୍ଲାପାଳଙ୍କୁ ଚିଠି କଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ

author img

By

Published : Jun 4, 2023, 7:28 AM IST

ଭୁବନେଶ୍ବର: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ । ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି । ଦୁର୍ଘଟଣାରେ ଆହତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଚିଠିଲେ ଉଲ୍ଲେଖ କରଯାଇଛି । ସେମାନଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ ଚିଠିଲେ ଉଲ୍ଲେଖ କରାଯାଇଛି । ପ୍ରଭାବିତ ଶିଶୁ କିଶୋରଙ୍କ ବିଷୟରେ ଜଣାଇବାକୁ କୁହାଯାଇଛି । ଏ ସମ୍ପର୍କରେ ଆଗାମୀ 7 ଦିନ ଭିତରେ ଜଣାଇବାକୁ ପରାମର୍ଶ ଦିଆଯାଇଛି ।

୪ ଜିଲ୍ଲାପାଳଙ୍କୁ ଚିଠି କଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ
୪ ଜିଲ୍ଲାପାଳଙ୍କୁ ଚିଠି କଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ଘଟିଥିବା କରୋମଣ୍ଡଲ ଟ୍ରେନ୍ ଦୁର୍ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହି ଦୁର୍ଘଟଣାରେ ଅନେକ ସଂଖ୍ୟାରେ ଯାତ୍ରୀ ଆହତ ହୋଇଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । କୌଣସି ଦୁର୍ଘଟଣା ଏବଂ ବିପର୍ଯ୍ୟୟ ସମୟରେ ପିଲାମାନେ ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି । ଚିକିତ୍ସା ସେବା ଓ ଶାରୀରିକ ସୁରକ୍ଷା ପାଇବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏପରିକି ପିଲାମାନେ ଅସଦାଚରଣର ଶିକାର ହୋଇପାରନ୍ତି । ଏହାସହ ମାନବ ଚାଲାଣର ଶିକାର ହେବାର ମଧ୍ୟ ଦେଖିବାକୁ ମିଳେ । ତେଣୁ ଏନେଇ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ସହ ସେମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦିଆଯାଇଛି ।

ଦୁର୍ଘଟଣାରେ ପ୍ରଭାବିତ ଏହିପରି ସମସ୍ତ ଅସୁରକ୍ଷିତ ପିଲାମାନଙ୍କୁ ଚିହ୍ନଟ କରିବା ଏବଂ ଶାରୀରିକ ଭାବରେ ଚିହ୍ନଟ କରି ସେମାନଙ୍କର ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଆହୁରି ମଧ୍ୟ, ଅଭିଭାବକ, ପିଲାମାନଙ୍କର କାଉନସେଲିଂ କରିବା, ଅସୁରକ୍ଷିତ ପିଲାମାନଙ୍କ ପାଇଁ କୌଣସି ଅସୁବିଧା ହେଲେ ଚାଇଲ୍ଡ ଲାଇନ୍ 1098 କଲ କରିବାକୁ ପରାମର୍ଶ ରହିଛି । ପୋଲିସ୍ ହେଲ୍ପଲାଇନ ନମ୍ବର 112 ଏବଂ OSCPCR ହେଲ୍ପଲାଇନ ନମ୍ବର 1800-345-4454 ଜାରି ହୋଇଛି । ତେବେ ପ୍ରଭାବିତ ପିଲାମାନଙ୍କର ସବିଶେଷ ତଥ୍ୟ ଏବଂ ସଂପୃକ୍ତ ଜିଲ୍ଲା ଦ୍ବାରା ନିଆଯାଇଥିବା ପଦକ୍ଷେପ ଗୁଡିକ 7 ଦିନ ମଧ୍ୟରେ ଆୟୋଗକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କୁ ଜୀବନ ଯାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନେ ବାଲେଶ୍ବର, ଭଦ୍ରକ, ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଦୁର୍ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.