ETV Bharat / state

୨୪ରେ ଭାଙ୍ଗିବ ୧୯ ରେକର୍ଡ, ଓଡ଼ିଶାରେ ବିଜେପି କରିବ ଐତିହାସିକ ରେକର୍ଡ : ମନମୋହନ ସାମଲ - ଏତିହାସିକ ବିଜୟ

Manmohan Samal hints for historic victory in 2024: ୨୦୨୪ରେ ଭାଙ୍ଗିବ ୨୦୧୯ ରେକର୍ଡ । ଓଡ଼ିଶାରେ ଐତିହାସିକ ବିଜୟ ହାସଲ କରିବ ବିଜେପି । ଦିଲ୍ଲୀରୁ ଶୀର୍ଷ ନେତୃତ୍ବଙ୍କ ଗୁରୁ ମନ୍ତ୍ର ନେଇ ଫେରିବା ପରେ ଏହି ମନ୍ତବ୍ୟ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ,

୨୪ରେ ଭାଙ୍ଗିବ ୧୯ ରେକର୍ଡ, ଓଡ଼ିଶାରେ ଐତିହାସିକ ବିଜୟ ହାସଲ କରିବ ବିଜେପି: ମନମୋହନ ସାମଲ

author img

By ETV Bharat Odisha Team

Published : Dec 25, 2023, 5:08 PM IST

୨୪ରେ ଭାଙ୍ଗିବ ୧୯ ରେକର୍ଡ, ଓଡ଼ିଶାରେ ଐତିହାସିକ ବିଜୟ ହାସଲ କରିବ ବିଜେପି: ମନମୋହନ ସାମଲ

ଭୁବନେଶ୍ବର: ଦିଲ୍ଲୀରେ ବିଜେପିର ପଦାଧିକାରୀ ବୈଠକ ବହୁତ ଗୁରୁତ୍ୱପୁର୍ଣ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୈଠକ ନେଇଥିଲେ । ବିଭିନ୍ନ ରାଜ୍ୟ ସହ ପୃଥକ ପୃଥକ ଆଲୋଚନା ହେଲା । ୨୦୨୪ ସାଧାରଣ ନିର୍ବାଚନ ଦୃଷ୍ଟି କୋଣରୁ ସାଙ୍ଗଠନିକ ସ୍ଥିତିର ଆଲୋଚନା ହେଲା । 2019 ତୁଳନାରେ 2024 ରେ ରେକର୍ଡ ବିଜୟ ପାଇଁ ରଣନୀତି ହୋଇଛି । ବିଜେପି ରାଷ୍ଟ୍ରୀୟ ପଦାଧିକାରୀଙ୍କ ଫୋକସରେ ରହିଛି। ଦିଲ୍ଲୀରୁ ଫେରି ଭୁବନଶ୍ବରରେ ଏହା କହିଛନ୍ତି ମନମୋହନ ସାମଲ ।

ଦିଲ୍ଲୀରୁ ମନ୍ତ୍ର ନେଇ ଫେରିବା ପରେ ଭୁବନେଶ୍ବରରେ ବୟାନ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ୨୦୧୪ ତୁଳନାରେ 2019ରେ ଭଲ ଫଳାଫଳ ହୋଇଥିଲା । ୨୦୧୯ ଅପେକ୍ଷା 2024ରେ ରେକର୍ଡ ବିଜୟ କରିବ ବିଜେପି । ଲୋକସଭା ଏବଂ ବିଧାନସଭା ପାଇଁ ଭିନ୍ନ ଭିନ୍ନ ରଣନୀତି ହେବ । ଓଡ଼ିଶା ସମେତ ସବୁ ରାଜ୍ୟରେ 51 ପ୍ରତିଶତ ଭୋଟ୍ ପାଇବା ହେଉଛି ବିଜେପିର ଟାର୍ଗେଟ । ଯେଉଁ ରାଜ୍ୟରେ ଯେତେ ଆବଶ୍ୟକ, ସେ ଅନୁସାରେ ସେଠାରେ ସେତିକି ଟାର୍ଗେଟ ସେଟ୍ କରାଯିବ। ସେଥିପାଇଁ ରଣ ନୀତି କରିବାକୁ ନିର୍ଦେଶ ଦିଆଯାଇଛି। ୨୦୨୪ରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯିବ । କେନ୍ଦ୍ର ନେତୃତ୍ୱ ଖୁବଶୀଘ୍ର ଓଡିଶା ଆସିବେ । ଓଡିଶାରେ ଅଦ୍ଭୁତପୂର୍ବ ଫଳାଫଳ ହେବ ବୋଲି ପୂର୍ବାନୁମାନ କରିଛନ୍ତି ମନମୋହନ ।

ଏହାମଧ୍ଯ ପଢ଼ନ୍ତୁ: ମୁହଁ ଖୋଲିଲେ ନୀତିଶ କୁମାର: 'ପିଏମ୍ ପଦ ପାଇଁ ଲୋଭ ନାହିଁ'

ମନମୋହନ ସାମଲ କହିଛନ୍ତି, ଆଗାମୀ ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ହାସଲ କରିବ । ଯାହା ଲୋକମାନେ କଳନା କରି ନ ଥିବେ। 2024 ରେ ରେକର୍ଡ ସଂଖ୍ଯକ ସିଟ୍ ଜିତିବ। ସେଥିପାଇଁ ରଣନୀତି ପ୍ରସ୍ତୁତ ହୋଇ ସାରିଛି । ଓଡ଼ିଶାରେ ଦଳର ସଂଗଠନ ଏବଂ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ନେଇ ଶୀର୍ଷ ନେତୃତ୍ଵଙ୍କ ସହ ବିଧାୟକମାନେ ଆଲୋଚନା କରି ଫେରିଛନ୍ତି । 2024 ନିର୍ବାଚନରେ ଜୋରଦାର ଲଢ଼େଇ ହେବ ।

ଏହାମଧ୍ଯ ପଢ଼ନ୍ତୁ: ଟିଏମସିରେ ଅହଂକାର ଚରମ ସୀମା ଟପିଛି: ଧର୍ମେନ୍ଦ୍ର ପ୍ରଧାନ

ମନମୋହନ ସାମଲ କହିଛନ୍ତି, କେନ୍ଦ୍ରୀୟ ଯୋଜନା ହଡ଼ପ ଏବଂ କେନ୍ଦ୍ରୀୟ ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ନ ଲଗାଯିବା ନେଇ ଶୀର୍ଷ ନେତୃତ୍ବଙ୍କୁ ଅବଗତ କରାଯାଇଛି । ଏହା ସହ ବିଜେପି ସହ ମେଣ୍ଟ ହେବ ବୋଲି ପ୍ରଚାର କରି ବିଜେପି କର୍ମୀଙ୍କ ମନୋବଳ ଭାଙ୍ଗୁଛି ବିଜେଡି। ଏ ବିଷୟରେ ମଧ୍ୟ କେନ୍ଦ୍ର ନେତୃତ୍ଵଙ୍କ କାନରେ ପକାଯାଇଛି । ସାଧାରଣ ନିର୍ବାଚନକୁ ଆଉ କିଛି ମାସ ଥିବା ବେଳେ ତିନି ରାଜନୈତିକ ଦଳ ପ୍ରସ୍ତୁତ ହୋଇ ସାରିଛନ୍ତି। ରାଜ୍ଯରେ ଏଥର ବିଜେପି ଡ଼ବଲ ଇଞ୍ଜିନ୍ ସରକାର କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବିଜେପି ବିଧାୟକମାନେ, ଶୀର୍ଷ ନେତୃତ୍ବଙ୍କ ଡାକରା ପାଇ ଚଳିତ ମାସ 19ରେ ଦିଲ୍ଲୀ ଯାଇ 2024 ନିର୍ବାଚନ ପାଇଁ ଗୁରୁ ମନ୍ତ୍ର ଗ୍ରହଣ କରି ଫେରିଛନ୍ତି । ସେହିପରି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଗୁରୁ ମନ୍ତ୍ର ନେଇ ଆସିଛନ୍ତି । ମନମୋହନ କହିଛନ୍ତି, ଏଥର ଓଡ଼ିଶାରେ ହେବ ଆର୍ ପାର୍ ଲଢ଼େଇ । ରାଜସ୍ଥାନ, ମଧ୍ଘ୍ଯୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପିର ବିପୁଳ ବିଜୟ ପରେ ଏବେ ପଦ୍ମ ଦଳ ଫୋକସରେ ଓଡ଼ିଶା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.