ETV Bharat / state

କେନ୍ଦ୍ରଶିକ୍ଷା ମନ୍ତ୍ରଣାଳୟର ପିଜିଆଇ ରିପୋର୍ଟ ୨୦୨୧, ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ଓଡିଶା

author img

By

Published : Nov 4, 2022, 10:43 PM IST

ପ୍ରକାଶ ପାଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ(ପିଜିଆଇ) ୨୦୨୦-୨୧ ରିପୋର୍ଟ । ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା । ଅଧିକ ପଢନ୍ତୁ

କେନ୍ଦ୍ରଶିକ୍ଷା ମନ୍ତ୍ରଣାଳୟର ପିଜିଆଇ ରିପୋର୍ଟ ୨୦୨୧, ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ (ପିଜିଆଇ) ୨୦୨୦-୨୧ ରିପୋର୍ଟ ପ୍ରକାଶିତ ହୋଇଛି । ଏହି ତାଲିକାରେ ଶ୍ରେଷ୍ଠ ୧୦ ମଧ୍ୟରେ ରହିଛି ଓଡି଼ଶା । ଗତ ଶିକ୍ଷାବର୍ଷ ତୁଳନାରେ ଚଳିତ ଶିକ୍ଷାବର୍ଷରେ ଓଡ଼ିଶା ସମସ୍ତ ୫ଟି ମାଟ୍ରିକ୍ସରେ ଭଲ ପ୍ରଦର୍ଶନ କରିବା ସହ ଦେଶର ଆଗଧାଡ଼ିର ରାଜ୍ୟମାନଙ୍କ ମଧ୍ୟରେ ନିଜର ସ୍ଥିତିକୁ ସୁଦୃଢ଼ ରଖିଛି ।

ଗୁଣାତ୍ମକ ଶିକ୍ଷା, ସୁଦୃଢ ଭିତ୍ତିଭୂମି, ବିଦ୍ୟାଳୟ ପ୍ରବେଶ ସୁବିଧା, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା ଭଳି ୫ଟି ବିଷୟକୁ ଆଧାର କରି କରାଯାଇଥିବା ପର୍ଫମାନ୍ସ ଗ୍ରେଡିଂ ତଥା ମୂଲ୍ୟାୟନ ପ୍ରକ୍ରିୟାରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ରିପୋର୍ଟ ମୁତାବକ ୨୦୧୯-୨୦ ଶିକ୍ଷାବର୍ଷ ତୁଳନାରେ ୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶା ସମସ୍ତ ୫ଟି ମାଟ୍ରିକ୍ସରେ ଭଲ ପ୍ରଦର୍ଶନ କରିବା ସହ ଦେଶର ଆଗଧାଡ଼ିର ରାଜ୍ୟମାନଙ୍କ ମଧ୍ୟରେ ନିଜର ସ୍ଥିତିକୁ ସୁଦୃଢ଼ ରଖିଛି ।

ଗୁଣାତ୍ମକ ଶିକ୍ଷା, ସୁଦୃଢ ଭିତ୍ତିଭୂମି, ବିଦ୍ୟାଳୟ ପ୍ରବେଶ ସୁବିଧା, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଓ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ବେଶ ଆଗକୁ ବଢ଼ିବା ସହ ସ୍କୁଲ ଶିକ୍ଷାର ରୂପାନ୍ତରୀକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପିଜିଆଇ ୨୦୨୦-୨୧ରେ ୧୦୦୦ ପଏଣ୍ଟରୁ ଓଡ଼ିଶା ମୋଟ ୮୭୭ ପଏଣ୍ଟ ସ୍କୋର କରିଥିବାବେଳେ ଦିଲ୍ଲୀ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା, ପଣ୍ଡିଚେରୀ, ଲାକ୍ଷାଦ୍ବୀପ, ଆଣ୍ଡାମାନ ନିକୋବର, ଦାଦ୍ରା ନଗର ହାବେଳୀ ଏବଂ ଡାମନ ଡିଉ ସହ ଲେବୁଲ-୩ରେ ରହିଛି ।

ଏହା ବି ପଢନ୍ତୁ- ଧାମନଗରରେ ଜିତିବ ବିଜେପି: ପୃଥୀବିରାଜ

ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ୧୮୦ରୁ ୧୩୮, ବିଦ୍ୟାଳୟ ପ୍ରବେଶ ସୁବିଧାରେ ୮୦ରୁ ୭୧, ସୁଦୃଢ ଭିତ୍ତିଭୂମିରେ ୧୫୦ରୁ ୧୩୩, ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନରେ ୨୩୦ରୁ ୨୨୧ ଏବଂ ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ୩୬୦ରୁ ୩୧୪ ପଏଣ୍ଟ ପାଇଛି । ପିଜିଆଇ ଫ୍ରେମ୍‌ୱାର୍କରେ ଲାଗାତାର ଭାବରେ ଓଡ଼ିଶାର ମାନ୍ୟତା ଉପରକୁ ଉଠୁଥିବାବେଳେ ମାତ୍ର ୪ବର୍ଷ ମଧ୍ୟରେ ଏହା ଲେବୁଲ-୬ରୁ ଲେବୁଲ-୩କୁ ଉନ୍ନିତ ହୋଇଛି । ରାଜ୍ୟର ଶିକ୍ଷା ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ହୋଇଛି ।

ରାଜ୍ୟର ପ୍ରଗତିଶୀଳ ନୀତି ସହ 'ମୋ ସ୍କୁଲ ଅଭିଯାନ', ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ, କୋଭିଡ଼ ମହାମାରୀ ସମୟରେ ଅନଲାଇନ ଶିକ୍ଷଣ କାର୍ଯ୍ୟକ୍ରମର ପ୍ରଣୟନ, ୫-‘ଟି’ ହାଇସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ହୋଇଥିବା ସ୍କୁଲ ଭିତ୍ତିଭୂମିର ରୂପାନ୍ତରଣ ଏବଂ ଯୋଜନାର ସଠିକ କାର୍ଯ୍ୟକାରିତା ଦ୍ବାରା ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି । ଉନ୍ନତ ଭିତ୍ତିଭୂମି ସହ ଗୁଣାତ୍ମକ ଶିକ୍ଷାଦାନ ଯୋଗୁ ପୂର୍ବବର୍ଷ ଅପେକ୍ଷା ଛାତ୍ରଛାତ୍ରୀମାନଙ୍କ ପ୍ରଦର୍ଶନରେ ମଧ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି ।

ସୂଚନାଯୋଗ୍ୟ, ୨୦୧୭-୧୮ ଓ ୨୦୧୮-୧୯ ଶିକ୍ଷାବର୍ଷରେ ଓଡିଶା ଲେବୁଲ-୬ରେ ଥିବାବେଳେ ୨୦୧୯-୨୦ରେ ଲେବୁଲ୍‌-୪ ଏବଂ ୨୦୨୦-୨୧ରେ ଲେବୁଲ-୩ରେ ରହିଛି । ଚଳିତ ବର୍ଷ ପିଜିଆଇ ରିପୋର୍ଟ ଅନୁଯାୟୀ ତାଲିକାର ଶ୍ରେଷ୍ଠରେ ମହାରାଷ୍ଟ୍ର ସ୍ଥାନ ପାଇଛି । ୨ୟ ସ୍ଥାନରେ ପଞ୍ଜାବ ଥିବାବେଳେ ତୃତୀୟ ଓ ଚତୁର୍ଥ ସ୍ଥାନରେ କେରଳ ଓ ଚଣ୍ଡିଗଡ ରହିଛନ୍ତି । ସେହିପରି ରାଜଧାନୀ ଦିଲ୍ଲୀ ୮୯୯ ପଏଣ୍ଟ ସହ ୮ମ ସ୍ଥାନ ହାସଲ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.