ETV Bharat / state

ଆନ୍ଦୋଳନ ମୁହାଁ ରାଜ୍ୟ ଘରୋଇ ମାଲିକ ସଂଘ, ଆଜି ବିଧାନସଭା ସମ୍ମୁଖରେ ଧାରଣା

author img

By ETV Bharat Odisha Team

Published : Nov 22, 2023, 9:24 AM IST

ଆଜି ବିଧାନସଭା ସମ୍ମୁଖରେ ଧାରଣା ଦେବ ରାଜ୍ୟ ଘରୋଇ ମାଲିକ ସଂଘ । 'ଲକ୍ଷ୍ମୀ ବସ' ଓ 'ମୋ ବସ' ସେବାକୁ ବିରୋଧ । ଅଧିକ ପଢ଼ନ୍ତୁ

ରାଜ୍ୟ ଘରୋଇ ମାଲିକ ସଂଘ
ରାଜ୍ୟ ଘରୋଇ ମାଲିକ ସଂଘ

ରାଜ୍ୟ ଘରୋଇ ମାଲିକ ସଂଘ

ଭୁବନେଶ୍ବର: 'ଲକ୍ଷ୍ମୀ ବସ' ଓ 'ମୋ ବସ' ବିରୋଧରେ ଆଜି ରଣହୁଙ୍କାର ଦେବ ଘରୋଇ ବସ ମାଲିକ ସଂଘ । ଆଜି ବିଧାନସଭା ସମ୍ମୁଖରେ ରାଜ୍ୟ ଘରୋଇ ମାଲିକ ସଂଘର ବିକ୍ଷୋଭ ପ୍ରଦର୍ଶନ । ପାଖାପାଖି 1 ହଜାରରୁ ଉର୍ଦ୍ଧ୍ୱ ବସ୍‌ ମାଲିକମାନେ ରାଜରାସ୍ତାରେ ଗର୍ଜନ କରିବେ । କଟକ ଘରୋଇ ବସ ମାଲିକ ସଂଘ ସଭାପତି ପ୍ରିୟବ୍ରତ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହାର ବିଶେଷ ପ୍ରଭାବ ପଡ଼ିବନି ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ।

'ଲକ୍ଷ୍ମୀ ବସ' ଓ 'ମୋ ବସ' ସେବା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ ଘରୋଇ ମାଲିକ ସଂଘ । ବିଧାନସଭା ଆଗରେ ପାଖାପାଖି 1ହଜାରରୁ ଉର୍ଦ୍ଧ୍ବ ଘରୋଇ ବସ ମାଲିକ ସଂଘର ସଦସ୍ୟମାନେ ଧାରଣାରେ ବସିବେ । ତେବେ 'ଲକ୍ଷ୍ମୀ ବସ' ଓ 'ମୋ ବସ' ସେବା ଚଳାଚଳ ଯୋଗୁ ଘରୋଇ ବସ ଗୁଡିକ ଅନେକ ସମସ୍ୟା ଘେରରେ ଗତି କରୁଛନ୍ତି । ଏହି ଯୋଜନା ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ଘରୋଇ ବସ ମାଲିକମାନେ ପ୍ରଭାବିତ ହେଉଥିବା ଅଭିଯୋଗ କରିଛି ଘରୋଇ ମାଲିକ ସଂଘ । ତେବେ ସେମାନଙ୍କ ଦାବି ଅନୁଯାୟୀ, ବ୍ଲକରୁ ଜିଲ୍ଲାକୁ ଏହି ସରକାରୀ ବନ୍ଦ ସେବା ବନ୍ଦ କରାଯାଉ, କିଲୋମିଟର ପିଛା ଯେତିକି ସରକାରୀ ବସରେ ମୂଲ୍ୟ ଧାର୍ଯ୍ୟ କରଯାଇଛି ସେହି ଅନୁସାରେ ଘରୋଇ ବସ ଗୁଡିକର ମୂଲ୍ୟ ବୃଦ୍ଧି କରି ତାହାକୁ ଏହି ଯୋଜନାରେ ସାମିଲ କରାଯାଉ । ତେବେ ଦାବି ପୂରଣ ନହେଲେ 1 ତାରିଖରୁ ଅର୍ନିର୍ଦ୍ଦିଷ୍ଟ କାଳ ଯାଏ ଆନ୍ଦୋଳନ ଡାକରା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ଆସନ୍ତା ୨୨ରେ ବିଧାନସଭା ଘେରାଉ କରିବ ଘରୋଇ ବସ୍‌ ମାଲିକ ସଂଘ

ଏହା ପୂର୍ବରୁ ମଧ୍ୟ ଘରୋଇ ମାଲିକ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଥିଲା । ଯେଉଁଥିରେ ବିଶେଷକରି ଟ୍ବିନ ସିଟିରେ ଯାତ୍ରୀମାନେ ଅଧିକ ହନ୍ତସନ୍ତ ହୋଇଥିଲେ । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ । ସେ କହିଛନ୍ତି,"ଉଚ୍ଚସ୍ତରୀୟ ଆଲୋଚନା ଚାଲିଛି । ଘରୋଇ ମାଲିକ ସଂଘର ଦାବି ଓ ପ୍ରଶ୍ନକୁ ନେଇ ଆଲୋଚନା ଚାଲିଛି । ଖୁବଶୀଘ୍ର ଭଲ ନିଷ୍ପତି ଆସିବ । ଆଉ କିଛି ନକାରାତ୍ମକ ନିଷ୍ପତି ଦେଖିବାକୁ ମିଳିବନି ବୋଲି ଆଶା ରହିଛି । କାରଣ ଲକ୍ଷ୍ମୀ ଯୋଜନାକୁ ଗାଁର ଲୋକମାନେ ବା ତୃଣମୂଳସ୍ତରର ଲୋକମାନେ ଗ୍ରହଣ କରିସାରିଲେଣି ଏହାଦ୍ୱାରା ଲାଭକୁ ମଧ୍ୟ ଉପଲବ୍ଧ କରିଲେଣି । ଲୋକଙ୍କ ଗ୍ରହଣୀୟତା ସମର୍ଥନ ବଢ଼ୁଥିବା ବେଳେ ଲୋକ ଅଳ୍ପ ଟଙ୍କାରେ ଯାତ୍ରା କରି ଖୁିସି ହେଉଛନ୍ତିି । ଯୋଜନାଟି ବର୍ତ୍ତମାନ ଆନ୍ଦୋଳନରେ ପରିଣତ ହେଲାଣି ତେଣୁ ଆନ୍ଦୋଳନ ବା ଧାରଣା ଦ୍ୱାରା ଯୋଜନାର ରୂପାୟନରେ ବାଧା ସୃଷ୍ଟି ହେବନି ।"

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.