ETV Bharat / state

ବିଜେଡି ହୋଡିଂ ଚିରିବା ଘଟଣା; ବିଜେଡିର ସିକ୍ୟୁରିଟି ଗାର୍ଡ ସାଜିଛି ଓଡିିଶା ପୋଲିସ: ବିଜେପି - ବିଜେଡି ହୋଡିଂ ଚିରିବା ଘଟଣା

BJP Targets BJD: ରାଜ୍ଯର ବିଭିନ୍ନ ସ୍ଥାନରେ ରାସନ ସାମଗ୍ରୀ ବଣ୍ଟନ କେନ୍ଦ୍ରରେ ଲାଗିଥିବା ନବୀନ ପଟ୍ଟନାୟକଙ୍କ ଫଟୋ ସାଧାରଣ ଲୋକେ ଚିରିବା ପରେ ପୋଲିସର ନୋଟିସକୁ ନେଇ ବର୍ଷିଲା ବିଜେପି । ଅଧିକ ପଢ଼ନ୍ତୁ

ବିଜୁ ଜନତା ଦଳର ସିକ୍ୟୁରିଟି ଗାର୍ଡ ସାଜିଛି ଓଡି଼ଶା ପୋଲିସ: ବିଜେପି

author img

By ETV Bharat Odisha Team

Published : Jan 16, 2024, 7:45 PM IST

ବିଜୁ ଜନତା ଦଳର ସିକ୍ୟୁରିଟି ଗାର୍ଡ ସାଜିଛି ଓଡି଼ଶା ପୋଲିସ: ବିଜେପି

ଭୁବନେଶ୍ବର: ରାଜ୍ଯର ବିଭିନ୍ନ ସ୍ଥାନରେ ରାସନ ସାମଗ୍ରୀ ବଣ୍ଟନ କେନ୍ଦ୍ରରେ ଲାଗିଥିବା ନବୀନ ପଟ୍ଟନାୟକଙ୍କ ଫଟୋ ସାଧାରଣ ଲୋକେ ଚିରିବା ପରେ ପୋଲିସର ନୋଟିସକୁ ନେଇ ବର୍ଷିଲା ବିଜେପି । କୋରାପୁଟର ଏକ ରାସନ ସାମଗ୍ରୀ ବଣ୍ଟନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ହୋଡ଼ିଂ ଲାଗିଥିଲା । କେନ୍ଦ୍ର ସରକାର ରାସନ ଦେଉଥିବା ବେଳେ ଏଠାରେ ରାଜ୍ୟ ସରକାରଙ୍କ ହୋଡ଼ିଂ କାହିଁକି ଲାଗିଛି ପ୍ରଶ୍ନ କରି କିଛି ଲୋକ ହୋଡ଼ିଂକୁ ଚିରିଥିଲେ । ଏହି ଘଟଣାକୁ ନେଇ ଉକ୍ତ ଲୋକମାନଙ୍କୁ ପୋଲିସ ଧମକ ଦେଇଥିଲା । ଯାହାକୁ ଦୃଢ଼ ନିନ୍ଦା କରିଛି ବିଜେପି । ଏନେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ ।

ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି, "କେନ୍ଦ୍ର ସରକାର ଓଡ଼ିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମାଗଣା ଚାଉଳ ଦେଉଛନ୍ତି । କିନ୍ତୁ ରାଜ୍ୟ ସରକାର କେବଳ ହୋଡ଼ିଂ ମାରି ଲୋକଙ୍କୁ ଭ୍ରମିତ କରିଛନ୍ତି ଏବଂ ଯୋଜନାକୁ ହଡ଼ପ କରିବା ଲାଗି ଷଡ଼ଯନ୍ତ୍ର କରିଛନ୍ତି । ବିଭିନ୍ନ ସ୍ଥାନରେ ସାଧାରଣ ଲୋକେ ଏହାକୁ ବୁଝି ନବୀନ ପଟ୍ଟନାୟକଙ୍କ ହୋଡ଼ିଂକୁ ଉଠାଇ ଥିଲେ ଏବଂ ଚିରି ଥିଲେ । କଣ୍ଟ୍ରୋଲ ଡିଲରକୁ ପଚାରି ଥିଲେ ନବୀନ ପଟ୍ଟନାୟକ ଯେଉଁ ୫ କେଜି ଚାଉଳର ହୋଡ଼ିଂ ମାରିଛନ୍ତି ସେ ଚାଉଳ କାହିଁ । ଯେଉଁ ଚାଉଳ ମିଳୁଛି ତାହା ମୋଦୀ ସରକାରର ଚାଉଳ । ଏନେଇ କୋରାପୁଟ ଜିଲ୍ଲାର କୋଟପାଡ଼ ଆଇଆଇସି ଗତକାଲି ଦୁଇ ଜଣ ଆଦିବାସୀଙ୍କୁ ଡାକିକି ଥାନାରେ ଧମକ ଦେଇଛନ୍ତି । ଏପରିକି ନୋଟିସ ଦେଇଛନ୍ତି ଯଦି ହୋଡ଼ିଂ ଚିରିବ ତେବେ ଆଗକୁ ତୁମ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଓଡ଼ିଶାରେ ବିଜୁ ଜନତା ଦଳ ସରକାର ପ୍ରତି ସୃଷ୍ଟି ହୋଇଥିବା ବଡ଼ ଜନ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ପୋଲିସ ବର୍ତ୍ତମାନ ବିଜେଡିର ସିକ୍ୟୁରିଟ ଗାର୍ଡ ସାଜି ଆଦିବାସୀମାନଙ୍କୁ ନାଲି ଆଖି ଦେଖାଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ.....ଓଡିଶାରେ କାହିଁକି କାର୍ଯ୍ୟକାରୀ ହେଉନି ପିଏମଶ୍ରୀ ଯୋଜନା: ବିଜେପି

ଅନିଲ ବିଶ୍ଵାଳ ଏହା ମଧ୍ୟ କହିଛନ୍ତି, "ଗଞ୍ଜେଇ ଚୋରା ଚାଲାଣ ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧକୁ ନେଇ କୋରାପୁଟ ପୋଲିସର ପାରିବା ପଣିଆକୁ ପ୍ରଶ୍ନ ଉଠିଛି । କୋରାପୁଟ ପୋଲିସ ଏବେ ନବୀନ ପଟ୍ଟନାୟକଙ୍କ ହୋଡ଼ିଂର ସୁରକ୍ଷା ଲାଗିଛି । ଯଦି ଓ ଓଡ଼ିଶା ସରକାରଙ୍କୁ ଲାଗୁଛି ସେମାନଙ୍କ ହୋଡିଂ ଅସୁରକ୍ଷିତ ହୋଇଗଲାଣି ତେବେ ସାରା ରାଜ୍ୟରେ ଲାଗିଥିବା ହୋଡ଼ିଂ ତଳେ ଜଣେ ଜଣେ ପୋଲିସ କନେଷ୍ଟବଳଙ୍କୁ ଛିଡ଼ା କରିଦିଅନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡିଶାର ବିଜେଡି ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଏକ ଜନ ଆକ୍ରୋଶ ଠିଆ ହୋଇଛି । ଲୋକମାନେ ବୁଝି ସାରିଲେଣି ଯେ, ଏ ସରକାର ଗରିବ ଲୋକମାନଙ୍କ ପାଇଁ କିଛି କରି ନାହାଁନ୍ତି । କେବଳ କେନ୍ଦ୍ର ସରକାରଙ୍କ ଯୋଜନାକୁ ଚୋରି କରି ହଡପ କରି ଲୋକମାନଙ୍କୁ ଭୂଆଁ ବୁଲାଉଛନ୍ତି । ଓଡ଼ିଶା ପୋଲିସ ଲୋକ ବିରୋଧି ହୋଇଛି । ବିଜେଡିର ସିକ୍ୟୁରିଟ ଗାର୍ଡ ଭଳି କାମ କରୁଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.