ETV Bharat / state

ଏଣିକି ପୋଲିସ ସ୍କାନରରେ ପ୍ରତ୍ୟେକ ଘର, ଆରମ୍ଭ ହେଲା ନୂଆ କାର୍ଯ୍ୟକ୍ରମ - ଭୁବନେଶ୍ବର

ଓଡିଶା ପୋଲିସର ନୂଆ ପ୍ରୟାସ । ଲୋକଙ୍କ ଆଖେପାଖେ ରହି ସୁଖଦୁଃଖ ବୁଝିବେ ପୋଲିସ କର୍ମଚାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 10, 2019, 9:21 PM IST

ଭୁବନେଶ୍ବର: ଆରମ୍ଭ ହେଲା ଆମ ପୋଲିସ ସମିତି । ଏଣିକି ଭୟ ନୁହେଁ ଭରସାର ସହ ପୋଲିସ କର୍ମଚାରୀଙ୍କୁ କରନ୍ତୁ ଯୋଗାଯୋଗ । ପ୍ରତ୍ୟେକ ଥାନାକୁ କିଛି ଭାଗରେ ବିଭକ୍ତ କରାଯାଇ ଜଣେ ଲେଖାଏଁ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇ ପ୍ରତି ଘରକୁ ଦିଆଯିବ ସୁରକ୍ଷା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଅନ୍ୟ ସମିତି ପରି ଆମ ପୋଲିସ ସମିତିରେ ମଧ୍ୟ ପ୍ରତି ମାସରେ ବୈଠକ କରାଯିବ । ଅଞ୍ଚଳର ସମସ୍ୟା ସହ ସ୍ବତଃ ଜଡିତ ହୋଇ ସେ ସମ୍ପର୍କରେ ଅବଗତ ହେବେ ପୋଲିସ । ଆଇନଗତ ଦିଗରେ କାର୍ଯାନୁଷ୍ଠାନ ସହ ସମାଧାନ କରିବେ । ଯାଦ୍ବାରା କେବଳ କେସ ନୁହେଁ ଆଲୋଚନା ଜରିଆରେ ସମାଧାନର ବାଟ ବି ଫିଟିପାରିବ । ପୋଲିସ ଲୋକଙ୍କ ନିକଟତର ହୋଇପାରିବ ଏବଂ ଅପରାଧିକ କାର୍ଯ୍ୟକଳାପ କମିପାରିବ ।

ଖାଲି ସେତିକି ନୁହେଁ ଗଛ ଲଗାଇବାଠୁ ଆରମ୍ଭ କରି, ରକ୍ତଦାନ, ପର୍ବ ପର୍ବାଣିର ସାମୁହିକ ଆୟୋଜନରେ ଭାଗିଦାର ହୋଇପାରିବେ ପୋଲିସ କର୍ମଚାରୀ । ପ୍ରତ୍ୟେକ ଥାନା ଅଞ୍ଚଳରେ ୨୫ରୁ ୨୬ ଜଣ ପୋଲିସ କର୍ମଚାରୀଙ୍କୁ ଏନେଇ ଦାୟିତ୍ବ ମିଳିବ ଓ ପ୍ରତି 2ବର୍ଷରେ ଥରେ ତାଙ୍କୁ ବଦଳି କରାଯିବ । କ୍ୟାପିଟାଲ ଥାନା ପରିସରରେ ଏହି ସମିତି ଉଦଘାଟନ କରି ଏହା ବୟୋଜ୍ୟେଷ୍ଠ ଲୋକଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି କହିଛନ୍ତି ପୋଲିସ କମିଶନର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ଭୟ ନୁହେଁ ଭରସା ଯୋଗ୍ଯ ହେବ ଆମ ପୋଲିସ ସମିତିBody:

ଆରମ୍ଭ ହେଲା ଆମ ପୋଲିସ ସମିତି । ଏଣିକି ଭୟରେ ନୁହେଁ ଭରସାର ସହ ଯୋଗାଯୋଗ କରିବ ପୋଲିସ କର୍ମଚାରି। ଆପଣଂକ ଥାନା ଅଂଚଳରେ କେତୋଟି ଭାଗରେ ବିଭକ୍ତ କରି ଜଣେ ଲେଖାଏ ପୋଲିସ କର୍ମଚାରିଙ୍କୁ ଦାୟିତ୍ବ ଦିଆଯିବ । ଯେଉଁମାନେ ଆପଣକ ଘର ଘର ସହ ପରିଚିତ ରହିବେ ।ଅନ୍ଯ ସମିତି ପରି ଏହି ଆମ ପୋଲିସ ସମିତିରେ ମଧ୍ଯ ପ୍ରତ୍ଯକ ମାସରେ ବୈଠକ କରିବେ। ଆପଣଂକ ଅଂଚଳର ସମସ୍ଯା ସହ ଓତଃପୋର୍ତଃ ଭାବେ ଜଡିତ ହୋଇ ସେ ସମ୍ପର୍କରେ ଅବଗତ ହେବେ। ଆଇନଗତ ଦିଗରେ କାର୍ଯାନୁଷ୍ଠାନ ସହ ସମାଧାନ କରିବେ। ଯାଦ୍ବାରା କେବଳ କେସ ନୁହେଁ ଆଲୋଚନା ଜରିଆରେ ସମାଧାନର ବାଟ ବି ଫିଟିପାରିବ । ପୋଲିସ ଲୋକଂକ ନିକଟତର ହୋଇପାରିବ ଏବଂ ଅପରାଧିକ କାର୍ଯକଳାପ କମିପାରିବ।ଗଛ ଲଗାଇବାଠୁ ଆରମ୍ଭ କରି ,ବ୍ଲଡ ଡୋନ୍ସନ ,ମ୍ଯାଚ ଆୟୋଜନ,ପର୍ବ ପର୍ବାଣିର ସାମୁହିକ ଆୟୋଜନରେ ଭାଗିଦାର ହୋଇପାରିବେ ପୋଲିସ କର୍ମଚାରି । ପ୍ରତ୍ଯକ ଥାନା ଅଂଚଳରେ ୨୫ରୁ ୨୬ ଜଣ ପୋଲିସ କର୍ମଚାରିଙ୍କୁ ଏନେଇ ଦାୟିତ୍ବ ମିଳିବ। ପ୍ରତ୍ଯକ ୨ ବର୍ଷରେ ଥରେ ପୋଲିସ କର୍ମଚାରିଙକୁ ଦାୟିତ୍ବରୁ ବଦଳି କରାଯିବ।ତେବେ ଏହି ଆମ ପୋଲିସ ସମିତି ସେବାର କ୍ଯାପିଟାଲ ଥାନା ପରିସରରେ ଉଦଘାଟନ କରି ବିଶେଷ କରି ସିନିୟର ସିଟିଜେନ ବା ଏକାକି ରହୁଥିବା ଲେକଂକ ପାଇଂ ବିଶେଷ ସହାୟକ ହେବ ବୋଲି କହିଛନ୍ତି ପୋଲିସ କମିସନର।
Conclusion:ବାଇଟ-ସତ୍ଯଜିତ ମହାନ୍ତି,ପୋଲିସ କମିସନର
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.