ETV Bharat / state

ଚିନ୍ତା ବଢ଼ାଉଛି ହାର୍ଡକୋର ମାଓବାଦୀ ଦସ୍ରୁ, KKBNକୁ ନେଇ ଟେନସନରେ ଓଡ଼ିଶା ପୋଲିସ - KKBN ମାଓ ଡିଭିଜନ

କଳାହାଣ୍ଡି ଏମ୍‌ ରାମପୁରରେ ୩ ମାଓବାଦୀ ନିହତ ପରେ ଏମାନେ KKBN (କଳାହାଣ୍ଡି- କନ୍ଧମାଳ- ବୌଦ୍ଧ- ନୟାଗଡ଼) ଡିଭିଜନର ସଦସ୍ୟ ହୋଇଥିବା ଜଣାପଡ଼ିଛି । ଏନେଇ KKBN ମାଓ ଡିଭିଜନ ଉପରେ ସ୍ବତନ୍ତ୍ର ଫୋକସ ଦେଇଛି ଓଡ଼ିଶା ପୋଲିସ । ତେବେ କେକେବିଏନର ଡିଷ୍ଟ୍ରିକ କମାଣ୍ଡର ଭାବେ ଦାୟିତ୍ବ ନେଇଥିବା ହାର୍ଡକୋର ମାଓବାଦୀ ଦସ୍ରୁ ବଢ଼ାଇଛି ପୋଲିସର ଚିନ୍ତା । ଅଧିକ ପଢ଼ନ୍ତୁ

KKBNକୁ ଟେନସନରେ ଓଡ଼ିଶା ପୋଲିସ
KKBNକୁ ଟେନସନରେ ଓଡ଼ିଶା ପୋଲିସ
author img

By

Published : May 18, 2023, 12:14 PM IST

ଭୁବନେଶ୍ବର: କଳାହାଣ୍ଡି ଏମ୍‌ ରାମପୁରରେ ୩ ମାଓବାଦୀ ନିହତ ପରେ ଏମାନେ KKBN (କଳାହାଣ୍ଡି- କନ୍ଧମାଳ- ବୌଦ୍ଧ- ନୟାଗଡ଼) ଡିଭିଜନର ସଦସ୍ୟ ହୋଇଥିବା ଜାଣିବାକୁ ପାଇଛି ପୋଲିସ । ଏନେଇ କେକେବିଏନ ମାଓ ସଂଗଠନର ସକ୍ରିୟତା ନେଇ ସଜାଗ ହୋଇଛି ଓଡ଼ିଶା ପୋଲିସ । ସକ୍ରିୟ ଥିବା କିଛି ହାର୍ଡକୋର ମାଓବାଦୀଙ୍କୁ ଏବେ ବିଶେଷ ଫୋକସ ଦେଇଛି ଓଡ଼ିଶା ପୋଲିସ । ଏହାରି ଭିତରେ ଏକ ନାମ ଆସିଛି ହାର୍ଡକୋର ମାଓବାଦୀ ଦସ୍ରୁ । ଯିଏକି ମାଓବାଦୀ ଡେଭିଡ ପରେ କେକେବିଏନର ଡିଷ୍ଟ୍ରିକ କମାଣ୍ଡର ଭାବେ ଦାୟିତ୍ବ ନେଇଛି ।

ତେବେ ଦସ୍ରୁ ଉପରେ ଏବେ ତିନୋଟି ରାଜ୍ୟର ପୋଲିସର ନଜର ରହିଛି । ଆନ୍ଧ୍ର ଓ ତେଲେଙ୍ଗାନା ଭଳି ଛତିଶଗଡ଼ ପୋଲିସ ପାଇଁ ଦସ୍ରୁ ରହିଛି ମୋଷ୍ଟ ୱାଣ୍ଟେଡ । କେକେବିଏନ ମାଓ ଡିଭିଜନ ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । କାରଣ ୨୦୧୭ରେ ଏହାର ମୁଖ୍ୟ ଜମ୍ପାନା ଓ ତାର ପତ୍ନୀ ଆତ୍ମସମର୍ପଣ କରିଥିଲେ । ପରେ ଏହି ସଂଗଠନର ମୁଖ୍ୟ ଥିଲା ଡେଭିଡ । ସେ ୨୦୧୮ ମସିହାରେ ମାଓ ଅପରେସନରେ ଏନକାଉଣ୍ଟରରେ ନିହତ ହୋଇଥିଲା । ଏହାପରେ କେକେବିଏନର ଡିଷ୍ଟ୍ରିକ୍ଟ କମାଣ୍ଡ ମେମ୍ବର ଭାବେ ଦାୟିତ୍ବ ନେଇଥିଲା ଦସ୍ରୁ । ସେ କନ୍ଧମାଳ ଅଞ୍ଚଳରେ ବେଶ ସକ୍ରିୟ ଥିଲା । ତେବେ ବିଗତ କିଛିଦିନ ଧରି ମାଓ ଗତିବିଧି ନେଇ ଓଡ଼ିଶା ପୋଲିସ ଅପରେସନ ଜୋରଦାର ପରେ ଦସ୍ରୁ ରାଜ୍ୟ ବାହାରକୁ ପଳାଇଥିବା ଚର୍ଚ୍ଚା ହେଉଥିଲା । କିନ୍ତୁ ବିଗତ କିଛିଦିନ ଧରି ଓଡ଼ିଶାରେ ମାଓ ଅପରେସନ ବେଳେ ସାମ୍ନାକୁ ଆସିଥିଲା କେକେବିଏନ ଡିଭିଜନ ମାଓବାଦୀଙ୍କ ସକ୍ରିୟତା । ଏନେଇ ଏମ ରାମପୁରରେ ହୋଇଥିବା ମାଓ ଅପରେସନରେ କେକେବିଏନ ସଦସ୍ୟ ନିହତ ହେବା ପରେ ଏହି ସଂଗଠନ ଉପରେ ପୁଣି ଆଖି ପକାଇଛି ଓଡ଼ିଶା ପୋଲିସ ।

ଏନେଇ ୫ଟି ଜିଲ୍ଲାର ସୀମାନ୍ତରେ ହାଇଆଲର୍ଟ ଜାରି କରି ମାଓବାଦୀଙ୍କ ଗତିବିଧି ଉପରେ ପୋଲିସ ନଜର ରଖିଥିବା ବେଳେ ଦସ୍ରୁର ଅବସ୍ଥିତି ନେଇ ଓଡ଼ିଶା ପୋଲିସ ଏବେ ଜୋରଦାର ଚଳାଇଛି ଅପରେସନ । କାରଣ ପୂର୍ବରୁ ରେକର୍ଡ ଦେଖିଲେ ୧୯ଟି ଜିଲ୍ଲାରୁ ମାତ୍ର ୬ଟି ଜିଲ୍ଲାରେ ଏବେ ମାଓ ଗତିବିଧି ରହିଛି । ତେଣୁ ଏହାରି ଭିତରେ ପଡୋଶୀ ରାଜ୍ୟ ଉଭୟ ଆନ୍ଧ୍ର ଓ ତେଲେଙ୍ଗାନା ସହ ଛତିଶଗଡ ପୋଲିସ ଓଡିଶା ପୋଲିସ ମିଳିତ ଭାବେ ମାଓ ଦମନ ନେଇ ବଡ଼ ଯୋଜନା ଚଳାଇଛନ୍ତି । ଅନ୍ୟପଟେ ଦନ୍ତେଓ୍ବାଡାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ଯୋଗୁଁ ୧୦ ଯବାନ ନିହତ ପରେ କାଳେ ମାଓବାଦୀ କିଛି ଯୋଜନା କରିଥାଇପାରନ୍ତି, ଏନେଇ ସୀମାନ୍ତ ଜିଲ୍ଲାକୁ ସିଲ୍ କରି ରୀତିମତ ଭାବେ ଅପରେସନ ଜାରି ରଖିଥିବା କହିଛନ୍ତି ଆଇଜି ଅମିତାଭ ଠାକୁର । ସେ କହିଛନ୍ତି, "ଧିରେ ଧିରେ ଅନେକ ଅଞ୍ଚଳରୁ ମାଓବାଦୀ ସଂଗଠନ ନିଷ୍କ୍ରିୟ ହେଉଛନ୍ତି । ଯେଉଁ କେତେକ ମାଓ ସଂଗଠନ ରହିଛି, ପୋଲିସର ଅପରେସନ ସେମାନଙ୍କୁ ମହଙ୍ଗା ହେଉଛି ।"

ତେବେ ଦେଖିବାକୁ ଗଲେ ଏବେ KKBN ଓ BGN ଦୁଇ ସଂଗଠନର ବିଶେଷ ସକ୍ରିୟତା ଉପରେ ପୋଲିସର ଫୋକସ ରହିଛି । ବାକି ଅଧିକାଂଶ ମାଓ ସମର୍ଥକ ପୋଲିସରେ ଆତ୍ମ ସମର୍ପଣ କରୁଥିବା ବେଳେ ଓଡ଼ିଶା ସରକାରଙ୍କ ମାଓବାଦୀ ଆତ୍ମସମର୍ପଣ ଥଇଥାନ ଯୋଜନାରେ ଅନେକ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରୁଛନ୍ତି । ଏସବୁ ଦେଖିଲେ ଧିରେଧିରେ କମିବାରେ ଲାଗିଛି ମାଓ ଉତ୍ପାତ । ପୂର୍ବପରି ସକ୍ରିୟ ନାହାନ୍ତି ମାଓ ସଂଗଠନ । ଯେଉଁ କେତୋଟି ସଂଗଠନ ନିଜର ସ୍ଥାୟିତ୍ବ ଜାହିର କରୁଛନ୍ତି, ସେମାନଙ୍କୁ ସଂଗଠନ ବଞ୍ଚାଇ ରଖିବାକୁ ଆଉ ଆଗପରି ମିଳୁନି ଫଣ୍ଡିଂ କିମ୍ବା ଆଧୁନିକ ଅସ୍ତ୍ରଶସ୍ତ୍ର ବି ମହଜୁଦ ନାହିଁ । ଜନକଲ୍ୟାଣ ଯୋଗୁଁ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.