ETV Bharat / state

ନିର୍ବାଚନ ପୂର୍ବରୁ ମାଓ ମୁକାବିଲା ଚିନ୍ତା, ଶୀତ ଦିନେ ଜୋରଦାର ହେବ ଅପରେସନ

Strategy Conference on Left Wing Extremism: ନିର୍ବାଚନ ପୂର୍ବରୁ ରାଜ୍ୟରେ ମାଓ ମୁକାବିଲା ଚିନ୍ତା । ଅବାଧ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କଲା ଓଡ଼ିଶା ପୋଲିସ । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Dec 21, 2023, 9:20 AM IST

ଭୁବନେଶ୍ବର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାବେଳେ ବଢ଼ିଛି ମାଓ ମୁକାବିଲା ଚିନ୍ତା । ଏନେଇ ପ୍ରସ୍ତୁତି ଆରମ୍ଭ କରିଛି ଓଡ଼ିଶା ପୋଲିସ । ମାଓ ମୁକାବିଲା ନେଇ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଓ ପ୍ରଭାବିତ ଜିଲ୍ଲାର ଏସପି ଓ ରେଞ୍ଜ ଆଇଜି ସହ BSF ଏବଂ CRPFର ବରିଷ୍ଠ ଅଧିକାରୀମାନେ ଏକାଠି ହୋଇ ମାଓ ଦମନ ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି । ନିର୍ବାଚନ ପୂର୍ବରୁ ମାଓବାଦୀ ଭୋଟ ବର୍ଜନ ପାଇଁ ଚେଷ୍ଟା କରନ୍ତି । ଏଥିପାଇଁ ମାଓ ପୋଷ୍ଟର ଓ ମେଳି କରି ଲୋକଙ୍କୁ ପ୍ରଭାବିତ କରିଥାନ୍ତି । ଲୋକଙ୍କୁ ଭୟଭୀତ କରାଇ ଭୋଟ ବର୍ଜନ ସହ ବୁଥକୁ ନଯିବାକୁ ଧମକାଇଥାନ୍ତି । ଏହି ସମ୍ଭାବ୍ୟ ଘଟଣାବଳୀକୁ ଦୃଷ୍ଟିରେ ରଖି ରାଜ୍ୟରେ ଅବାଧ ନିର୍ବାଚନ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛି ଓଡ଼ିଶା ପୋଲିସ । ଯେହେତୁ ସୀମାବର୍ତ୍ତୀ ରାଜ୍ୟ ଛତିଶଗଡ଼ରେ ଗତ ନିର୍ବାଚନ ବେଳେ ଅନେକ ମାଓ ହିଂସା ଦେଖିବାକୁ ମିଳିଥିଲା ସେନେଇ ପ୍ରାକ ପ୍ରସ୍ତୁତି କରାଯାଇଛି ।

ବର୍ତ୍ତମାନ ଓଡ଼ିଶାରେ ୧୬ରୁ ୧୭ ଜଣ ଓଡ଼ିଆ ମାଓବାଦୀ ସକ୍ରିୟ ଅଛନ୍ତି । ବାକି ୯୦ ଜଣ ଅଣ ଓଡ଼ିଆ ମାଓବାଦୀ, ଯାହାକି ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟି ଓ ଓଡ଼ିଶା ଷ୍ଟେଟ୍ କମିଟି ଭାବେ ପରିଚାଳିତ ହେଉଛି । ତେବେ ଓଡ଼ିଶା ଷ୍ଟେଟ୍ କମିଟିରେ ୩ ସଂଗଠନ ବଂଶଧାରା ଘୁମୁସର ନାଗାବଳି କମିଟି, କେକେବିଏନ ଓ ମଏନପୁରୀ ନୂଆପଡା ମାଓ ସଂଗଠନ ସକ୍ରିୟ ଅଛନ୍ତି । କେବଳ କେକେବିଏନ ଅଧିକ ସକ୍ରିୟ ଥିବାବେଳେ ବାକି ସଂଗଠନର ସେତେଟା ଗତିବିଧି ପରିଲକ୍ଷିତ ହେଉନି । ଏହି ମାଓ ସଂଗଠନର ମୁକାବିଲା ପାଇଁ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ୧୧ଟି ନୂଆ ସିଓବି କ୍ୟାମ୍ପ ପ୍ରସ୍ତୁତି କରାଯାଇଛି । ନୂଆପଡାରେ ୪ଟି, କଳାହାଣ୍ଡି ୪ଟି, ବୌଦ୍ଧରେ ଗୋଟିଏ, ଫୁଲବାଣୀରେ ୨ଟି କ୍ୟାମ୍ପ କରି ସିଆରପିଏଫ ଓ ବିଏସଫ ଦ୍ବାରା ନଜର ରଖାଯିବ । ମାଓବାଦୀଙ୍କ ଗତିବିଧି ଜଣାପଡିଲେ ଶୀତ ଦିନ ଯୋଗୁଁ ଅପରେସନ ଜୋରଦାର ହେବ । ଏହି ଅପରେସନରେ ବିଭିନ୍ନ ଟେକ୍ନୋଲୋଜିର ବ୍ୟବହାର ପାଇଁ ମଧ୍ୟ ଫୋକସ୍ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ପ୍ରତିଶୋଧ ମୁଡ୍‌ରେ KKBN ଡିଭିଜନ୍‌, ବସିଲା ମାଓ ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ

ଏଥିପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ୬ଟି ଡ୍ରୋନ ମଗାଯାଇଛି । ଯାହକି ଅପରେସନରେ ସାହାଯ୍ୟ କରିବ । ସେହିପରି ଆଣ୍ଟି ନକ୍ସଲ ଅପରେସନରେ ଏଥର ନୂଆ ବନ୍ଧୁକ କର୍ଣ୍ଣର ସଟ୍ ଗନ ମଧ୍ୟ ବ୍ୟବହାର କରାଯିବ । ଯାହାଦ୍ବାରା ୯୦ ଡିଗ୍ରୀରେ ଲୁଚି କରି ମାଓବାଦୀଙ୍କୁ ଅତି ସହଜରେ ସାମ୍ନା କରିହେବ । ତେବେ ପୂର୍ବାପେକ୍ଷା ସମ୍ପ୍ରତ୍ତି ମାଓ ଗତିବିଧିରେ ଫରକ ଆସିଛି । ୨୦୧୮ରେ ୧୫ଟି ମାଓ ପ୍ରଭାବିତ ଜିଲ୍ଲା ଥିବାବେଳେ ଏବେ ତାହା ୧୦ରେ‌ ପହଞ୍ଚିଛି । କେବଳ ସୁନ୍ଦରଗଡ଼ରେ ଗତ ପାଞ୍ଚ ବର୍ଷ ହେବ କୌଣସି ଗତିବିଧି ନଥିବା ବେଳେ ବୌଦ୍ଧରେ ଟିକେ ବଢିଛି ।

ସେହିପରି କୋରାପୁଟ ଓ ମାଲକାନଗିରିରେ ଦୀର୍ଘ ଦେଢ ବର୍ଷ ହେଲେ ସେଭଳି କୌଣସି ରିପୋର୍ଟ ହୋଇନାହିଁ । ସରକାରଙ୍କ ଲୋକାଭିମୁଖୀ ଯୋଜନା ଓ ଥଇଥାନ ନୀତି ଯୋଗୁଁ ଧୀରେଧୀରେ ମାଓବାଦୀ ମୁଖ୍ୟସ୍ରୋତକୁ ଫେରୁଛନ୍ତି । ସେହିପରି ନିର୍ବାଚନ ବେଳେ ଭିଆଇପି ସୁରକ୍ଷା ଓ କୌଣସି ଅପ୍ରୀତିକର ପରିସ୍ଥିତି ମୁକାବିଲା ପାଇ ନୂଆ ସିକ୍ୟୁରିଟି ଟ୍ରେନିଂ ସେଣ୍ଟର ଖୋଲାଯାଇଛି, ଯେଉଁଠି ଯବାନମାନଙ୍କୁ ଭିଆଇପି ସିକ୍ୟୁରିଟି ଏବଂ ଆଇଇଡି ବିସ୍ଫୋରଣ ଭଳି ପରିସ୍ଥିତି ମୁକାବିଲା ପାଇଁ ତାଲିମ ଦିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.