ETV Bharat / state

ପାରଦର୍ଶୀ ପୋର୍ଟାଲରେ ତ୍ରୁଟି ଅଭିଯୋଗ, ଶିକ୍ଷା ନିର୍ଦ୍ଦେଶାଳୟକୁ ଘେରିଲା ଅଭିଭାବକ ମହାସଂଘ

author img

By

Published : Apr 7, 2023, 12:57 PM IST

ପାରଦର୍ଶୀ ପୋର୍ଟାଲରେ ନାମଲେଖାକୁ ନେଇ ନଅ ତାଲାରେ ଥିବା ଶିକ୍ଷା ନିର୍ଦ୍ଦେଶାଳୟକୁ ଘେରାଉ କଲା ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ

odisha parents federation
odisha parents federation
odisha parents federation

ଭୁବନେଶ୍ବର: ପାରଦର୍ଶୀ ପୋର୍ଟାଲରେ ତ୍ରୁଟି ଥିବା ନେଇ ଅଭିଯୋଗ ଆଣିଲା ଅଭିଭାବକ ମହାସଂଘ । ଘରୋଇ ବିଦ୍ୟାଳୟରେ ପିଲାଙ୍କ ଆଡ଼ମିସନ ପାଇଁ ଅପେକ୍ଷା କରିଥିବା ବେଳେ ପୋର୍ଟାଲରେ ତ୍ରୁଟି ପରିଲକ୍ଷିତ ହୋଇଛି । ସ୍କୁଲ ତାଲିକା ଠିକରେ ଦର୍ଶାଯାଇ ନଥିବା ବେଳେ, ନର୍ସରୀ ଶ୍ରେଣୀର ନାମ ଲେଖା ପାଇଁ ବ୍ୟବସ୍ଥା ଉପଲବ୍ଧ ନଥିବା ପରି ଗୁରୁତର ତ୍ରୁଟି ରହିଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ଯାହାକୁ ନେଇ ଶହ ଶହ ଅଭିଭାବକ ନଅ ତାଲାରେ ଥିବା ଶିକ୍ଷା ନିର୍ଦ୍ଦେଶାଳୟକୁ ଘେରାଉ କରିଥିଲେ । ଦାବି ପୂରଣ ନହେଲେ ସଚିବଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବୁବୋଲି ଚେତାବନୀ ଦେଇଛି ମହସଂଘ ।

ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ଘରୋଇ ସ୍କୁଲରେ ପାଠ ପଢିପାରିବେ । ଏଥିପାଇଁ ରାଜ୍ୟ ସରକାର ଘରୋଇ ସ୍କୁଲମାନଙ୍କରେ 25% ସିଟ୍ ରଖିବା ସହ ପିଲା ବିନା ମୂଲ୍ୟରେ ନାମ ଲେଖାଇବା ନେଇ ବ୍ୟବସ୍ଥା ହୋଇଛି । ପ୍ରାଇଭେଟ ସ୍କୁଲରେ ଆଡମିସନ ପାଇଁ ଗତ 13 ତାରିଖରେ ପାରଦର୍ଶ ପୋର୍ଟାଲ ଖୋଲିଥିଲା । ଏହା ଦ୍ବାରା ପ୍ରାୟ 50 ହଜାରରୁ ଅଧିକ ଛାତ୍ରଛାତ୍ରୀ ଉତ୍ତମ ଶିକ୍ଷା ପାଇପାରିବେ । ଅନେକ ଅଭିଭାବ ଏହି ଯୋଜନା ମାଧ୍ୟମରେ ପିଲାମାନଙ୍କର ଆଡ଼ମିସନ ପାଇଁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ପୋର୍ଟାଲରେ ତ୍ରୁଟି ଯୋଗୁଁ ଆଡମିଶନ ହୋଇପାରିନାହିଁ । ପୂର୍ବରୁ ଅନେକ ଥର ପୋର୍ଟାଲରେ ତ୍ରୁଟି ଥିବା ଦର୍ଶାଇ ଓଡ଼ିଶା ଅଭିଭାବକ ମହାସଂଘ ଏହାକୁ ନେଇ ବିଭାଗରେ ଅଭିଯୋଗ କରିଥିଲା ।

ଅନ୍ୟପଟେ ପୋର୍ଟାଲରେ ନିକଟସ୍ଥ ସ୍କୁଲ ତାଲିକା ଠିକରେ ଦର୍ଶାଯାଇ ନାହିଁ, ନର୍ସରୀ ଶ୍ରେଣୀର ନାମ ଲେଖା ପାଇଁ ବ୍ୟବସ୍ଥା ଉପଲବ୍ଧ ନଥିବା ପରି ଗୁରୁତର ତ୍ରୁଟି ରହିଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ଆରଟିଇରେ ପ୍ରାଇଭେଟ ସ୍କୁଲରେ 25% ନିଃଶୁଳ୍କ ସିଟରେ ଆଡ଼ମିସନ ପାଇଁ ପାରଦର୍ଶୀ ପୋର୍ଟାଲକୁ ବର୍ଷସାରା ଆବେଦନ ପାଇଁ ଖୋଲା ରଖିବା । ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିବା ବ୍ୟବସ୍ଥାକୁ ଛତିଶଗଡ ଓ ଦିଲ୍ଲୀ ଭଳି ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ବୃଦ୍ଧି ସହ ତ୍ରୁଟି ଥିବା ପୋର୍ଟାଲକୁ ତୁରନ୍ତ ଠିକ କରିବା । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସ୍କୁଲବ୍ୟାଗ ଓଜନ ନିୟମ କଡାକଡି ଲାଗୁ ସହ ଏନସିଇଆରଟି ବହିରେ ପାଠ ପଢ଼ାଇବା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାଇ ପ୍ରାଇଭେଟ ସ୍କୁଲରେ ଏକାଦଶ ଶ୍ରେଣୀକୁ ଦଶମ ଶ୍ରେଣୀରୁ କ୍ଲାସ ପ୍ରମୋସନ ହିସାବରେ ନିଆଯାଇ ଆଡ଼ମିସନ କରାଯାଉ ବୋଲି ଆଲୋଚନା କରିଥିଲେ ଅଭିଭାବକ ମହାସଂଘ ।

ଏନେଇ ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ''ଏହି ଆରଟିଇକୁ ନେଇ ବିଭିନ୍ନ ସମୟରେ ଧାରଣା ଦିଆଯାଇଥିଲା । ଅନେକ ସମୟରେ ସଚିବ ଏବଂ ବିଭାଗୀୟ ଅଧିକାରୀମାନେ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି, ହେଲେ କୌଣସି ବି ଦାବି ପୂରଣ ହୋଇନାହିଁ । ବର୍ତ୍ତମାନ ସମୟରେ ଯେଉଁ ସ୍କୁଲକୁ ଆଲର୍ଟ ଦିଆଯାଇଛି ସେଗୁଡିକ ମଧ୍ୟରୁ ଅନେକ ସ୍କୁଲ ଗୁଡ଼ିକ ବନ୍ଦ ହୋଇସାରିଛି । ସେଗୁଡିକ ତୁରନ୍ତ ବଦଳାଯାଇ ନୂତନ ସ୍କୁଲକୁ ଆଲର୍ଟ କରାଯାଉ ବୋଲି କହିଛନ୍ତି ବାସୁଦେବ ଭଟ୍ଟ । ''

ଗୋଟିଏ ପିଲା ପିଛା ପ୍ରାୟ ୨୫ ହଜାର ଟଙ୍କା ଦିଆଯାଉଛି ସ୍କୁଲକୁ । କିନ୍ତୁ ଅନେକ ଅଭିଭାବକଙ୍କୁ ସ୍କୁଲ ପଇସା ମାଗୁଥିବାର ଅଭିଯୋଗ ନେଇ ଶିକ୍ଷା ବିଭାଗର ନିର୍ଦ୍ଦେଶାଳୟକୁ ଘେରାଉ କରିଛନ୍ତି ଅଭିଭାବକ ମହାସଂଘ । ଯଦି ସଚିବ ଏନେଇ ପୂରଣ ନକଲେ ତେବେ ସଚିବଙ୍କ ବାସଭବନ ସମ୍ମୁଖରେ ଧାରଣା ଦେବା ପାଇଁ କହିଛି ମହାସଂଘ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.