ETV Bharat / state

ମାଟ୍ରିକ ସମେଟିଭ ୧: ୫୬ଟି ସେଣ୍ଟରରେ ଖାତା ଦେଖା ଆରମ୍ଭ, ୧୦ଦିନରେ ଶେଷ ପାଇଁ ବୋର୍ଡର ଟାର୍ଗେଟ - ମାଧ୍ୟମିକ ଶିକ୍ଷା ପରିଷଦ

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ମାଟ୍ରିକ ସମେଟିଭ୍- ୧ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଇଛି । ଏଥର ରାଜ୍ୟର ୩୦୨୯ କେନ୍ଦ୍ରରେ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଅଧିକ ପଢନ୍ତୁ

ଆଜିଠୁ ଆରମ୍ଭ ହେଲା ମାଟ୍ରିକ ସମେଟିଭ ୧ ଖାତା ଦେଖା ପ୍ରକ୍ରିୟା

author img

By

Published : Dec 9, 2022, 4:07 PM IST

Updated : Dec 9, 2022, 5:38 PM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ସମେଟିଭ ୧ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା । ୫୬ଟି ସେଣ୍ଟରରେ ୧୩୦୦୦ ଶିକ୍ଷକ ଦେଖୁଛନ୍ତି ଖାତା । ୟୁନିଟ ୧ ହାଇସ୍କୁଲ ଭୁବନେଶ୍ବରରେ ୧୪୪ ଶିକ୍ଷକ ଖାତା ଦେଖୁଥିବା ବେଳେ ୫ ଲକ୍ଷ ୪୨ ହଜାର ପିଲାଙ୍କ ଖାତା ଦେଖାଯାଉଛି ।

ଆଜିଠୁ ଆରମ୍ଭ ହେଲା ମାଟ୍ରିକ ସମେଟିଭ ୧ ଖାତା ଦେଖା ପ୍ରକ୍ରିୟା

ସୂଚନା ଅନୁଯାୟୀ, ରାଜ୍ୟରେ ଦଶମ ଛାତ୍ରଛାତ୍ରୀଙ୍କ ନଭେମ୍ବର 23 ତାରିଖରୁ ଆରମ୍ଭ ହୋଇଥିଲା ପରୀକ୍ଷା । ଚଳିତବର୍ଷ ୫ ଲକ୍ଷ ୪୨ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ୩୧୬ ନୋଡାଲ ସେଣ୍ଟର ଥିବା ବେଳେ ପ୍ରଶ୍ନପତ୍ର କଡା ସୁରକ୍ଷାରେ ରହିଥିଲା । ଅନ୍ୟପଟେ ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ନୋଡାଲ ସେଣ୍ଟର୍ କରାଯାଇଛି ।

ଅନ୍ୟପଟେ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଦଶମ ଶ୍ରେଣୀ ସମେଟିଭ ୧ ଖାତା ଦେଖା ଆରମ୍ଭ ହେଉଥିବା ବେଳେ ଭୁବନେଶ୍ବରର ୟୁନିଟ ୧ ବିଦ୍ୟାଳୟକୁ ଏହି ଅବସରରେ ପରିଦର୍ଶନ କରିଛନ୍ତି । ଖାତା ଦେଖା କିଭଳି ହେଉଛି ସମସ୍ତ ଶିକ୍ଷକ ମାନେ ଆସୁଛନ୍ତି ନା ଅନୁପସ୍ଥିତି ରହିଛନ୍ତି ତାହା ତଦାରଖ କରିଛନ୍ତି ।

ଆଜିଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ମାଟ୍ରିକ, ମଧ୍ୟମା ଏବଂ ଓପନ ସ୍କୁଲ ସମେଟିଭ୍-01 ପରୀକ୍ଷା ଖାତା ମୁଲ୍ୟାୟନ ପ୍ରକ୍ରିୟା। ରାଜ୍ୟର 56ଟି ପରୀକ୍ଷା କେନ୍ଦ୍ରରେ 12 ହଜାର 450 ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖାରେ ନିୟୋଜିତ ହୋଇଛନ୍ତି । ପ୍ରତିଦିନ ପୂର୍ବାହ୍ନ 9 ଟାରୁ 5 ଟା ପର୍ଯ୍ୟନ୍ତ ଖାତା ଦେଖା ହେବ। 10 ଦିନ ମଧ୍ୟରେ ଖାତା ଦେଖା ପ୍ରକ୍ରିୟା ଶେଷ ହେବ। ତେବେ ଏଥର ରାଜ୍ୟର 3029 କେନ୍ଦ୍ରରେ 5 ଲକ୍ଷ 40 ହଜାର 712 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ମାଟ୍ରିକ ସମେଟିଭ୍-1 ପାଇଁ 52ଟି, ମଧ୍ୟମା ପାଇଁ 2 ଓ ଓପନ ସ୍କୁଲ ପାଇଁ 2ଟି କେନ୍ଦ୍ରରେ ଖାତାଦେଖା ପ୍ରକ୍ରିୟା କରାଯାଉଛି । ଏହି ସବୁ କେନ୍ଦ୍ର ରେ ମୋଟ 12 ହଜାର 450 ଶିକ୍ଷକ ଶିକ୍ଷୟତ୍ରୀ ମୂଲ୍ୟାୟନ ରେ ନିୟୋଜିତ ହୋଇଛନ୍ତି । ପ୍ରତିଦିନ ପୂର୍ବାହ୍ନ 9 ତା ରୁ 5 ପର୍ଯ୍ୟନ୍ତ ଖାତା ଦେଖା ହେବ।

ଗତ ଗୁରୁବାର ଦିନ ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ରିପୋଟିଂ କରିଥିଲେ ଶିକ୍ଷକ ଶିକ୍ଷୟିତ୍ରୀ।୧୦ ଦିନ ମଧ୍ୟରେ ଖାତା ଦେଖା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋର୍ଡ଼ କର୍ତ୍ତୃପକ୍ଷ।ନଭେମ୍ବର 23 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ ରାଜ୍ୟର 3029 ପରୀକ୍ଷା କେନ୍ଦ୍ରରେ 5 ଲକ୍ଷ 40 ହଜାର 712 ଜଣ ଛାତ୍ରଛାତ୍ରୀ ସମେଟିଭ୍-1 ପରୀକ୍ଷା ଦେଇଥିଲେ। ଉଭୟ ଦୀର୍ଘ ଓ ସଂକ୍ଷିପ୍ତ ପ୍ରଶ୍ନ ସମ୍ବଳିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ।ତେବେ ଖାତା ଦେଖା ସରିବା ପରେ ଏହାକୁ ତର୍ଜମା କରି ପରୀକ୍ଷା ଫଳ ବୋର୍ଡ ୱେବ ସାଇଟରେ ପ୍ରକାଶ କରିବ ମାଧ୍ୟମିକ ଶିକ୍ଷା ପରିଷଦ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 9, 2022, 5:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.