ETV Bharat / state

Odisha Weather: ଆଜିଠୁ ରାଜ୍ୟରେ ଦୁଇ ଦିନ ବର୍ଷା

ଆଜି ଓ ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବ । ଏନେଇ ପୂର୍ବାନୁମାନ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ

author img

By

Published : Jan 17, 2023, 8:02 AM IST

ଆଜିଠୁ ରାଜ୍ୟରେ ଦୁଇ ଦିନ ବର୍ଷା ସମ୍ଭାବନା
ଆଜିଠୁ ରାଜ୍ୟରେ ଦୁଇ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବର୍ଷିବ । ଆଜି(ମଙ୍ଗଳବାର) ଓ ଆସନ୍ତାକାଲି ଦୁଇ ଦିନ ରାଜ୍ୟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଜି ଉତ୍ତର ଓଡି଼ଶାର କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଏହି ଜିଲ୍ଲାଗୁଡିକ ହେଲେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଢେଙ୍କାନାଳ ଓ ଯାଜପୁର ।

ସେହିପରି ୧୮ ତାରିଖରେ(ଆସନ୍ତାକାଲି) ବାଲେଶ୍ବର, କେନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପାଗ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ହେଲେ ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡିଶା ଓ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକରେ ଘନ କୁହୁଡି କିମ୍ବା ହାଲୁକା କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାରେ କୁହୁଡିର ଆସ୍ତରଣ ୫୦ ମିଟରରୁ ୨୦୦ ମିଟର ରହିପାରେ ।

ଏହାମଧ୍ୟ ପଢନ୍ତୁ: ମୁକୁଳା ଡ୍ରେନ ନେଲା 9ବର୍ଷ ଶିଶୁର ପ୍ରାଣ, CMC ଉପରେ ଦୋଷ ଲଦିଲେ ପରିବାର

ବର୍ତ୍ତମାନ ଓଡିଶାରେ ଶୀତର ପ୍ରକୋପ କମିଛି । ମାତ୍ର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି । ଫଳରେ ରାସ୍ତାଘାଟ ଦିଶୁନି । ଘରଦ୍ବାର, ଗଛଲତା, ରାସ୍ତାଘାଟ ସବୁକିଛି କୁହୁଡି ଚାଦର ତଳେ ଲୁଚି ଯାଉଛି । ଏହି କାରଣରୁ ଯାତାୟତରେ ନାନା ସମସ୍ୟା ହେଉଛି । ଫଳରେ ସାଧାରଣ ଜୀବନ ଯାତ୍ରା ଏକ ପ୍ରକାର ପ୍ରଭାବିତ ହେଉଛି । ସକାଳୁ ପିଲାମାନେ ସ୍କୁଲ, ଟିଉସନ ଯିବାକୁ ଅସୁବିଧା ଭୋଗୁଛନ୍ତି । କୁହୁଡିର ପ୍ରଭାବ ପନିପରିବା ଚାଷ ଉପରେ ମଧ୍ୟ ପଡୁଛି । ଏଥିରେ ବିଭିନ୍ନ ପନିପରିବା ନଷ୍ଟ ହେବାର ଆଶଙ୍କା ରହୁଛି । ଏହାକୁ ନେଇ ଚାଷୀମାନେ ଚିନ୍ତାରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.