ETV Bharat / state

ଉପକୂଳରେ ଝଡ଼ତୋଫାନ ସହ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା 8 ତାରିଖ ଯାଏଁ ରାଜ୍ୟରେ ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅଧିକ ପଢନ୍ତୁ

author img

By

Published : Apr 6, 2023, 6:48 PM IST

yellow warning to 15 districts
yellow warning to 15 districts
ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି । ଆଗାମୀ ପାଞ୍ଚ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡଘଡି ହେବ । ଆସନ୍ତା 8 ତାରିଖ ଯାଏଁ ରାଜ୍ୟରେ ଝଡ଼ତୋଫାନ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାୟୁମଣ୍ଡଳରେ ଏକ ନିମ୍ନ ଚାପରେଖା ଝାଡଖଣ୍ଡରୁ ଆରମ୍ଭ ହୋଇ ଦକ୍ଷିଣ ଆଭ୍ୟନ୍ତରୀଣ ତାମିଲନାଡୁ ହୋଇ ଛତିଶଗଡର କେନ୍ଦ୍ରୀୟ ଅଞ୍ଚଳ, ଦକ୍ଷିଣ ତାମିଲନାଡୁ,ତେଲେଙ୍ଗାନା ଓ ଆଭ୍ୟନ୍ତରୀଣ କର୍ଣ୍ଣାଟକ ପର୍ଯ୍ୟନ୍ତ ସମୁଦ୍ର ପତ୍ତନରୁ ୦.୯ କିମି ଉପରେ ଲମ୍ବିଛି ।

ସେହିପରି ଆଉ ଏକ ନିମ୍ନ ଚାପରେଖା ବାଂଲାଦେଶ ନିକଟରେ ସୃଷ୍ଟହୋଇଥିବା ସାଇକ୍ଲୋନିକ୍ ସର୍କ୍ୟୁଲେସନ କେନ୍ଦ୍ର ସ୍ଥଳରୁ ବାହାରି ଉତ୍ତର ଓଡ଼ିଶା ଯାଏଁ ସମୁଦ୍ର ପତ୍ତନର ୦.୯ କିଲୋମିଟର ଉପରେ ବ୍ୟାପିଛି । ଯାହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ସମ୍ଭାବନା ରହିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟମରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବର୍ଷା ହୋଇଛି । ରାୟଗଡା ଜିଲ୍ଲାର ବିଷମକଟକରେ ସର୍ବାଧିକ ୪୮.୪ ମିଲି ମିଟର ବର୍ଷା ହୋଇଥିବା ବେଳେ ପଶ୍ଚିମା ଝଡ଼ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଳୁଗୁଳି ଅନୁଭୂତ ହେଉଥିଲା । ତେଣୁ ଦିନର ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ ୩୮.୫ ଡ଼ିଗ୍ରୀ ରହିଥିଲା । ଭୁବନେଶ୍ଵରରେ ୫ ତାରିଖରେ ତାପମାତ୍ରା ୩୭.୮ ଡିଗ୍ରୀ ରହିଥିଲା ।

ତେବେ ଆଗାମୀ 5 ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବା ନେଇ ଆକଳନ କରିଛ ପାମିପାଗ ବିଭାଗ । ସେହିପରି ଆସନ୍ତାକାଲି କେତେକ ଅଞ୍ଚଳରେ ବର୍ଷାର ପରିମାଣ ବଢିପାରେ । ଆଗାମୀ ୨୪ ଘଣ୍ଟା ପାଇଁ ୧୫ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ତେବେ ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗୀର, ଗଜପତି, ସୋନପୁର, ବରଗଡ଼, ଝାରସୁଗୁଡା, ଦେଓଗଡ, ସୁନ୍ଦରଗଡ, ମୟୁରଭଞ୍ଜ ଜିଲ୍ଲା ରହିଛି । ଏହାସହ ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, ରାୟଗଡା, କନ୍ଧମାଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଆସନ୍ତାକାଲିରୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଥିବା କହିଛି ବିଭାଗ । ଗଜପତି ଗଞ୍ଜାମ ରାୟଗଡା କନ୍ଧମାଳରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା । କାରଣ ଆଗକୁ ଖରା ବଢିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ପ୍ରବଳ ଗରମ ଅନୁଭବ ହେଉଥିବା ବେଳେ ୧୧ ତାରିଖ ପରେ ଆହୁରି ବଢିବ ତାତି । କେତେକ ସ୍ଥାନରେ ତାପମାତ୍ରା ୪୦ ଅତିକ୍ରମ କରିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ । ଏହାକୁ ନେଇ ବିଶେଷ ଭାବେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅଧିକ ହେବାର ସମ୍ଭାବନା ଥିବା ବେଳେ ଆଗକୁ ସ୍ୱାଭାବିକଠାରୁ 3ରୁ ୫ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.