ETV Bharat / state

Weather Update: ୨୬ରୁ ପୁଣି ପଶ୍ଚିମା ଝଡ, ଘଡଘଡି ସହ ବର୍ଷା ସମ୍ଭାବନା - ପାଣିପାଗ ସୂଚନା

ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା । ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

୨୬ରୁ ପୁଣି ପଶ୍ଚିମା ଝଡ
୨୬ରୁ ପୁଣି ପଶ୍ଚିମା ଝଡ
author img

By

Published : Mar 24, 2023, 9:56 AM IST

ଭୁବନେଶ୍ବର: ଆସୁଛି ଆଉ ଏକ ପଶ୍ଚିମା ଝଡ । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପୁଣି ବର୍ଷା ହେବ । ଏହି ଝଡ ଯୋଗୁଁ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ଅଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପୂର୍ବରୁ ପଶ୍ଚିମା ଝଡ ପ୍ରଭାବରେ ଝଡ ତୋଫାନ ଓ କୁଆପଥର ବର୍ଷାରେ ଚାଷୀକୂଳ ହତାଶ ହୋଇପଡିଥିବାବେଳେ ଏବେ ପୁଣିଥରେ ବର୍ଷା ସମ୍ଭାବନା ନେଇ ଚିନ୍ତାରେ ପଡିଛନ୍ତି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପଶ୍ଚିମା ଝଡ ପ୍ରଭାବ ଦେଖିବାକୁ ମିଳିବ । ୨୬ରେ ବିଜୁଳି ଘଡଘଡି ସହ ବର୍ଷା ହେବ । ୨୭ ତାରିଖରୁ କିଛି ଅଞ୍ଚଳରେ ବର୍ଷାର ବିସ୍ତୃତି ବଢିବ । ୨୭ ତାରିଖରେ ୧୧ ଉପକୂଳ ଜିଲ୍ଲା ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡିକ ପ୍ରଭାବିତ ହେବେ । ଏହି ଜିଲ୍ଲା ଗୁଡିକରେ ବିଜୁଳି ଘଡଘଡି ସହ ଝଡ ପବନ ଜାରି ରହିବ । ଏହାପୂର୍ବରୁ ଓଡିଶାରେ ଅନୁଭୂତ ହୋଇଥିବା ପଶ୍ଚିମା ଝଡ ଯୋଗୁଁ ଏକର ଏକର ଫସଲ ନଷ୍ଟ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ: Special Train For Navratri: ଯାତ୍ରୀଙ୍କ ପାଇଁ ଖୁସି ଖବର, ନବରାତ୍ରୀ ପାଇଁ ଚାଲିବ ସ୍ପେଶାଲ ଟ୍ରେନ

ବିଶେଷକରି କୁଆପଥର ବର୍ଷା ଚାଷୀଙ୍କ ଉପରେ ଦାଉ ସାଧିଥିଲା । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଝଡ ତୋଫାନ ସହ କୁଆପଥର ବର୍ଷା ହୋଇଥିଲା । ଏହାଦ୍ବାରା ହଜାର ହଜାର ହେକ୍ଟର ଜମିରେ ରବି ଫସଲ ଓ ପନିପରିବା ସବୁ ଖିନଭିନ୍ ହୋଇଯାଇଥିଲା । ବାଇଗଣ, ଟମାଟୋ, ଭେଣ୍ଡି, କଖାରୁ, ବନ୍ଧାକୋବି, ଫୁଲକୋବି, ତରଭୁଜ ଠାରୁ ନେଇ ମୁଗ, ବିରି ଇତ୍ୟାଦି ଫସଲ ସବୁକିଛି ବିଲରେ ହିଁ ଉଜୁଡି ଯାଇଥିଲା । ଧାର କରଜ କରି ବହୁ କଷ୍ଟରେ ଫସଲ ଫଳାଇଥିବା ଚାଷୀ ପୁଣି ଆରଥରକୁ କେମିତି ଫସଲ କରିବ ସେନେଇ ଚିନ୍ତାରେ ପଡିଥିବାବେଳେ ଏବେ ପୁଣି ଏକ ପଶ୍ଚିମା ଝଡ ଚାଷୀକୂଳକୁ ଡରାଇଲାଣି । ଅମଳକ୍ଷମ ଫସଲ ସବୁ ବିଲରେ ଥିବାବେଳେ ଦୁଇ ଦିନ ପରେ ପୁଣିଥରେ ବର୍ଷା ପବନ ହେବାକୁ ଥିବାରୁ ଚାଷୀମାନେ ଚିନ୍ତିତ ହୋଇପଡିଛନ୍ତି ।

ଏହାମଧ୍ୟ ପଢନ୍ତୁ: ପୁଣି ଶ୍ରୀଜୀଉଙ୍କୁ ଅପମାନ: ଧୂଳି ଧୂସର ଅବସ୍ଥାରେ ପଡ଼ିଛି ନନ୍ଦିଘୋଷ ରଥଚକ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.