ETV Bharat / state

ଏସିଆନ ଦେଶ ପାଇଁ ଓଡିଶା ବ୍ୟବସାୟିକ ଗେଟୱେ: ମୁଖ୍ୟମନ୍ତ୍ରୀ - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମେକ ଇନ ଓଡିଶା କନକ୍ଲେଭ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଏସିଆନ ରାଷ୍ଟ୍ରଦୂତ । ଏସିଆନ ଦେଶ ପାଇଁ ଓଡିଶା ବ୍ୟବସାୟିକ ଗେଟଓ୍ବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଏସିଆନ ଦେଶ ପାଇଁ ଓଡିଶା ବ୍ୟବସାୟିକ ଗେଟଓ୍ବେ: ମୁଖ୍ୟମନ୍ତ୍ରୀ

author img

By

Published : Oct 29, 2022, 6:54 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଏସିଆନ ରାଷ୍ଟ୍ରଦୂତ । ମେକ ଇନ ଓଡିଶା କନକ୍ଲେଭ ପୂର୍ବରୁ ଏସିଆନ ରାଷ୍ଟ୍ରଦୂତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗ ଆଲୋଚନା କରିଛନ୍ତି । ଏସିଆନ ଦେଶ ପାଇଁ ଓଡିଶା ବ୍ୟବସାୟିକ ଗେଟଓ୍ବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ନଭେମ୍ବର 30 ରୁ ଡିସେମ୍ବର 4 ଯାଏଁ ଭୁବନେଶ୍ବରରେ ଅନୁଷ୍ଠିତ ହେବ ମେକ ଇନ ଓଡ଼ିଶା କନକ୍ଲେଭ 2022(Make in Odisha Conclave 2022) । ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରସଂଘ ବା ଏସିଆନ ରାଷ୍ଟ୍ରସମୂହଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଭାରତରେ ଅବସ୍ଥାପିତ ଏସିଆନ ଦେଶମାନଙ୍କ ରାଷ୍ଟ୍ରଦୂତମାନଙ୍କୁ ଭେଟିଛନ୍ତି ।

ଏସିଆନ ଦେଶ ପାଇଁ ଓଡିଶା ବ୍ୟବସାୟିକ ଗେଟଓ୍ବେ: ମୁଖ୍ୟମନ୍ତ୍ରୀ
ଏସିଆନ ଦେଶ ପାଇଁ ଓଡିଶା ବ୍ୟବସାୟିକ ଗେଟଓ୍ବେ: ମୁଖ୍ୟମନ୍ତ୍ରୀ
ଏସିଆନ ଦେଶ ପାଇଁ ଓଡିଶା ବ୍ୟବସାୟିକ ଗେଟଓ୍ବେ: ମୁଖ୍ୟମନ୍ତ୍ରୀ
ଏସିଆନ ଦେଶ ପାଇଁ ଓଡିଶା ବ୍ୟବସାୟିକ ଗେଟଓ୍ବେ: ମୁଖ୍ୟମନ୍ତ୍ରୀ

ଏସିଆନ ଦେଶମାନଙ୍କ ସହ ଓଡ଼ିଶାର ବାଣିଜ୍ୟିକ ଓ ସାଂସ୍କୃତିକ ସଂପର୍କକୁ ଆହୁରି ଘନିଷ୍ଠ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ମେକ ଇନ ଓଡ଼ିଶା କନକ୍ଲେଭକୁ ଏସିଆନ ରାଷ୍ଟ୍ରଦୂତ ଓ ବାଣିଜ୍ୟିକ ପ୍ରତିନିଧିମଣ୍ଡଳଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ''ଓଡ଼ିଶାରେ ପ୍ରାକୃତିକ ସମ୍ବଳରେ ପରିପୂର୍ଣ୍ଣ । ଏଠାରେ ବୃହତ ବନ୍ଦର ରହିଛି । ଏଣୁ ଓଡ଼ିଶା ଏସିଆନ ଅଞ୍ଚଳ ପାଇଁ ଏକ ଦ୍ବାରଦେଶ ହୋଇପାରିବ । ଆମେ ଏକ ଆଧୁନିକ ଦୁନିଆକୁ ଯାତ୍ରା କରୁଛେ । ଟେକ୍ନୋଲୋଜି ମାଧ୍ୟମରେ ଅଧିକରୁ ଅଧିକ ସଂଯୁକ୍ତ ହେଉଛେ ।'' ଓଡ଼ିଶା ଓ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ବଢାଇପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶା ପୋଷଣ କରିଛନ୍ତି । ଥାଇଲାଣ୍ଡର ରାଷ୍ଟ୍ରଦୂତ ପଟାରଟ ହଙ୍ଗଟଙ୍ଗଙ୍କ ନେତୃତ୍ବରେ ଏକ ଏସିଆନ ପ୍ରତିନିଧିମଣ୍ଡଳ 3 ଦିନିଆ ଓଡ଼ିଶା ଗସ୍ତ ଶେଷ କରିଛନ୍ତି । ଆତିଥ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ପ୍ରତିନିଧି ଦଳ ଧନ୍ୟବାଦ ଜଣାଇଛନ୍ତି ।

ଗତ ଅଗଷ୍ଟରେ ଦିଲ୍ଲୀରେ ଆୟୋଜିତ ମେକ ଇନ ଓଡ଼ିଶା ରୋଡ଼ ସୋ'ରେ 23 ରାଷ୍ଟ୍ରଦୂତ ଯୋଗ ଦେଇଥିଲେ । ଦକ୍ଷିଣ-ପୂର୍ବ ବା ଏସିଆନ ସମୂହର ରାଷ୍ଟ୍ରଦୂତ ଓଡ଼ିଶା ଆସିବା ଲାଗି ଇଚ୍ଛା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ ଦେଇଥିଲେ । ପୂର୍ବରୁ କଳିଙ୍ଗ ବା ଏବେର ଓଡ଼ିଶା ସହ ଦକ୍ଷିଣ-ପୂର୍ବ ରାଷ୍ଟ୍ର ସମୂହ ସହ ଥିବା ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ମଜବୁତ ହେବ । ଏସିଆନ ସମୂହର ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ, ଲାଓସ୍‌, ମିଆଁମାର, ବ୍ରୁନାଇ ପ୍ରଭୃତି ଦେଶର ରାଷ୍ଟ୍ରଦୂତ ଓଡିଶା ଆସିଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, 5ଟି ସଚିବ ଭି କେ ପଣ୍ଡିଆନ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.