ETV Bharat / state

ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ଖାଇଲେ ହେତୁବାଦୀ

author img

By

Published : Oct 25, 2022, 8:09 PM IST

Updated : Oct 25, 2022, 8:36 PM IST

ପାକ ତ୍ୟାଗ ସମୟରେ ଚିକେନ ବିରିୟାନୀ ଖାଇଲେ ହେତୁବାଦୀ, ସୂର୍ଯ୍ୟପରାଗ ସମୟରେ ଖାଦ୍ୟ ନଖାଇବା ନିୟମକୁ ଅନ୍ଧବିଶ୍ବାସ କହିଲା ଓଡିଶା ହେତୁବାଦୀ ସମାଜ । ଅଧିକ ପଢନ୍ତୁ

ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ଖାଇଲେ ହେତୁବାଦୀ
ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ଖାଇଲେ ହେତୁବାଦୀ

ଭୁବନେଶ୍ବର: ଆଜି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ(Solar eclipse) । ଚଳିତ ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଛି । ଏଥିପାଇଁ ଭୋର ୪ଟା ୫୭ରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଥିଲା । ଏହି ସମୟରେ ଖାଦ୍ୟ ଖାଇବା ଉଚିତ ନୁହଁ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଥିବା ବେଳେ ଏହାକୁ ଅନ୍ଧବିଶ୍ବାସ ମାନୁଛନ୍ତି ହେତୁବାଦୀ । ଫଳରେ ପରାଗ ସମୟରେ ଚିକେନ ବିରିୟାନୀ ଖାଇଛନ୍ତି ହେତୁବାଦୀ(Odisha Hetubadi Samaj) ।

ବିରିୟାନୀ ଖାଇଲେ ହେତୁବାଦୀ

ସାଧାରଣତଃ ପରାଗ ସମୟରେ ରୋଷେଇ କରିବା ଓ ରନ୍ଧା ଖାଦ୍ୟ ଖାଇବାକୁ ବାଣ କରାଯାଇଥାଏ । କିନ୍ତୁ ଏହି ନିୟମକୁ ଅବମାନନା କରିଛି ଓଡିଶା ହେତୁବାଦୀ ସମାଜ। ପରାଗରେ ଖାଦ୍ୟ ନିଷେଧ ଏକ କୁ ସଂସ୍କାର। ଯାହା ସମ୍ବିଧାନର ଉପରେ ନୁହେଁ ତେଣୁ ଏହାକୁ ନ ମାନି ଖାଦ୍ୟ ଖାଇବା ଦରକାର ବୋଲି କହିଛନ୍ତି ହେତୁବାଦୀ । ଏନେଇ ଭୁବନେଶ୍ବରର ଏକ ସ୍ଥାନରେ ବିରିୟାନୀ ଷ୍ଟଲ ଖୋଲିବା ସହ ଲୋକଙ୍କୁ ମଧ୍ୟ ଚିକେନ ବିରିୟାନୀ ଖାଇବାକୁ ଦେଇଛନ୍ତି ।

ଏହା ମଦ୍ୟ ପଢନ୍ତୁ-ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ, କଣ ରହିଛି ବୈଜ୍ଞାନିକ ତତ୍ତ୍ୱ ?

''ସେମାନଙ୍କ କହିବା କଥା ହେଉଛି ସୂର୍ଯ୍ୟ ପରାଗ ସମସୟରେ ଖାଦ୍ୟ ନଖାଇବା ଏକ ଅନ୍ଧ ବିଶ୍ୱାସ । ଏହାକୁ ବଦଳାଇବା ଦରକାର । କାରଣ ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କ ଚଳନ ମହାଜାଗତିକର ଏକ ପ୍ରକ୍ରିୟା । ଏହା ଦ୍ୱାରା କୌଣସି କୁ ପ୍ରଭାବ ସମାଜରେ ଉପରେ ପଡ଼େନି । ଆମେ ଭଗବାନଙ୍କୁ ମାନୁ ନାହୁଁ କି ଧର୍ମ ନାରେ ଲୋକଙ୍କ ତଣ୍ଟି ଚିପୁ ନାହୁଁ । କିନ୍ତୁ ସମୟ ଆସିଛି ପରିବର୍ତ୍ତନର । ସଚେତନ ହୁଅନ୍ତୁ ଆଉ ଧର୍ମ ବା ପରମ୍ପରା ନାରେ ହେଉଥିବା କୁ ସଂସ୍କାରକୁ ବଦଳାନ୍ତୁ, ଏହାକୁ ପରିବର୍ତ୍ତନ କରିବା ପାଇଁ ଚିକେନ ବିରିୟାନୀ ଲୋକଙ୍କୁ ଦିଆଯାଉଥିବା ପ୍ରତିକ୍ରିୟା ରଖିଛନ୍ତି ହେତୁବାଦୀ ସମାଜର ସଦସ୍ୟ ।''

ଭୁବନେଶ୍ବର, ଇଟିଭି ଭାରତ

Last Updated : Oct 25, 2022, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.