ETV Bharat / state

ଚିନ୍ତା ବଢାଇଲା H3N2 ଭୂତାଣୁ, ଚିଠି ଲେଖି ସତର୍କ କଲା ସ୍ବାସ୍ଥ୍ୟ ବିଭାଗ

author img

By

Published : Mar 13, 2023, 8:40 AM IST

ରାଜ୍ୟରେ ବଢୁଛି ଏଚ3ଏନ2 ସଂକ୍ରମଣ । ଏହାକୁ ନେଇ ତତ୍ପରତା ପ୍ରକାଶ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏନେଇ ବିଭାଗ ପକ୍ଷରୁ ବିଭିନ୍ନ ମେଡିକାଲ କଲେଜ ଏବଂ ମୁଖ୍ୟ ଚିକିତ୍ସାଳୟକୁ ଚିଠି ଲେଖି ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

H3N2
H3N2

ଭୁବନେଶ୍ବର: କୋରୋନା ପରେ ଡରାଉଛି ଏଚ3ଏନ2 ଭୂତାଣୁ । ଏହି ଭାଇରସ ଯୋଗୁଁ ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ସଂକ୍ରମଣ । ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିପାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 59 ଏଚ3ଏନ2 ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ତପ୍ତର ହୋଇଉଠିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏନେଇ ସ୍ବାସ୍ଥ୍ୟ ବିଭାଗ ଚିଠି ଲେଖି ବିଭିନ୍ନ ମେଡିକାଲ କଲେଜ ଏବଂ ମୁଖ୍ୟ ଚିକିତ୍ସାଳୟକୁ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି ।

ସମସ୍ତ ମେଡିକାଲ କଲେଜର ଅଧିକ୍ଷକ, କ୍ୟାପିଟାଲ୍ ହସପିଟାଲର ନିର୍ଦ୍ଦେଶକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚିଠିରେ କୁହାଯାଇଛି ଯେ, ଜ୍ବର ଥଣ୍ଡା ଜନିତ ଭଳି ରୋଗୀଙ୍କ ସଂପର୍କରେ ପ୍ରାଥମିକ ସ୍ତରରେ ତଥ୍ୟ ସଂଗ୍ରହ କରାଯିବ । ସର୍ଭେଲାନ୍ସ ବଢାଇବାକୁ ଗୁରୁତ୍ବ ଦିଆଯାଉ । ଆବଶ୍ୟକ ପଡ଼ିଲେ ରୋଗୀଙ୍କ ନମୁନା କୋଭିଡ ପରୀକ୍ଷା ପାଇଁ ଆରଏମଆରସିକୁ ପଠାଯାଉ ।

କୋରୋନା ନିୟମ ପାଳିବାକୁ ଗୁରୁତ୍ବ: ରାଜ୍ୟରେ ସଂକ୍ରମଣ ବଢିବା ପରେ କୋରୋନା ମାମଲା ବୃଦ୍ଧି ଉପରେ ନଜର ରଖିବା ସହ ଟେଷ୍ଟ, ଟ୍ରାକ୍, ଚିକିତ୍ସା, ଟୀକାକରଣ ଓ କୋରୋନା ନିୟମ ପାଳନ ଉପରେ ଗୁରୁତ୍ବ ଦିଆଯାଇଛି । ହାତ ଧୋଇବା ଓ କୋରୋନା ନିୟମ ପାଳନ ପାଇଁ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି । ଔଷଧ, ଅକ୍ସିଜେନ୍ ଓ ଅନ୍ୟ ଆବଶ୍ୟକ ସାମଗ୍ରୀର ଷ୍ଟକ୍ ଉପରେ ନିରନ୍ତର ନଜର ରଖିବା ସହ ଆଇସିୟୁ ପ୍ରସ୍ତୁତ ରଖାଯାଉ ବୋଲି ସମସ୍ତ ମେଡିକାଲ କଲେଜ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଏହି ସବୁ ରହିଛି ଲକ୍ଷଣ: H3N2 ଇନଫ୍ଲୁଏଞ୍ଜାର ଲକ୍ଷଣ ବିଶେଷ ଭାବରେ ଜ୍ବର କାଶ ଛିଙ୍କ ଏବଂ ଥଣ୍ଡା ଓ ବାହାରୁଥିବା ସୂକ୍ଷ୍ମ ଜଳକଣିକା ଦ୍ଵାରା ବାୟୁ ମାଧ୍ୟମରେ ବ୍ୟାପେ । ରୋଗୀର ଲାଳ, ସିଙ୍ଘାଣି ଛେପ ଖଙ୍କାର ଆଦି ସଂସ୍ପର୍ଶରେ ଆସିଲେ ଏହା ସଂକ୍ରମିତ ହୁଏ । ଏହାର ଲକ୍ଷଣ ବିଶେଷ ଭାବରେ ଜ୍ଵର କାଶ ଅଣନିଶ୍ଵାସ ଲାଗିବ ଓ ପେଲି ହେବା ଏହାର ଲକ୍ଷଣ । କିଛି କ୍ଷେତ୍ରରେ ମଧ୍ୟ ନିମୋନିଆ ହୋଇପାରେ । କୋଭିଡ ପାଇଁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିବା ବ୍ୟକ୍ତି ଏଥିରେ ସହଜରେ ଆକ୍ରାନ୍ତ ହେବା ସମ୍ଭାବନା ଅଛି ।

କୋରୋନା ମହାମାରୀ ପରେ ଏବେ ସାରା ଦେଶରେ କାୟା ବିସ୍ତାର କରୁଛି H3N2 ଭାଇରସ । ବର୍ତ୍ତମାନ ସମୟରେ H3N2 ଭାଇରସ ସଂକ୍ରମଣରେ ଭାରତରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସେଥିରୁ ଜଣେ ହରିୟାଣା ହୋଇଥିବା ବେଳେ ଅନ୍ୟଜଣେ କର୍ଣ୍ଣାଟକର । ରାଜ୍ୟରେ ରୋଗୀଙ୍କ ସଂଖ୍ୟା ବଢୁ ଥିବାରୁ ତତ୍ପରତା ପ୍ରକାଶ କରିଛି ସ୍ବାସ୍ଥ୍ୟ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.