ETV Bharat / state

Free Books to Students: ଉପକୃତ ହେବେ ୫ଲକ୍ଷ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତ ମହଲରେ ସ୍ଵାଗତ

author img

By

Published : Aug 10, 2023, 7:16 PM IST

ଆସନ୍ତା ଶିକ୍ଷାବର୍ଷରୁ 5T ଉପକ୍ରମରେ ଘରୋଇ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ବହି । ସ୍ବାଗତ କଲା ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ

Etv Bharat
Etv Bharat
ଅଭିଭାବକ ଓ ଶିକ୍ଷାବିତ ମହଲରେ ସ୍ଵାଗତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ 5T ଉପକ୍ରମରେ ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ । ଏହା ଅଭିଭାବକ ଓ ଶିକ୍ଷାବିତ ମହଲରେ ସ୍ଵାଗତ କରାଯାଇଛି । ଏହାଦ୍ବାରା ମଧ୍ୟ ପିଲାଙ୍କର ବଗି ବସ୍ତାନିର ଓଜନ କମିବ । ଏଥିରେ ଗରିବ ଶ୍ରେଣୀର ପିଲାଙ୍କ ସମେତ ମୋଟ ୫ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶକୁ ସ୍ବାଗତ କରିଛି ଓଡ଼ିଶା ଅଭିଭାବକ ମହାସଂଘ । 5T ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି । ଏହାଦ୍ବାରା ସରସ୍ବତୀ ଶିଶୁ ମନ୍ଦିର, ବିବେକାନନ୍ଦ, ଆରବିନ୍ଦ ପରି ସବୁ ସ୍କୁଲ ଉପକୃତ ହେବେ । ପ୍ରାୟ ୫ ଲକ୍ଷରୁ ଅଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ଏହାଦ୍ବାରା ଉପକୃତ ହେବେ। ଏହା ସହ ବିଶେଷ ଭାବରେ ଗରିବ ଶ୍ରେଣୀର ପିଲାମାନେ ଅଧିକ ଉପକୃତ ହେବେ । ଅନ୍ୟପଟେ ପିଲାମାନଙ୍କର ବ୍ୟାଗ ଓଜନ ମଧ୍ୟ କମିବ। ପୁସ୍ତକ ପାଇଁ ଅଭିଭାବକମାନେ ଯେଉଁ ଅର୍ଥ ଖର୍ଚ୍ଚ କରୁଥିଲେ ଆଉ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ।

ଏହା ବି ପଢନ୍ତୁ- ଆସନ୍ତା ଶିକ୍ଷାବର୍ଷରୁ ଓଡିଆ ମାଧ୍ୟମ ବିଦ୍ୟାଳୟରେ ମିଳିବ ମାଗଣା ପାଠ୍ୟପୁସ୍ତକ

ଏପଟେ ଶିକ୍ଷାବିତ ଜଳିଲ୍ ଖାଁ କହିଛନ୍ତି, "ଏହାଦ୍ବାରା ଯେଉଁ ଶ୍ରମିକ ବା ଗରିବ ଶ୍ରେଣୀର ପିଲାମାନେ ଅନେକ ସମୟରେ ବହି କିଣିବାକୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବର୍ତ୍ତମାନ ତାହା ସହଜ ହୋଇପାରିବ ।" ସୂଚନା ଥାଉ କି ଆଗାମୀ ୨୦୨୪ ଓ ୨୫ ଶିକ୍ଷାବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ପାଠ୍ୟପୁସ୍ତକ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ । ଏହାଦ୍ବାରା ରାଜ୍ୟରେ ଥିବା ୩୬୨୦ଟି ଘରୋଇ ତଥା ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ୫ ଲକ୍ଷରୁ ଅଧିକ ପିଲାମାନେ ଏହାର ସୁବିଧା ଓ ସୁଯୋଗ ପାଇପାରିବେ । ଏନେଇ ରାଜ୍ୟ ସରକାର ମାତ୍ର ୯ କୋଟି ୪୩ ଲକ୍ଷ ଟଙ୍କା ବାର୍ଷିକ ଖର୍ଚ୍ଚ କରିବେ ।

ପୂର୍ବରୁ ବାରମ୍ବାର ଅଭିଯୋଗ ପରେ ଆଜି ଫଳ ପ୍ରକାଶ ପାଇଛି । ସମସ୍ତ ଘରୋଇ ବିଦ୍ୟାଳୟରେ ମାଗଣାରେ ବହି ବଣ୍ଟନକୁ ସ୍ଵାଗତ କରିଛି ଅଭିଭାବକ ମହାସଂଘ । ଘରୋଇ ସ୍କୁଲରେ ବାହାର ପାଠ୍ୟ ପୁସ୍ତକ ପଢ଼ାଉଥିଲେ ତାହା ଆଉ କରାଯିବ ନାହିଁ । ଏହାସହ ପିଲାଙ୍କର ବ୍ୟାଗ୍‌ ଓଜନ କମିବ । ଗୋଟିଏ କରିକୁଲମର ପାଠପଢ଼ା ଯିବ, ଅନେକ ବହି ମିଳୁନଥିବା ଅଭିଯୋଗ ହେଉଥିଲା ତାହା ବର୍ତ୍ତମାନ ଆଉ ଛାତ୍ରଛାତ୍ରୀ ଅସୁବିଧାରେ ପଡ଼ିବେ ନାହିଁ । ଘରୋଇ ସ୍କୁଲରେ ବହି ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିଲେ ଅଭିଭାବକ ତାହା ବହୁ ମାତ୍ରାରେ କମିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.