ETV Bharat / state

ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ୮ ନୂଆ ପ୍ରକଳ୍ପକୁ ମଞ୍ଜୁରୀ, ସୃଷ୍ଟି ହେବ ବିପୁଳ ନିଯୁକ୍ତି ସମ୍ଭାବନା

author img

By ETV Bharat Odisha Team

Published : Nov 17, 2023, 10:58 PM IST

Odisha Govt's Single Window Clearance Authority approved 8 New Industrial Projects: ଇସ୍ପାତ କ୍ଷେତ୍ର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏବଂ କୃଷି ଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ରାଜ୍ୟର ୬ଟି ଜିଲ୍ଲାରେ ନୂଆ ପ୍ରକଳ୍ପ ଗୁଡିକୁ ମିଳିଛି ଅନୁମୋଦନ । ଏଥିରେ ୧୩୯୭.୧୮ କୋଟି ଟଙ୍କା ନିବେଶ ହେବା ସହ ୨୮୬୦ ନିଯୁକ୍ତି ସୃଷ୍ଟି ହେବ । ଅଧିକ ପଢନ୍ତୁୁ ।

ରାଜ୍ୟରେ ଦ୍ରୁତ ଶିଳ୍ପାୟନ ପାଇଁ ୮ ନୂଆ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ବିପୁଳ ନିଯୁକ୍ତିର ସମ୍ଭାବନା

ଭୁବନେଶ୍ବର: ପୁଣି ରାଜ୍ୟରେ ଦ୍ରୁତ ହେବ ଶିଳ୍ପାୟନର ବିକାଶ ରଥ । ଇସ୍ପାତ କ୍ଷେତ୍ର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ଏବଂ କୃଷି ଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ ପ୍ରସ୍ତୁତ ହୋଇଛି ନୂଆ ବ୍ଲୁ ପ୍ରିଣ୍ଟ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ଶିଳ୍ପ ବିକାଶ ପାଇଁ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ରାଜ୍ୟର ୬ଟି ଜିଲ୍ଲାରେ ନୂଆ ପ୍ରକଳ୍ପ ଗୁଡିକୁ ମିଳିଛି ଅନୁମୋଦନ । ଏହି ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ଶାସନ ସଚିବ ଡି.କେ ସିଂ, ଶିଳ୍ପ ସଚିବ ହେମନ୍ତ ଶର୍ମା, କୃଷି ସଚିବ ଅରବିନ୍ଦ ପାଢ଼ୀ, ଆଇଟି ମନୋଜ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ଲାଷ୍ଟିକ କ୍ଷେତ୍ରରେ, ସିଣ୍ଟେକ୍ସ ବିଏପିଏଲ ଲିମିଟେଡ ସିପିଭିସି, ୟୁପିଭିସି, ଏସଡବ୍ଲ୍ୟୁଆର,ଏଗ୍ରି ପାଇପ, ପିଭିସି ଫିଟିଂ ଏବଂ ପ୍ଲାଷ୍ଟିକ ଟାଙ୍କିର ବାର୍ଷିକ କ୍ଷମତା ୩୭,୫୨୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଉତ୍ପାଦନ ୟୁନିଟ ପ୍ରତିଷ୍ଠା ନିମନ୍ତେ ୪୭୯.୪୭ କୋଟି ଟଙ୍କା ବିନିଯୋଗ କରିବାକୁ ଯୋଜନା ହୋଇଛି । ଫଳରେ ସମ୍ବଲପୁରରେ ୧୦୦୦ ଜଣଙ୍କୁ ନିଯୁକ୍ତି ମିଳିବ । ଏଥିସହ ପିଭିସି ଓ ସିପିଭିସି ପାଇପ ଉତ୍ପାଦନ ୟୁନିଟ ସ୍ଥାପନ ପାଇଁ ୨୫୦ କୋଟି ବିନିଯୋଗ କରିବାକୁ ଯୋଜନା କରିଛି ଏଚଆଇଏଲ ଇଣ୍ଡିଆ । ଏହା ଦ୍ବାରା ୨୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁବିଧା ସୃଷ୍ଟି ହେବ ।

ଏହାକୁ ମଧ୍ୟ ପଢନ୍ତୁ ... Odisha Govt-TBI MoU; ଫୋକସରେ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧି

ସେହିପରି ମେଗା ଫ୍ଲେକ୍ସ ପ୍ଲାଷ୍ଟିକ ଲିମିଟେଡ, ପ୍ଲାଷ୍ଟିକ କଣ୍ଟେନର, ଲେନୋ ବ୍ୟାଗ, ପିପି ୱେନ ବ୍ୟାଗ, ପିପି ୱେନ ଫେବ୍ରିକ୍ସ ଆଣ୍ଡ କୋରଗେଟେଡ ବକ୍ସ ପାଇଁ ୬୨.୩୮ କୋଟି ଟଙ୍କା ବିନିଯୋଗରେ ବାର୍ଷିକ କ୍ଷମତା ୯୬୦୦ ମେଟ୍ରିକ ଟନ ବିଶିଷ୍ଟ ଏହାର ଉତ୍ପାଦନ ୟୁନିଟ ଖୋର୍ଦ୍ଧାରେ ରହିଛି । ଏହି ଉଦ୍ୟୋଗ କେବଳ ୩୮୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଏ କ୍ଷେତ୍ରରେ ପ୍ରଥମ ଉତ୍ପାଦନ କେନ୍ଦ୍ର ଭାବରେ ମଧ୍ୟ କାର୍ଯ୍ୟ କରିବ । ସାନ୍ଧୁ ଟ୍ୟୁବ ପ୍ରାଇଭେଟ ଲିମିଟେଡ ଓ କେଏଆଇ ଷ୍ଟିଲ ପ୍ରାଇଭେଟ ଲିମିଟେଡ ଭଳି କମ୍ପାନୀ ଯାଜପୁର ଓ ସୁନ୍ଦରଗଡ଼ ଭଳି ଅଞ୍ଚଳରେ ପ୍ରାୟ ୧୮୮.୯୮ କୋଟି ଟଙ୍କା ନିବେଶ କରିଛନ୍ତି । ଡାଉନ ଷ୍ଟ୍ରିମ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ରାଜ୍ୟର ୪୦୩ରୁ ଅଧିକ ଲୋକଙ୍କ ପାଇଁ ରୋଜଗାର ସୃଷ୍ଟି କରିବ । ବିଶେଷ କରି ସମ୍ବଲପୁରରେ ଏକ ହ୍ବାଇଟ ଫ୍ୟୁଜ ଆଲୁମିନା ଉତ୍ପାଦନ ୟୁନିଟ ପ୍ରତିଷ୍ଠା ପାଇଁ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ଆଲୁମିନିୟମ କ୍ଷେତ୍ରରେ ୨୪୧.୦୫ କୋଟି ଟଙ୍କା ନିବେଶ କରିବ । ଏହି ଗୁରୁତ୍ବପୂର୍ଣ୍ଣ ନିବେଶ ୨୧୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

ଆଇଟି ଶିଳ୍ପରେ ଅନୁଜ ଅଟୋଗ୍ରାଫ ବିଜନେସ ପାର୍କ ଖୋର୍ଦ୍ଧାରେ ୧୦୫.୩ କୋଟି ଟଙ୍କା ନିବେଶ କରିବ । ଏହା ସହ ୩୦୦ ନିଯୁକ୍ତି ସମ୍ଭାବନା ସହିତ ଏକ ଆଇଟି ପାର୍କ ସ୍ଥାପନ କରାଯିବ । କୃଷି ଶିଳ୍ପ କ୍ଷେତ୍ରରେ ଜିଜିଏଲ ଚାଲେଟ ପ୍ରାଇଭେଟ ଲିମିଟେଡ କୋରାପୁଟରେ ଭେନିର (ବାର୍ଷିକ ୨,୫୦,୦୦,୦୦୦ ଏସ୍ କ୍ୟୁଏମ), ପ୍ଲାଇ ବୋର୍ଡ ଏବଂ ପାର୍ଟିକଲ୍ ବୋର୍ଡ (ବାର୍ଷିକ ୫,୦୦,୦୦୦ ଏସ୍ କ୍ୟୁଏମ) ଏବଂ ବାୟୋମାସ ପେଲେଟ (୧୦,୦୦,୦୦୦ ଏମଟିପିଏ) ଉତ୍ପାଦନ ୟୁନିଟରେ ୭୦ କୋଟି ନିବେଶ କରିବ । ପ୍ଲାଷ୍ଟିକ ଠାରୁ ଆରମ୍ଭ କରି କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ରହିଥିବା ଏହି ପ୍ରକଳ୍ପ ଗୁଡ଼ିକ ଓଡ଼ିଶାର ବହୁମୁଖୀ ଅଭିବୃଦ୍ଧି ରଣନୀତି ଏବଂ ଶିଳ୍ପ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏବଂ ପଦକ୍ଷେପକୁ ପ୍ରତିଫଳିତ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.