ETV Bharat / state

Odisha Govt Use BJD Party Symbol: ECIଙ୍କ ଦ୍ବାରସ୍ଥ ହେଲେ ବିଜେପି, ସୁପ୍ରିମକୋର୍ଟ ଯିବାକୁ ମଧ୍ୟ ଚେତାବନୀ

author img

By ETV Bharat Odisha Team

Published : Nov 11, 2023, 10:16 PM IST

ଏନେଇ ବିଜେପି ସାଧାରଣ ସମ୍ପାଦକ କହିଛନ୍ତି ‘‘ଅକ୍ଟୋବର ୧୦ ତାରିଖରୁ ଦଳୀୟ ଚିହ୍ନ ଶଙ୍ଖକୁ ସରକାରୀ ଯୋଜନା ପ୍ରଚାର ପାଇଁ ବ୍ୟବହାର କରୁଛି ବିଜେଡ଼ି ସରକାର । ଏହାଦ୍ବାରା ରାଜ୍ୟ ସରକାର ଆଇନ ଉଲ୍ଲଘଂନ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଦଳୀୟ ଚିହ୍ନ ବ୍ୟବହାର କରି ଦଳୀୟ ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏନେଇ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି ଜଣାଇଛି ବିଜେପି । ଅଧିକ ପଢନ୍ତୁ

Odisha Govt Use BJD Party Symbol: ECIଙ୍କ ଦ୍ବାରସ୍ଥ ହେଲେ ବିଜେପି, ସୁପ୍ରିମକୋର୍ଟ ଯିବାକୁ ମଧ୍ୟ ଚେତାବନୀ
Odisha Govt Use BJD Party Symbol: ECIଙ୍କ ଦ୍ବାରସ୍ଥ ହେଲେ ବିଜେପି, ସୁପ୍ରିମକୋର୍ଟ ଯିବାକୁ ମଧ୍ୟ ଚେତାବନୀ
ECIଙ୍କ ଦ୍ବାରସ୍ଥ ହେଲେ ବିଜେପି, ସୁପ୍ରିମକୋର୍ଟ ଯିବାକୁ ମଧ୍ୟ ଚେତାବନୀ

ଭୁବନେଶ୍ବର: ସରକାରୀ ଯୋଜନାରେ ବିଜେଡ଼ି ଦଳୀୟ ଚିହ୍ନ ବ୍ୟବହାର କରାଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଗତକାଲି ଏନେଇ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି ଅବଗତ କରିଛି ଦଳ । ରାଜ୍ୟ ଆଜି ବିଜେପି ସାଧାରଣ ସମ୍ପାଦକ ଯତୀନ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିବା ସହିତ ବିଜେଡିକୁ କଡା ସମାଲୋଚନା କରିଛନ୍ତି ।

ଏନେଇ ବିଜେପି ସାଧାରଣ ସମ୍ପାଦକ କହିଛନ୍ତି ‘‘ଅକ୍ଟୋବର ୧୦ ତାରିଖରୁ ଦଳୀୟ ଚିହ୍ନ ଶଙ୍ଖକୁ ସରକାରୀ ଯୋଜନା ପ୍ରଚାର ପାଇଁ ବ୍ୟବହାର କରୁଛି ବିଜେଡ଼ି ସରକାର । ଏହାଦ୍ବାରା ରାଜ୍ୟ ସରକାର ଆଇନ ଉଲ୍ଲଘଂନ କରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଦଳୀୟ ଚିହ୍ନ ବ୍ୟବହାର କରି ଦଳୀୟ ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏନେଇ ଜାତୀୟ ନିର୍ବାଚନ କମିଶନଙ୍କୁ ଭେଟି ଜଣାଇଛି ବିଜେପି । ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରିଛି ବିଜେଡ଼ି । ତେଣୁ ଯଥାଶୀଘ୍ର ନିର୍ବାଚନ କମିଶନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛି ବିଜେପି । ଶଙ୍ଖ ଚିହ୍ନ ବ୍ୟବହାର କରି ଯେଉଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି ତାକୁ ବିଜେଡିର ପାର୍ଟି ଫଣ୍ଡରୁ ରିକଭର କରାଯାଉ ବୋଲି ଦାବି କରିଛି ବିଜେପି ।

ଅଧିକ ପଢନ୍ତୁ- BJP Press Meet: ‘ମୁଖିଆ ଧୃତରାଷ୍ଟ୍ର ପାଲଟି ଯାଇଥିବାରୁ ଅରାଜକତା ବଢିଛି’

ଏହା ସହିତ ଶଙ୍ଖ ଚିହ୍ନ ଉପରେ ବ୍ୟାନ ଲଗାଯାଉ ବୋଲି ନିର୍ବାଚନ କମିଶନଙ୍କ ପାଖରେ ଦାବି ଜଣାଇଛି ବିଜେପି । ଆଗାମୀ ଦିନରେ ମୁଖ୍ୟ ନିର୍ବାଚନ କମିଶନଙ୍କ ଉତ୍ତରକୁ ଅପେକ୍ଷା କରିଛି ବିଜେପି । ଏହାପରେ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ଚେତାବନୀ ଦେଇଛି । କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ସରକାରୀ ଯୋଜନାରେ ଶଙ୍ଖ ଚିହ୍ନ ବ୍ୟବହାର କରୁଛି ବିଜେଡ଼ି ସରକାର । ଯେଉଁ ଦଳର ମୁଖିଆ ଓଡ଼ିଆ ଜାଣନ୍ତି ନାହିଁ । ଓଡ଼ିଆ ପରମ୍ପରା ପ୍ରତି ସମ୍ମାନ କି ଦରଦ ନାହିଁ । ଓଡ଼ିଆ ପରମ୍ପରାକୁ ଚିହ୍ନନ୍ତି ନାହିଁ ଆଜି ସେହି ପରମ୍ପରାର ଦ୍ବାହି ଦେବା ହାସ୍ୟାସ୍ପଦ କଥା ବୋଲି କହିଲା ବିଜେପି ।

ସୁପ୍ରିମକୋର୍ଟ ନିୟମ ଅନୁସାରେ ମଡେଲ କୋଡ଼ ଅଫ କଣ୍ଡକ୍ଟ କେବଳ ନିର୍ବାଚନ ସମୟରେ ନୁହଁ ଅନ୍ୟ ସମୟରେ ମଧ୍ୟ ବ୍ୟବହାର କରାଯାଇ ପାରିବ । ଯଦି ଦଳର ଚିହ୍ନକୁ କୌଣସି ଉପାୟରେ ଅପବ୍ୟବହାର କରାଯାଏ କିମ୍ବା ସରକାରୀ କାର୍ଯ୍ୟକ୍ରମରେ ପ୍ରଚାର କଲେ ତା ଉପରେ ରୋକ ଲଗାଯାଇ ପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.