ETV Bharat / state

ରାଜ୍ୟରେ ମାଗଣାରେ ମିଳିବ UPSC କୋଚିଂ, ପଞ୍ଜିକରଣ ଆରମ୍ଭ

author img

By

Published : Feb 21, 2023, 10:05 AM IST

ରାଜ୍ୟରେ ମାଗଣା UPSC କୋଚିଂ ପାଇଁ ପ୍ରବେଶିକା ପରୀକ୍ଷା ଦେବେ ଆଶାୟୀ । ଆରମ୍ଭ ହେଲା ପଞ୍ଜିକରଣ । ଅଧିକ ପଢନ୍ତୁ

free civil services coaching registration started

ମାଗଣାରେ UPSC କୋଚିଂ ପାଇଁ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ବର: ରାଜ୍ୟରେ ମାଗଣାରେ ମିଳିବ ଉତ୍କର୍ଷ UPSC କୋଚିଂ । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁଣିଥରେ UPSC କୋଚିଂ ଦିଆଯିବ । ଏନେଇ ଆସନ୍ତା ମାର୍ଚ୍ଚ 26ରେ ଅନୁଷ୍ଠିତ ହେବାକୁ ଯାଉଛି ପ୍ରବେଶିକା ପରୀକ୍ଷା । ଏହି ପରୀକ୍ଷା ମାଧ୍ୟମରେ ମୋଟ 200 ଜଣଙ୍କୁ ଚୟନ କରାଯାଇ ମାଗଣା କୋଚିଂ ପ୍ରଦାନ କରାଯିବ । ପ୍ରବେଶିକା ପରୀକ୍ଷା ଆବେଦନ ପାଇଁ 100 ଟଙ୍କା ଫିସ୍ ରହିଥିବା ବେଳେ ପଞ୍ଜିକରଣ ଆରମ୍ଭ ହୋଇଛି । ମାର୍ଚ୍ଚ 4 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ଆଶାୟୀ । ଆବେଦନ ପରେ ମାର୍ଚ୍ଚ 16 ତାରିଖରୁ ଆଡମିଟ କାର୍ଡ ଉପଲବ୍ଧ ହେବ । ଏହାପରେ ମାର୍ଚ୍ଚ 26 ତାରିଖରେ ପ୍ରବେଶିକା ପରୀକ୍ଷା ଦେବେ ଆବେଦନ କରିଥିବା ଛାତ୍ରଛାତ୍ରୀ ।

ନିର୍ଦ୍ଦେଶ ଅନୁଯାୟୀ, ପ୍ରବେଶିକା ପରୀକ୍ଷା ଅଫଲାଇନ୍ ମୋଡରେ ପରିଚାଳିତ ହେବ । ଏଥିରେ ସାଧାରଣ ଅଧ୍ୟୟନ ଏବଂ ଦକ୍ଷତା ଉପରେ ଆଧାର କରି ଦୁଇଟି ବିଭାଗ ସହିତ ଗୋଟିଏ ପେପର ରହିବ । ମୋଟ 200 ମାର୍କର ପରୀକ୍ଷା ହେବାକୁ ଥିବାବେଳେ ସମସ୍ତ ପ୍ରଶ୍ନ ଅବଜେକ୍ଟିଭ ରହିବ ।

ଚୟନ ବୋର୍ଡ ଏହା ସ୍ପଷ୍ଟ କରିଛି ଯେ, ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ପଏଣ୍ଟ 5 ନେଗେଟିଭ ମାର୍କିଂ କରାଯିବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ପାଇଁ ସର୍ବନିମ୍ନ ମାର୍କ 33 ପ୍ରତିଶତ ସ୍ଥିର କରାଯାଇଛି । ଏହି ପରୀକ୍ଷାରେ ଯେଉଁମାନେ ମନୋନୀତ ହେବେ ସେମାନଙ୍କୁ ସହରରେ ମାଗଣା କୋଚିଂ, ଖାଦ୍ୟ ଏବଂ ଆବାସ ଯୋଗାଇ ଦିଆଯିବ । ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ମାଗଣା କୋଚିଂ ନେବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ବୟସ 21 ରୁ 30 ବର୍ଷ ରହିବା ଆବଶ୍ୟକ । ଜଣେ ପରୀକ୍ଷାର୍ଥୀ ବିଶେଷକରି ସ୍ନାତକ ଡିଗ୍ରୀ କରିଥିବା ଆବଶ୍ୟକ । ଏସସି ଓ ଏସଟି ଆଶାୟୀଙ୍କ ପାଇଁ ବୟସ ସୀମା ପାଞ୍ଚ ବର୍ଷ ଏବଂ ଓବିସି ଆଶାୟୀଙ୍କ ପାଇଁ ତିନି ବର୍ଷ କୋହଳ କରାଯାଇଛି ।

ସୂଚନା ଅନୁଯାୟୀ, ପ୍ରତିବର୍ଷ ପାଖାପାଖି 5 ରୁ 6 ଲକ୍ଷ ପିଲା ଉଚ୍ଚଶିକ୍ଷା ଅଧ୍ୟୟନ କରୁଛନ୍ତି । ହେଲେ ରାଜ୍ୟରୁ ବହୁତ କମ୍ ପିଲା ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହେଉଛନ୍ତି । 2017ରେ 13 ଜଣ ଓଡ଼ିଆ ଛାତ୍ରଛାତ୍ରୀ ସିଭିଲ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବାବେଳେ 2018ରେ 15 ଜଣ, 2019ରେ 21 ଜଣ, 2020ରେ 11 ଜଣ ଓ 2021 ରେ ମାତ୍ର 14 ଜଣ ସଫଳ ହୋଇଛନ୍ତି । ଓଡ଼ିଆ ପିଲା ଆଇଏଏସ ଓ ଆଇପିଏସ ଅଫିସର ହେବେ ବୋଲି ରାଜ୍ୟ ସରକାର 2016-17 ରେ ଆରମ୍ଭ କରିଥିଲେ ବିଶ୍ବ ବିଦ୍ୟାଳୟରେ କୋଚିଂ ବ୍ୟବସ୍ଥା । ଏପରିକି 2019- 20 ମସିହାରେ 99 ଜଣ ପିଲାଙ୍କୁ କୋଚିଂ ଦେବାକୁ ମନୋନୀତ କରିଥିଲା ଉଚ୍ଚଶିକ୍ଷା ବିଭାଗ । ସେଥିରୁ ମାତ୍ର ଜଣେ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.