ETV Bharat / state

ଓଡିଶା ଓ ଭିଏତନାମର ଭିନ ଲଙ୍ଗ ରାଜ୍ୟ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ

ଓଡ଼ିଶା ସାରା ଦେଶରେ ଦ୍ବିତୀୟ ବୃହତ୍ତମ ନିବେଶ ସ୍ଥାନ ମାନ୍ୟତା ପାଇସାରିଛି । ସୁଦୃଢ଼ ପଲିଟି, ଉତ୍ତମ ପଲିସି, ଡେମୋଗ୍ରାଫି, ଜିଓଗ୍ରାଫି ଏବଂ ଅର୍ଥନୀତି ଦ୍ବାରା ଓଡ଼ିଶା ଏପରି ମାନ୍ୟତା ପାଇଛି । କୃଷି, ପର୍ଯ୍ୟଟନ, ଶିଳ୍ପ, ଏମଏସଏମଇ, ଧାତୁ ଓ ଧାତବ ଆଦି ୬ ଟି ସେକ୍ଟର ଉପରେ ଗୁରୁତ୍ବ ଦିଆଯାଉଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 16, 2023, 7:28 AM IST

ଓଡିଶା ଓ ଭିଏତନାମର ଭିନ ଲଙ୍ଗ ରାଜ୍ୟ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ
ଓଡିଶା ଓ ଭିଏତନାମର ଭିନ ଲଙ୍ଗ ରାଜ୍ୟ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ
ଓଡିଶା ଓ ଭିଏତନାମର ଭିନ ଲଙ୍ଗ ରାଜ୍ୟ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ

ଭୁବନେଶ୍ବର: ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହ ଭିଏତନାମର ଭିନ ଲଙ୍ଗ ରାଜ୍ୟ ମଧ୍ୟରେ ଚୁକ୍ତି । ଉଭୟଙ୍କ ମଧ୍ୟରେ ବ୍ୟବସାୟଭିତ୍ତିକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଇଡକୋ ସମ୍ମିଳନୀ କକ୍ଷରେ ଉଭୟ ରାଜ୍ୟର ଏମଏସଏମଇ ବା ଶିଳ୍ପ ବିଭାଗର କର୍ତ୍ତୃପକ୍ଷ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି ।

ରାଜ୍ୟ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର କହିଛନ୍ତି ଯେ, ଓଡ଼ିଶା ସାରା ଦେଶରେ ଦ୍ବିତୀୟ ବୃହତ୍ତମ ନିବେଶର ମାନ୍ୟତା ପାଇସାରିଛି । ସୁଦୃଢ଼ ପଲିଟି, ଉତ୍ତମ ପଲିସି, ଡେମୋଗ୍ରାଫି, ଜିଓଗ୍ରାଫି ଏବଂ ଅର୍ଥନୀତି ଦ୍ବାରା ଓଡ଼ିଶା ଏପରି ମାନ୍ୟତା ପାଇଛି । କୃଷି, ପର୍ଯ୍ୟଟନ, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଧାତୁ ଓ ଧାତବ ଆଦି ୬ଟି ସେକ୍ଟର ଉପରେ ଗୁରୁତ୍ବ ଦିଆଯାଉଛି । ଏମ୍‌ଏସ୍‌ଏମ୍‌ଇର ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କ ପାଇଁ ସୁସ୍ଥ ଓ ଅନୁକୂଳଧର୍ମୀ ପଲିସି ଓ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି । ଏବେ ଏମଏସଏମଇ ଅଧୀନରେ କେମିକାଲସ, ଫାର୍ମାସ୍ୟୁଟିକାଲ, ପ୍ଲାଷ୍ଟିକ, ସି-ଫୁଡ ଆଦି ବିଭାଗକୁ ଗୁରୁତ୍ବ ପ୍ରଦାନ କରାଯାଉଛି । ଭିନ ଲଙ୍ଗ ରାଜ୍ୟକୁ ରପ୍ତାନୀ ପାଇଁ ଓଡ଼ିଶା ସର୍ବଦା ପ୍ରସ୍ତୁତ ଅଛି । ଓଡ଼ିଶାର ରପ୍ତାନୀ ନୀତି ମଧ୍ୟ ଦେଶୀୟ ରାଜ୍ୟସମୂହ ଓ ବିଦେଶକୁ ଖୁବ୍ ସୁହାଇଲା ଭଳି ପ୍ରସ୍ତୁତ ହୋଇଛି ।

ଅଧିକ ପଢନ୍ତୁ- ରାଜ୍ୟ ଏମଏସଏମଇ ମେଳା ଉଦଘାଟିତ; ବିଦେଶୀ ପ୍ରତିନିଧି ହୋଇଛନ୍ତି ସାମିଲ

ଭୁବନେଶ୍ବରସ୍ଥିତ ବିଶ୍ବ ବାଣିଜ୍ୟ କେନ୍ଦ୍ର ଶାଖାର ପ୍ରତିନିଧି ରାଜେନ ପାଢ଼ୀ କହିଛନ୍ତି ଯେ, ଭିଏତନାମ ସହ ଓଡ଼ିଶାର ସଂପର୍କ ବହୁତ ପୁରୁଣା । ପୂର୍ବରୁ ଓଡ଼ିଶାରୁ ଭିଏତନାମକୁ ଲୁହା, ଇସ୍ପାତ ଓ ଧାତବ ପଦାର୍ଥ ରପ୍ତାନୀ ହେଉଥିଲା । ଏବେ ସେଠାରେ ଆମର ଖାଦ୍ୟ ଓ ସାମୁଦ୍ରିକ ଖାଦ୍ୟର ଚାହିଦା ବଢ଼ିଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଡକୋ, ଇପିକଲ ଏବଂ ବାଣିଜ୍ୟ ଓ ରପ୍ତାନୀ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଭିନ ଲଙ୍ଗର ପ୍ରତିନିଧିମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିଛନ୍ତି । ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ବିଭାଗ ନିଜର ରପ୍ତାନୀ ନୀତି, ଉତ୍ପାଦ ଓ ସମ୍ପୂର୍ଣ୍ଣ ବିଭାଗ ଉପରେ ଏକ ଭିିଡିଓ ଉପସ୍ଥାପନା କରିଛନ୍ତି । ସେମାନେ ମଧ୍ୟ ସେମାନଙ୍କର ଏକ ଭିିଡିଓ ଉପସ୍ଥାପନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.