ETV Bharat / state

ପ୍ରତିଷ୍ଠା ହେବ NMIMS ବିଶ୍ୱବିଦ୍ୟାଳୟ, ଛାତ୍ରଛାତ୍ରୀ ପାଇବେ ଗୁଣାତ୍ମକ ଶିକ୍ଷା

author img

By ETV Bharat Odisha Team

Published : Nov 28, 2023, 10:59 PM IST

Odisha Govt signs MoU for establishment of NMIMS University: ଗୁଣାତ୍ମକ ଉଚ୍ଚ ଶିକ୍ଷା ଓ ଗବେଷଣା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ଏକ ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଭିଲେ ପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ । ଅଧିକ ପଢନ୍ତୁ

ପ୍ରତିଷ୍ଠା ହେବ ଏନଏମଆଇଏମଏସ ବିଶ୍ୱବିଦ୍ୟାଳୟ, ଛାତ୍ରଛାତ୍ରୀ ପାଇବେ ଗୁଣାତ୍ମକ ଶିକ୍ଷା

ଭୁବନେଶ୍ବର : ରାଜ୍ୟରେ ପ୍ରତିଷ୍ଠା ହେବ ଏକ ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ । ଗୁଣାତ୍ମକ ଉଚ୍ଚ ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନକୁ ଦୃଷ୍ଟିରେ ରଖି ରାଜ୍ୟରେ ଏହି ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଭିଲେ ପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ ବା ଏସଭିକେଏମ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ଏସଭିକେଏମର ଅବୈତନିକ ସଚିବ ଡଃ ଜୟନ୍ତ ଗାନ୍ଧୀ ଏହି ବୁଝାମଣା ପତ୍ରରେ ସ୍ଵାକ୍ଷର କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ ଓ ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଖୋର୍ଦ୍ଧା ଇନଫୋ ଭ୍ୟାଲିରେ NMIMS ବିଶ୍ୱବିଦ୍ୟାଳୟ ନାଁ'ରେ ଏକ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଆଜି ଉଚ୍ଚଶିକ୍ଷା ବିଭାଗ ତଥା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ ହୋଇଛି । ଉଚ୍ଚଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ଓଡିଶା ପ୍ରତିବଦ୍ଧ । ଏସଭିକେଏମ ସହିତ ଯୋଡ଼ି ହୋଇ ଆମେ ଉଚ୍ଚଶିକ୍ଷାରେ ଓଡିଶାର ସ୍ଥିତିକୁ ଏକ ବିଶ୍ୱ ସ୍ତରୀୟ ଶିକ୍ଷାଗତ ହବ ପାଇଁ ଭିତ୍ତିଭୂମି ସ୍ଥାପନ କରୁଛୁ । ମିଳିତ ଭାବେ, ଆମେ କେବଳ ଏକ କ୍ୟାମ୍ପସ ପ୍ରତିଷ୍ଠା କରୁନାହୁଁ; ଆମେ ଛାତ୍ରଛାତ୍ରୀଙ୍କର ଭାଗ୍ୟ ଏବଂ ଆମ ଅଞ୍ଚଳର ସାମଗ୍ରିକ ବିକାଶରେ ସହଯୋଗ କରୁଛୁ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଡିଜିଟାଲ ହେବ ଓଡିଆ ବିଶ୍ବବିଦ୍ୟାଳୟ, ଖର୍ଚ୍ଚ ହେବ ୭ କୋଟି

ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ଅନୁଷ୍ଠାନର ସଚିବ ପ୍ରଶଂସା କରିବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି । "ଆମେ ଏକ ଅନ୍ତର୍ଜାତୀୟ ମାନର ଶିକ୍ଷା କ୍ୟାମ୍ପସ ସ୍ଥାପନ କରିବାକୁ ଯାଉଛୁ ଯାହା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି । ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ଉପାଧ୍ୟକ୍ଷ ଡଃ. ଅଶୋକ କୁମାର ଦାସ, ଅରୂପ ପଟ୍ଟନାୟକ, ଏସଭିକେଏମ ଟ୍ରଷ୍ଟର ଯୁଗ୍ମ ସମ୍ପାଦକ ଜଗଦୀଶ ବି ପାରିଖ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ଭୁବନେଶ୍ୱର ନିକଟସ୍ଥ ଜଟଣୀର ଗୌଡକାଶିପୁରରେ ୪୦ ଏକର ଜମିଲିଜ ସୂତ୍ରରେ ୩୦ ବର୍ଷ ପାଇଁ ବିନା ଦେୟରେ ପ୍ରଦାନ କରିଛନ୍ତି ଏବଂ ପୁନଃ ୩୦ ବର୍ଷ ପାଇଁ ଏହି ଅବଧି ବଢ଼ାଯିବା ନେଇ ଅନୁମୋଦନ କରାଯାଇପାରିବ । ଓଡ଼ିଶାର ମୂଳ ବାସିନ୍ଦା ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବିଶ୍ବବିଦ୍ୟାଳୟରେ ୩୦% ସିଟ୍‌ ସଂରକ୍ଷଣ ଦିଆଯିବ । କ୍ୟାମ୍ପସରେ କେଜିଠାରୁ ସ୍ନାତକୋତ୍ତର ସ୍ତର ପର୍ଯ୍ୟନ୍ତ ଶିକ୍ଷାଦାନ ଅନ୍ତର୍ଭୁକ୍ତ ହେବ । ଓଡ଼ିଶା ସରକାରଙ୍କ ସହାୟତାରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାୟକ୍ରମେ କରାଯିବ । ପ୍ରାରମ୍ଭିକ ଭାବେ ୩୦୦ କୋଟି ଟଙ୍କା ପ୍ରଥମ ୫ ବର୍ଷ ପାଇଁ ୪୦ ଏକର ଜମିର ଦେୟବାବଦରେ ବିନିଯୋଗ କରାଯିବ । ଏହି ରାଶି ଉଚ୍ଚ ଶିକ୍ଷା ବିଭାଗ ଇଡକୋକୁ ପ୍ରଦାନ କରିବେ । ଭିତ୍ତିଭୂମି ବିକାଶ, ମରାମତି, ନବୀକରଣ, ଲ୍ୟାଣ୍ଡସ୍କେପ୍‌, ଯନ୍ତ୍ରପାତି ଏବଂ ମାନବ ସମ୍ବଳଖର୍ଚ୍ଚ ଏସ.ଭି.କେ.ଏମ ବହନ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.