ETV Bharat / state

Odisha Assembly: ନିଯୁକ୍ତି ପାଇବେ 40 ହଜାର ଶିକ୍ଷକ: ଗଣଶିକ୍ଷା ମନ୍ତ୍ରୀ

author img

By

Published : Mar 1, 2023, 10:51 PM IST

ଆଜି ବିଧାନସଭା ପ୍ରଶ୍ନକାଳରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ପ୍ରଶ୍ନ କରିଥିଲେ, ‘‘ହାଇସ୍କୁଲ ଗୁଡିକରେ ଶିକ୍ଷକ ଅଭାବ ରହୁଥିବା ପରିଲିକ୍ଷିତ ହେଉଛି । ପୂର୍ଣ୍ଣ ଅନୁଦାନ ଓ ବ୍ଲକ ଗ୍ରାଣ୍ଟ ପ୍ରାପ୍ତ ହାଇସ୍କୁଲ ଗୁଡିକରେ ଶିକ୍ଷକ ନିଯୁକ୍ତି ପାଇଁ କଣ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।’’ ଅଧିକ ପଢନ୍ତୁ

ନିଯୁ୍କ୍ତି ପାଇବେ 40 ହଜାର ଶିକ୍ଷକ:ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ପ୍ରାଥମିକ ବିଦ୍ୟାଳୟ ପାଇଁ ୨୦ ହଜାର ଶିକ୍ଷକ ନିଯୁକ୍ତି ହେବେ। ହାଇସ୍କୁଲ ପାଇଁ ବି ରାଜ୍ୟ ସରକାର ୨୦ ହଜାର ନୂଆ ଶିକ୍ଷକ ନିଯୁକ୍ତି ଦେବେ। ଉଭୟ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇସାରିଛି। ଶିକ୍ଷା ବିଭାଗକୁ ନୂଆ ଶକ୍ତି ଯୋଗାଇବା ପାଇଁ ମୋଟ ୪୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ ।

ମନ୍ତ୍ରୀ କହିଛନ୍ତି, ‘‘ରାଜ୍ୟର ଶିକ୍ଷା ବ୍ୟବସ୍ଥା ସଜାଡିବା ପାଇଁ ସରକାର ବଡ ପଦକ୍ଷେପ ନେଉଛନ୍ତି । ଖୁବଶୀଘ୍ର ରାଜ୍ୟରେ 40 ହଜାର ଶିକ୍ଷକ ନିଯୁକ୍ତି ପାଇବେ । କମ୍ପ୍ୟୁଟର ବେସ ଟେଷ୍ଟ (ସିବିଟି) ଜରିଆରେ ଏହି ପରୀକ୍ଷା ହେବ। ସମସ୍ତ ଆଶାୟୀଙ୍କୁ ନିଯୁକ୍ତିରେ ଭାଗ ନେବାକୁ ସୁଯୋଗ ମିଳିବ।"

ଏହାବି ପଢନ୍ତୁ- Odisha CHSE Exam: ପରୀକ୍ଷାରେ ସହଯୋଗ ପାଇଁ ଅଧ୍ୟାପକଙ୍କୁ ଧନ୍ୟବାଦ: ଗଣଶିକ୍ଷା ମନ୍ତ୍ରୀ

ଆଜି ବିଧାନସଭା ପ୍ରଶ୍ନକାଳରେ କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ପ୍ରଶ୍ନ କରିଥିଲେ ‘‘ହାଇସ୍କୁଲ ଗୁଡିକରେ ଶିକ୍ଷକ ଅଭାବ ରହୁଥିବା ପରିଲିକ୍ଷିତ ହେଉଛି । ପୂର୍ଣ୍ଣ ଅନୁଦାନ ଓ ବ୍ଲକ ଗ୍ରାଣ୍ଟ ପ୍ରାପ୍ତ ହାଇସ୍କୁଲ ଗୁଡିକରେ ଶିକ୍ଷକ ନିଯୁକ୍ତି ପାଇଁ କଣ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।’’ ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଥିଲେ, ରାଜ୍ୟରେ ଶିକ୍ଷକ ଅଭାବ ସମସ୍ୟାର ସମାଧାନ ପାଇଁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୧୪ ହଜାର ୪ଟି ଶିକ୍ଷକ ପଦବୀ ପୂରଣ କରାଯାଇଛି। ଏତତ ବ୍ୟତୀତ ଖାଲିଥିବା ୭ ହଜାର ୫୪୦ ଶିକ୍ଷକ ପଦବୀ ପୂରଣ ପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନଙ୍କୁ ଦାୟିତ୍ବ ଦିଆଯାଇଛି।

ସେହିପରି ମନ୍ତ୍ରୀ କହିଛନ୍ତି ୬ ହଜାର ୨୫ ଗୋଟି ଏଲଟିଆର (Leave & Training Reserve ) ପଦବୀ ପୂରଣ ପାଇଁ ପ୍ରକ୍ରିୟା ଚାଲୁ ରହିଛି। ପୁନଃଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଖାଲି ଥିବା ବିଭିନ୍ନ ବର୍ଗର ୨ ହଜାର ୬୪ ଗୋଟି ଶିକ୍ଷକ ପଦବୀ ପୂରଣ ପାଇଁ ମଧ୍ୟ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିବାରୁ ୬୬୨ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କୁ ଧନ୍ୟବାଦ । ସହଯୋଗ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧ୍ୟାପକଙ୍କୁ ଅନୁରୋଧ କରାଯାଇଥିଲା । ସାରା ରାଜ୍ୟରେ ପରୀକ୍ଷା ସୁଚାରୂପେ ପରୀକ୍ଷା ଚାଲିଛି । ଆଜି ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଏହା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.