ETV Bharat / state

ଆଗାମୀ ନିର୍ବାଚନରେ ଓବିସି ବର୍ଗ ବିଜେଡି ସରକାରକୁ ଉପାଡି ଫୋପାଡି ଦେବେ: ବିଜେପି

ସଙ୍ଗମ ଲାଲ ଗୁପ୍ତା କହିଛନ୍ତି ଓଡ଼ିଶା ସରକାର ଓବିସି ସମାଜ ସହ ଅନ୍ୟାୟ କରୁଛନ୍ତି । ଶିକ୍ଷାରେ ସଂରକ୍ଷଣ ନାହିଁ । ନିର୍ବାଚନରେ ବି ସଂରକ୍ଷଣ ନାହିଁ । କେବଳ ନାଁକୁ ମାତ୍ର କମିଶନ ଗଠନ ହୋଇଛି । କମିଶନ ଠିକ ଭାବରେ କାର୍ଯ୍ୟ କରୁନାହିଁ । ଓଡ଼ିଶାରେ 54 ପ୍ରତିଶତ ଓବିସି । କିନ୍ତୁ ସଂରକ୍ଷଣ ବାବଦରେ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ଓବିସି ମାନଙ୍କୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 16, 2023, 10:30 PM IST

Updated : Oct 16, 2023, 10:57 PM IST

ଆଗାମୀ ନିର୍ବାଚନରେ ଓବିସି ବର୍ଗ ବିଜେଡି ସରକାରକୁ ଉପାଡି ଫୋପାଡି ଦେବେ: ବିଜେପି
ଆଗାମୀ ନିର୍ବାଚନରେ ଓବିସି ବର୍ଗ ବିଜେଡି ସରକାରକୁ ଉପାଡି ଫୋପାଡି ଦେବେ: ବିଜେପି

ଭୁବନେଶ୍ବର: ଓଡିଶା ସରକାର ଓବିସି ସମାଜ ସହ ଅନ୍ୟାୟ କରୁଛନ୍ତି । ଶିକ୍ଷାରେ ସଂରକ୍ଷଣ ନାହିଁ । ନିର୍ବାଚନରେ ବି ସଂରକ୍ଷଣ ନାହିଁ । କେବଳ ନାଁକୁ ମାତ୍ର କମିଶନ ଗଠନ ହୋଇଛି । କମିଶନ ଠିକ ଭାବରେ କାର୍ଯ୍ୟ କରୁନାହିଁ । ଓଡ଼ିଶାରେ 54 ପ୍ରତିଶତ ଓବିସି କିନ୍ତୁ ସଂରକ୍ଷଣ ବାବଦରେ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ଓବିସି ମାନଙ୍କୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ବରରେ ବିଜେପି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସଙ୍ଗମ ଲାଲ ଗୁପ୍ତାଙ୍କ ପ୍ରେସମିଟ କରି ଏହା କହିଛନ୍ତି ।

ସଙ୍ଗମ ଲାଲ ଗୁପ୍ତା କହିଛନ୍ତି ଓଡ଼ିଶା ସରକାର ଓବିସି ସମାଜ ସହ ଅନ୍ୟାୟ କରୁଛନ୍ତି । ଶିକ୍ଷାରେ ସଂରକ୍ଷଣ ନାହିଁ । ନିର୍ବାଚନରେ ବି ସଂରକ୍ଷଣ ନାହିଁ । କେବଳ ନାଁକୁ ମାତ୍ର କମିଶନ ଗଠନ ହୋଇଛି । କମିଶନ ଠିକ ଭାବରେ କାର୍ଯ୍ୟ କରୁନାହିଁ । ଓଡ଼ିଶାରେ 54 ପ୍ରତିଶତ ଓବିସି । କିନ୍ତୁ ସଂରକ୍ଷଣ ବାବଦରେ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ଓବିସି ମାନଙ୍କୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର ।

ଅଧିକ ପଢନ୍ତୁ- ରାଜ୍ୟରେ ପଛୁଆ ବର୍ଗ ସର୍ଭେ ପ୍ରହସନରେ ପରିଣତ ହୋଇଛି: ବିଜେପି

ମୋଦି ସରକାର ଓବିସି ମାନଙ୍କୁ ସଂରକ୍ଷଣ ଦେଇଛନ୍ତି । ଓବିସି କମିଶନଙ୍କୁ ସାମ୍ବିଧାନିକ ମାନ୍ୟତା ମିଳିଛି । ମହାରାଷ୍ଟ୍ରରେ ଓବିସି ବର୍ଗଙ୍କୁ 27 ପ୍ରତିଶତ ସଂରକ୍ଷଣ ମିଳିଛି । ବିଜେପି ଶାସିତ ଅନ୍ୟ ସବୁ ରାଜ୍ୟରେ ଓବିସି ମାନଙ୍କୁ ସଂରକ୍ଷଣ ଦିଆଯାଉଛି । ଓବିସି ବର୍ଗଙ୍କୁ ସମ୍ମାନ ଓ ଅଧିକାର ଦରକାର । ଆଗାମୀ ନିର୍ବାଚନରେ ଓବିସି ବର୍ଗ ବିଜେଡ଼ି ସରକାରକୁ ଉପାଡି ଫୋପାଡି ଦେବେ । 23 ବର୍ଷ ହେଲା ଓଡ଼ିଶାରେ ବିଜେଡ଼ି ସରକାର । ହେଲେ କେବେ ଓବିସି ମାନଙ୍କ କଥା ଚିନ୍ତା କରିନାହାନ୍ତି ସରକାର । କେବଳ ନିର୍ବାଚନ ଆସୁଛି ବୋଲି ଗଣନା ଏବଂ ସର୍ଭେର ବାହାନା କରୁଛନ୍ତି ସରକାର । ଆଉ ଓବିସି ମାନଙ୍କୁ ଠକି ପାରିବେନି ରାଜ୍ୟ ସରକାର । ଆଗାମୀ ଦିନରେ ଓବିସି ବର୍ଗଙ୍କ ସଂରକ୍ଷଣ ଓ ଅଧିକାର ପାଇଁ ରାଜ୍ୟରେ ବିଜେପି ବଡ ଆନ୍ଦୋଳନ କରିବ ବୋଲି ଘୋଷଣା କରିଛନ୍ତି ।

ସେହିପରି ସଙ୍ଗମ ଲାଲ ଗୁପ୍ତା କହିଛନ୍ତି, ଓଡିଶା ରାଜ୍ୟର ସମୁଦାୟ ଜନସଂଖ୍ୟାର ୫୪ ପ୍ରତିଶତ ହେଉଛନ୍ତି ପଛୁଆ ତଥା ଓବିସି ବର୍ଗ । ମାତ୍ର ରାଜ୍ୟରେ ବିଜେଡି ସରକାର ଓବିସି ସମାଜ ସହ କ୍ରମାଗତ ଅନ୍ୟାୟ କରିଚାଲିଛନ୍ତି । ରାଜ୍ୟର କୋଟି କୋଟି ଓବିସି ବର୍ଗର ଭାଇଭଉଣୀମାନଙ୍କୁ ସମ୍ମାନ ଓ ଅଧିକାର ଦେବାରେ ବିଜେଡି ସରକାର ଧକ୍କା ଦେଇଛନ୍ତି । ଆଗକୁ ନିର୍ବାଚନ ଥିବା କାରଣରୁ ଓବିସି ସର୍ଭେ ଓ ଗଣନାର ମିଛ ବାହାନା କରୁଛନ୍ତି ।

କେନ୍ଦ୍ରରେ ମୋଦି ସରକାର ଓବିସି ବର୍ଗଙ୍କ ଅଧିକାର ଓ ସମ୍ମାନ ପାଇଁ ଚିନ୍ତିତ ଓ କାର୍ଯ୍ୟରତ । ରାଷ୍ଟ୍ରୀୟ ଓବିସି କମିଶନଙ୍କୁ ସାମ୍ବିଧାନିକ ମାନ୍ୟତା ମିଳିଛି । ଓଡିଶାରେ ବିଜେଡି ସରକାର ୫୪ ପ୍ରତିଶତ ଓବିସି ବର୍ଗକୁ ଆଉ ଅଧିକ ଦିନ ଠକି ପାରିବେ ନାହିଁ । ଓବିସି ବିରୋଧୀ ବିଜେଡି ସରକାରକୁ ଓବିସି ବର୍ଗ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 16, 2023, 10:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.