ETV Bharat / state

ରାଜ୍ୟ ସରକାରଙ୍କୁ ସମସ୍ତ ଯୋଜନାର ସ୍ଥିତି କଣ: ବିଜେପି - ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ

ବିଜେପି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଲ କହିଛନ୍ତି ଯେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଉଛି । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କୁ ସମସ୍ତ ଯୋଜନାର ସ୍ଥିତି କଣ:ବିଜେପି

author img

By

Published : Mar 9, 2023, 10:42 PM IST

ଭୁବନେଶ୍ବର: ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବଜେଟରେ ବ୍ୟବସ୍ଥା ହୋଇଛି । ନିଜସ୍ୱ ଯୋଜନା ନାଁରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର। କେନ୍ଦ୍ର ଯୋଜନାକୁ ରି ପ୍ୟାକେଜିଙ୍ଗ କରି ହାଇକ୍ୟାଜ କରୁଛନ୍ତି ରାଜ୍ୟ ସରକାର। ଶାସକ ଦଳ ଗତ ତିନିବର୍ଷରେ 3 ହଜାର ବିଜୁ ପକ୍କା ଘର ନିର୍ମାଣ କରିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ଆବାସ ରେ କେନ୍ଦ୍ର ସରକାର 28 ଲକ୍ଷ ଘର କରିଛନ୍ତି । ଆଜି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ପ୍ରେସମିଟ କରି ପୁଣି ଥରେ ଯୋଜନା ଭିତ୍ତିକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

ବିଜେପି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟରେ ବିଜେପି ମୁଖପାତ୍ର ଅନିଲ ବିଶ୍ବାଲ କହିଛନ୍ତି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ବଜେଟରେ ବ୍ୟବସ୍ଥା କରାଯାଉଛି । ନିଜସ୍ୱ ଯୋଜନା ନାଁରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି ରାଜ୍ୟ ସରକାର। କେନ୍ଦ୍ର ଯୋଜନାକୁ ରି ପ୍ୟାକେଜିଙ୍ଗ କରି ହାଇକ୍ୟାଜ କରୁଛନ୍ତି ରାଜ୍ୟ ସରକାର। ବିଜେପି ପ୍ରଶ୍ନ କରିଛି ଶାସକ ଦଳ ଗତ ତିନିବର୍ଷରେ 3 ହଜାର ବିଜୁ ପକ୍କା ଘର ନିର୍ମାଣ କରିଛନ୍ତି ସରକାର । ଅନିଲ କହିଛନ୍ତି କିନ୍ତୁ ବିଜୁ ପକ୍କା ଘର ଯୋଜନା କେବଳ ଲୋଗୋ ରାଜନୀତି କରୁଛନ୍ତି କି ? ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନାରେ 25 ଲକ୍ଷ କହି ମାତ୍ର 8 ଲକ୍ଷ ଲୋକଙ୍କୁ ଚାଉଳ ଦେଲେ । ତାଙ୍କ ନିଜସ୍ଵ ସ୍କିମରେ 10 କେଜି ଚାଉଳ ନ ଦେଇ ଅନ୍ୟକୁ ଦାବି କରୁଛନ୍ତି ଦେବା ପାଇଁ । ସୌଭାଗ୍ୟ ଯୋଜନାରେ ପ୍ରଧାନମନ୍ତ୍ରୀ 24 ଲକ୍ଷ 52 ହଜାର ପରିବାରକୁ ବିଜୁଳି ଯୋଗାଇ ଦେଇଛନ୍ତି ରାଜ୍ୟକୁ । ବିଜୁ ଗ୍ରାମ ଜ୍ୟୋତି ଯୋଜନା ରେ କେତେ ପଡା ଗାଁ କୁ ଲାଇନ ଦେଇଛନ୍ତି ଏବଂ କେତେ ଲୋକ ପାଇବା ପାଇଁ ଅପେକ୍ଷା କରିଛନ୍ତି କହିବେ କି ରାଜ୍ୟ ସରକାର ବୋଲି ଦାବି କରିଛନ୍ତି ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ 3 ଟି ଆର୍ଥିକ ବର୍ଷରେ 20 ହଜାର 500 କିମି ରୁ ଅଧିକ ରାସ୍ତା ହୋଇଛି। ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ 10 ବର୍ଷ ରେ 10 ହଜାର ରାସ୍ତା ତିଆରି କରିବାକୁ କହିଥିଲେ । କିନ୍ତୁ 7 ବର୍ଷ ପରେ ମାତ୍ର ଅଢେ଼ଇ ହଜାର କିମି ରାସ୍ତା ହୋଇଛି କେବେ କରିବେ। ଜଳ ଜୀବନ ମିଶନ ରେ ଓଡ଼ିଶାର 57 ପ୍ରତିଶତ ଲୋକଙ୍କ ଘରେ ପିଇବା ପାଣି ପହଞ୍ଚିଛି । କିନ୍ତୁ ରାଜ୍ୟ ସରକାର ବସୁଧା ଯୋଜନାରେ କେତେ ଘରେ ପିଇବା ପାଣି ପହଞ୍ଚାଇ ଛନ୍ତି କହିବେ କି? ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ରେ ରାଜ୍ୟର 8 ଲକ୍ଷ ପିଲା ସ୍କିଲ କରାଯାଇଛି । କିନ୍ତୁ ରାଜ୍ୟ ସରକାରଙ୍କ ବିଜୁ ଆତ୍ମ ନିଯୁକ୍ତି କୁଆଡେ ଗଲା ।

ବିଜୁ କନ୍ୟା ରତ୍ନ ଯୋଜନା କୁଆଡେ ଗଲା । ପ୍ରଧାନମନ୍ତ୍ରୀ ସୁକନ୍ୟା ଯୋଜନାରେ ଓଡ଼ିଶାର 14 ଲକ୍ଷ ବାଳିକା ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। କୁଆଡେ ଗଲା ବିଜୁ ଯୁବ ବାହିନୀ ଯୋଜନା । ବିଜୁ ଯୁବ ବାହିନୀ ଯୋଜନାର ଲକ୍ଷ୍ୟ ପୂରଣ ହୋଇଗଲା କି? କଣ ପାଇଁ ଗଢା ହୋଇଥିଲା ବିଜୁ ଯୁବ ବାହିନୀ ? ବିଜୁ ଗାଡି ଚାଳକ ବୀମା ଯୋଜନା କୁଆଡେ ଗଲା । କେତେ ଡ୍ରାଇଭର ମାନଙ୍କୁ ସେଇ ଯୋଜନାରେ ବୀମା ଭୁକ୍ତ କରିଛନ୍ତି । ଯଦି କରିଥିଲେ ତା ହେଲେ ସେମାନେ କାହିଁକି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାସହିତ ଆଳୁ ମିଶନ ଏବଂ ପିଆଜ ମିଶନ କୁଆଡେ ଗଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.