ETV Bharat / state

୨୫ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ: ୬ ହଜାର କୋଟି ବିନିଯୋଗ, ୨୫ ହଜାର ନିଯୁକ୍ତି ସୁଯୋଗ - ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏସଏଲଏସଡବ୍ଲୁସିଏ ବୈଠକରେ ୨୫ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ । ସୃଷ୍ଟି ହେବ ୨୫ ହଜାର ନିଯୁକ୍ତି ସୁଯୋଗ । ଅଧିକ ପଢନ୍ତୁ

ରାଜ୍ୟରେ ୨୫ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

author img

By

Published : Mar 5, 2023, 1:02 PM IST

ଭୁବନେଶ୍ବର: ରାଜ୍ୟରେ ୨୫ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏସଏଲଏସଡବ୍ଲୁସିଏ(SLSWCA ) ବୈଠକରେ ଏହା ମଞ୍ଜୁର ହୋଇଛି । ଏହି ପ୍ରକଳ୍ପ ପାଇଁ ପ୍ରାୟ ୫,୮୨୭ କୋଟି ଟଙ୍କା ବିନିଯୋଗ ହେବ । ଏହାଦ୍ବାରା ରାଜ୍ୟର ପ୍ରାୟ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଦ୍ରୁତ ଶିଳ୍ପାୟାନକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଶିଳ୍ପ ସମୃଦ୍ଧ ରାଜ୍ୟ ହେବା ଅଭିମୁଖେ ଅଗ୍ରସର ହେଉଛି ଓଡ଼ିଶା । ନୂତନ ସରଳ ଶିଳ୍ପ ନୀତି ଓ ଆନୁଷଙ୍ଗିକ ବ୍ୟବସ୍ଥା ଯୋଗୁଁ ନିୟିମତ ଭାବେ ଓଡ଼ିଶାକୁ ପୁଞ୍ଜିନିବେଶ ଆସିବାରେ ଲାଗିଛି ।

ଏହି କ୍ରମରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ସିଙ୍ଗିଲ୍‌‌ ୱିଣ୍ଡୋ ଅନୁମୋଦନ କମିଟି ୫୮୨୭.୨୭ କୋଟି ଟଙ୍କା ମୂଲ୍ୟର ୨୫ଟି ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଅନୁମତି ଲାଗି ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ । ଏସବୁ ଶିଳ୍ପ କାର୍ଯ୍ୟକ୍ଷମ ହେଲେ ୨୫,୨୯୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏଥିସହ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ (ଏଚ୍‌‌ଏଲସିଏ) ୨୮ ହଜାର କୋଟି ଟଙ୍କାର ଆଉ ତିନିଟି ବୃହତ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ ପ୍ରଦାନ କରିଛି । ଯାହା ଅତିରିକ୍ତ ୧୯୦୦୦ ଲୋକଙ୍କୁ ରୋଜଗାର ଦେବ ।

ଅନୁମୋଦନ ଲାଭ କରିଥିବା ପ୍ରକଳ୍ପ ମଧ୍ୟରୁ ୧୬ଟି ପ୍ରସ୍ତାବ ଗତ ମେକ ଇନ ଓଡ଼ିଶା କନକ୍ଲେଭରେ ମିଳିଥିଲା । ଏହି ପ୍ରକଳ୍ପ ମଧ୍ୟରେ ଆଇଟି, ସବୁଜ ଶକ୍ତି ଉପକରଣ, ଇସ୍ପାତ, ଫେରୋ ଆଲଏଜ୍‌‌, କମିକାଲ୍ସ ଓ ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ୍‌‌, ଔଷଧ, ଖାଦ୍ୟ ପ୍ରକ୍ରିୟାକରଣ, ଭିତ୍ତିଭୂମି, ପର୍ଯ୍ୟଟନ, ସିମେଣ୍ଟ । ପ୍ଲାଷ୍ଟିକ କ୍ଷେତ୍ରରେ ୩ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପ୍ରାୟ ୩୯୩ କୋଟି ଟଙ୍କା ବ୍ୟୟରେ ଶ୍ରୀମା ପ୍ୟାକେଜିଂ ଲିମିଟେଡ, କେମକୋ ପ୍ଲାଷ୍ଟିକ ଇଣ୍ଡଷ୍ଟ୍ରିଜ ଏବଂ କୋକୋ କ୍ୟାପ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଦ୍ୱାରା ୬୬୪ ଜଣଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସେହିପରି ଇସ୍ପାତ କ୍ଷେତ୍ରରେ ୮ଟି କମ୍ପାନୀକୁ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁମତି ମିଳିଛି । ମାଣ୍ଡିଆକୁଦାର, ବଣାଇ, ଲାଠିକଟା, ରାଇରଙ୍ଗପୁର ଓ ଜାମଦା ବ୍ଲକରେ ଏସବୁ କମ୍ପାନୀ ୨୪୧୮ କୋଟି ଟଙ୍କା ବିନିଯୋଗ କରିବେ । ୩୦୦୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ 3ଟି କମ୍ପାନୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବେ । ଜଗତସିଂହପୁର ଓ ଧାନପୁର, ଯାଜପୁରର କୋରାଇରେ ୧୬୪.୯୯ କୋଟି ଟଙ୍କା ବିନିଯୋଗ ହେବ । ୪୯୧ ଲୋକଙ୍କୁ ନିଯୁକ୍ତ ସୁବିଧା ମିଳିବ । ମୁସଦ୍ଦିଲାଲ ପ୍ରୋଜେକ୍ଟ ଲିମିଟେଡ ପ୍ରାଇଭେଟ ଲିମିଟେଡ ଏବଂ ଏସଜିବିଏଲ ଇନଫୋସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡ ୨୧୩ କୋଟି ଟଙ୍କା ବିନିଯୋଗ କରିବ । ଶିଳ୍ପ ପ୍ରତିଷ୍ଠା ହେଲେ ୬୩୪୦ ଜଣଙ୍କୁ ନିଯୁକ୍ତି ସମ୍ଭାବନା ରହିବ ।

ଗୋପ ବ୍ଲକର ସାହୁଖଣ୍ଟାରେ ଏସଏନଏମ ହୋଟେଲ୍ସ ଆଣ୍ଡ ରିସୋର୍ଟସ ଲିମିଟେଡ ୮୦.୬୨ କୋଟି ଟଙ୍କା ବିନିଯୋଗ କରିବ । କମ୍ପାନୀ ୧୫୦ ଜଣଙ୍କୁ ନିଯୁକ୍ତି ଦେବ । ଆଇଟି କ୍ଷେତ୍ରରେ ଦୁଇଟି କମ୍ପାନୀ ଡିଏନ ହୋମ୍ସ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାର ଇନଫୋଭ୍ୟାଲି-୨ରେ ଏକ ଡାଟା ସେଣ୍ଟର ଏବଂ ଆଇଟି ଭିତ୍ତିଭୂମି ପ୍ରତିଷ୍ଠା କରିବ । ସେହିପରି ଏନଏମଡିସି ମଧ୍ୟ ଏକ ଡାଟା ସେଣ୍ଟର ପ୍ରତିଷ୍ଠା କରିବ । ଦୁଇ କମ୍ପାନୀ ୨୦୩.୭୧ କୋଟି ଟଙ୍କା ନିବେଶ କରିବେ ।

ରୟାଲ ହୋଟେଲ୍ସ ପ୍ରାଇଭେଟ ଲିମିଟେଡ ୯୫.୯୬ କୋଟି ଟଙ୍କା ନିବେଶରେ ଖୋର୍ଦ୍ଧାରେ ଏକ ଆଇଟି ପାର୍କ ପ୍ରତିଷ୍ଠା କରିବ । ସେହିପରି ଟ୍ରୋପିକ୍‌‌ ରିର୍ସୋସେସ୍‌‌ ପ୍ରାଇଭେଟ୍‌‌ ଲିମିଟେଡ୍‌‌ ରାଉରକେଲାରେ ଏଖ ଆଇଭି ଇନଫ୍ୟୁଜନ ଏବଂ ମିନେରାଲ ୱାଟର ପ୍ଲାଣ୍ଟ ପ୍ରତିଷ୍ଠା କରିବ । ଡ୍ରାଏକେମ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ୫୭.୫୦ କୋଟି ଟଙ୍କା ବ୍ୟୟରେ ଭଦ୍ରକର ଧାମରାରେ ଏକ ଜିପସମ୍‌‌ ପ୍ଲାଷ୍ଟର ଓ ଜିପସମ ବୋର୍ଡ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ ।

ଶାହି ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ ଓଡ଼ିଶା-୩ ଖୋର୍ଦ୍ଧାରେ ଏକ ବୟନ ଶିଳ୍ପ କେନ୍ଦ୍ର ପ୍ରତିଷ୍ଠା କରିବ । କମ୍ପାନୀ ୨୫୦ କୋଟି ବିନିଯୋଗ କରିବ । ୧୦ ହଜାର ଲୋକଙ୍କୁ କର୍ମ ନିଯୁକ୍ତି ମିଳିବ । କେମିକାଲ ଏବଂ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ନାଗଜ ପାରାଦ୍ୱୀପ ପ୍ରାଇଭେଟ ଲିମିଟେଡ କମ୍ପାନୀ ପାରାଦ୍ୱୀପରେ ୨ ନିୟୁତ ଟନ କ୍ଷମତାର ରେଫ୍ରିଜିରେଟେଡ ପ୍ରୋପେନ ଆଣ୍ଡ ବୁଟେନ ଷ୍ଟୋରେଜ ଟର୍ମିନାଲ ପ୍ରତିଷ୍ଠା କରିବ । କମ୍ପାନୀ ଏଥିରେ ୯୦୦ କୋଟି ଟଙ୍କା ବିନିଯୋଗରେ ୬୦୦ ନିଯୁକ୍ତି ସୁବିଧା ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.